କିପରି ରହିଛି ବୋରୱେଲରୁ  ଉଦ୍ଧାର  ହୋଇଥିବା ଶିଶୁକନ୍ୟା ଅବସ୍ଥା

ସମ୍ବଲପୁର,୧୨।୧୨: ରେଙ୍ଗାଲି ବୋରୱେଲରୁ  ଉଦ୍ଧାର  ହୋଇଥିବା ଶିଶୁକନ୍ୟାଟି ପ୍ରିମ୍ୟାଚୁର ବେବି ବୋଲି ବୁର୍ଲା ଭୀମସାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଶିଶୁକନ୍ୟାଟିର ଓଜନ ୧ କେଜି ୬୦୦ ଗ୍ରାମ ରହିଥିବା ଭୀମସାର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ୧୦ ଜଣିଆ ଟିମ ଗତକାଲିଠାରୁ ଚିକିତ୍ସା କରୁଥିବା ବେଳେ ବର୍ତ୍ତମାନ ଅକ୍ସିଜେନ ଦିଆଯାଇଛି । ସାଲାଇନ ଲାଗିଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି । ବୁର୍ଲା ଭୀମସାରରେ ରାତିରେ ଭର୍ତ୍ତି କରାଯାଥିଲା।