Posted inଜାତୀୟ

Baba Vanga: ପାକିସ୍ତାନକୁ କେମିତି ଆଟାକ୍‌ କରିବ ଭାରତ, ଭୟଙ୍କର ଭବିଷ୍ୟବାଣୀରେ ବାବା ଭେଙ୍ଗା କହିଦେଲେ ରଣନୀତି

ନୂଆଦିଲ୍ଲୀ, ୬।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଅନେକ ନିରୀହ ନାଗରିକ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ଏହି ପରିପ୍ରେକ୍ଷୀରେ ବୁଲଗେରିଆର ପ୍ର୍ରଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ନେଇ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ପୂର୍ବଥର ବାବା ଭେଙ୍ଗା ଭାରତ-ପାକ୍‌ ଯୁଦ୍ଧ ନେଇ କହିଥିବାବେଳେ ଏଥର ଯୁଦ୍ଧ ହେଲେ ଭାରତ ପାକିସ୍ତାନ ଉପରେ କେମିତି ଆଟାକ୍‌ କରିବ ସେନେଇ ରଣନୀତିର ସେ ଖୋଦ୍‌ ଖୁଲାସା କରିଛନ୍ତି।

Baba Vanga: ବାବା ଭେଙ୍ଗା, ଯିଏ ‘ବାଲକାନର ନଷ୍ଟ୍ରାଡାମସ’ ଭାବେ ପରିଚିତ, ୨୦୨୫ରେ ଏକ ବିନାଶକାରୀ ଯୁଦ୍ଧର ସମ୍ଭାବନା ବିଷୟରେ ଭବିଷ୍ୟବାଣୀ କରିଥିଲେ। ସେ କୌଣସି ଦେଶର ନାମ ଉଲ୍ଲେଖ କରି ନ ଥିଲେ, କିନ୍ତୁ ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏହି ଯୁଦ୍ଧ ୟୁରୋପର ମୂଳଦୁଆକୁ ହଲେଇ ଦେବ। ତେବେ, ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦେଖି ଅନେକେ ତାଙ୍କ ଭବିଷ୍ୟବାଣୀକୁ ଏହି ପରିସ୍ଥିତି ସହ ଯୋଡିଛନ୍ତି।

Baba Vanga: ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ, ଯେପରିକି ଆମେରିକାରେ ୯/୧୧ ଆକ୍ରମଣ, ରାଜକୁମାରୀ ଡାୟାନାଙ୍କ ମୃତ୍ୟୁ, ଚେର୍ନୋବିଲ ଦୁର୍ଘଟନା ଓ ବ୍ରେକ୍ସିଟ ଆଦି ସତ ହୋଇଥିବା ଦାବି କରାଯାଏ। ତେଣୁ ତାଙ୍କ ଏହି ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଆହୁରି କହିଥିଲେ ଯେ ୨୦୪୩ ସୁଦ୍ଧା ୟୁରୋପରେ ମୁସଲିମ ଶାସନ ପ୍ରତିଷ୍ଠା ହେବ ଏବଂ ୨୦୭୬ ସୁଦ୍ଧା ବିଶ୍ୱରେ କମ୍ୟୁନିଜମ ଫେରିବ।

Baba Vanga: ତେବେ, ଅନେକ ବିଶେଷଜ୍ଞ ସମାଲୋଚକ କହୁଛନ୍ତି ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅସ୍ପଷ୍ଟ ଏବଂ ଏହାର ବ୍ୟାଖ୍ୟା ଘଟଣା ଘଟିବା ପରେ କରାଯାଏ। ସେମାନେ ଏହାକୁ ମାନବୀୟ ଭୟ ଓ ଆଶଙ୍କାର ପ୍ରତିଫଳନ ବୋଲି କହୁଛନ୍ତି। ତଥାପି, ତାଙ୍କ ଭବିଷ୍ୟବାଣୀ ଜନମାନସରେ କୌତୂହଳ ଓ ଆଲୋଚନାର ବିଷୟ ହୋଇଛି।

Baba Vanga: ଏକ ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମଧ୍ୟରେ ୨୦୨୫ରେ ଏକ ନୂତନ ଶକ୍ତି ଉତ୍ସର ଆବିଷ୍କାର ଏବଂ ବଡ଼ ଇଭେଣ୍ଟରେ ଏଲିଏନ ସହ ସାକ୍ଷାତର ସମ୍ଭାବନା ମଧ୍ୟ ରହିଛି। ଏହି ଭବିଷ୍ୟବାଣୀ ସତ ହେବ କି ନାହିଁ, ତାହା ସମୟ ହିଁ କହିବ। ବର୍ତ୍ତମାନ ଭାରତ ସରକାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ କରିବା ସହ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛନ୍ତି। ଜନସାଧାରଣଙ୍କୁ ଏହି ପରିସ୍ଥିତିରେ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri