ଆମ ସମବେଦନା କେତେ ନିରପେକ୍ଷ

ପର ଦୁଃଖରେ ଦୁଃଖୀ ହେବା ତଥା ସମବେଦନା ପରିପ୍ରକାଶ କରିବା ଏକ ସ୍ବୟଂକ୍ରୀୟ ପ୍ରବୃତ୍ତି। ସେଥିପାଇଁ ଗୁଜରାଟୀ କବି ନରସିଂହ ମେହଟ୍ଟାଙ୍କ ଭାଷାରେ ”ବୈଷ୍ଣବ ଜନତୋ ତେନେ କହିଏ ଯୋପୀଡ଼ ପରାଇ ଜାନେରେ।“ କିନ୍ତୁ ଏହି ସହାନୁଭୂତିକୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଦଳୀୟ ଭିତ୍ତିରେ ଜ୍ଞାପନ କରିବା ମାନସିକ ବିକୃତି। ଅଧୁନା ପୀଡ଼ିତ ମଣିଷଟିକୁ ଦରଦ ଦେଖେଇବାରେ ଆମେ ଯେଉଁ ବାଛ ବିଚାରଭାବକୁ ଆପଣାଉଛେ ତଦ୍ଦ୍ବାରା ସାମାଜିକ ଅଧୋଗତି ଯେ ନ ଘଟୁଛି କହିବା ବାହୁଲ୍ୟ ହେବ। ଦାଣ୍ଡରେ ଚାଲିଯିବାବେଳେ ଯଦି କେହି ଝୁଣ୍ଟିପଡ଼ି ଖଣ୍ଡିଆଖାବରା ହେଲା, ସେତେବେଳେ ସାହାଯ୍ୟ କରିବା ଆଗରୁ ଆମେ ଦେଖୁ ସେ ଆମ ନିଜ ଲୋକ କିମ୍ବା ଚିହ୍ନା ପରିଚିତ କି? ଅନ୍ୟଥା ଦେଖି ନ ଦେଖିଲା ପରି ବାଟକାଟି ଚାଲିଯାଉ। ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ପହଲଗାମ୍‌ ନିକଟରେ ଘଟିଥିବା ପର୍ଯ୍ୟଟକଙ୍କ ଘୃଣିତ ହତ୍ୟାକାଣ୍ଡକୁ ବୁଝି ଯଦି ପଡ଼ୋଶୀ ଦେଶ ଆତଙ୍କବାଦୀଙ୍କ ବର୍ବରତାକୁ ନିନ୍ଦା କରିବା ସହ ସମୁଚିତ ସମବେଦନା ପ୍ରକାଶ କରିଥା’ନ୍ତା, ତେବେ ଆପାତତଃ ଯୁଦ୍ଧ ଭଳି ପରିସ୍ଥିତିକୁ ଏଡ଼େଇ ଦିଆଯାଇ ପାରିଥା’ନ୍ତା, କିନ୍ତୁ ହେଲାନାହିଁ। ଆମ ଦେଶରେ ମଧ୍ୟ ଏ ପ୍ରକାରର ମାନସିକତା କ୍ୱଚିତ୍‌ ଦେଖିବାକୁ ମିଳେ। ମେଘାଳୟରେ ମଧୁଯାତ୍ରା ବେଳେ ରାଜ ରଘୁବଂଶୀଙ୍କୁ ହତ୍ୟା କରି ଫିଙ୍ଗିଦେବା କଥା ଜଣାପଡ଼ିବା ପରେ ତାଙ୍କ ଶାଳକ ଓ ଶାଶୁଙ୍କର ନିଜ ଝିଅର ଦୋଷ ସ୍ବୀକାର କରିବା ସହିତ ଅକୁଣ୍ଠ ସମର୍ଥନ, ଦୁଃସମୟରେ ସହାନୁଭୂତି ତଥା ତଦନ୍ତରେ ସହଯୋଗ ନିଶ୍ଚିତ ଭାବରେ ଉଚ୍ଚକୋଟୀର ସଂସ୍କାରକୁ ସୂଚାଏ। ଅପରପକ୍ଷରେ ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଗୋପାଳପୁର ଗଣବଳାତ୍କାର ପୀଡ଼ିତା କିମ୍ବ ପୀଡ଼ିତାଙ୍କ ପରିବାରକୁ ଅଭିଯୁକ୍ତମାନଙ୍କ ପରିବାର ପକ୍ଷରୁ ଲେଶମାତ୍ର ସାନ୍ତ୍ବନାର ସ୍ବର ମିଳେ ନାହିଁ। ବରଂ ସେମାନେ ନିଜ ନିଜର ଅଭିଯୁକ୍ତ ପିଲାଙ୍କ ଦୋଷ ଲୁଚାଇବା ପାଇଁ ଅଯଥାରେ ପୀଡ଼ିତାଙ୍କ ପରିବାରର ଚରିତ୍ର ସଂହାର କରନ୍ତି। ଏପରି ଦୁର୍ଘଟଣା ଯଦି ତାଙ୍କ ନିଜ ଝିଅ ପ୍ରତି ଘଟିଥାନ୍ତା? ଜଘନ୍ୟ ଅପରାଧ ଘଟାଇ ଜେଲ୍‌ଦଣ୍ଡ ଭୋଗୁଥିବା ଅପରାଧୀର ପରିବାର ନିଜ ସଂସାର କେମିତି ଚଳିବ ସେନେଇ ସରକାରଙ୍କ ପାଖରେ ଦାବି ରଖୁଥିବା ବେଳେ ହତ୍ୟା ପୀଡ଼ିତର ପରିବାର ପ୍ରତି ଆଖି ବୁଜି ଦେଇଥା’ନ୍ତି। ନରହତ୍ୟାକାରୀକୁ ପୋଲିସ ଗୋଡ଼େଇବା ବେଳେ ସେ ଧରାପଡ଼ିବା ଆଗରୁ ଯଦି ପାଣିକୁ ଡେଇଁ ପଡିଲା କି ବିଷପାନ କରିଦେଲା, ତେବେ ସମସ୍ତ ସହାନୁଭୂତି ତା’ ନିକଟକୁ ଚାଲିଯାଏ। ହତ୍ୟା ପୀଡ଼ିତଙ୍କୁ ପଚାରେ କିଏ? ଅପରାଧୀ ଯଦି ଜେଲ୍‌ରୁ ଖସିଯିବାକୁ ଚେଷ୍ଟା କରି ଜଖମ ହୁଏ, ଆମେ ଜେଲରଙ୍କୁ ସଙ୍ଗେ ସଙ୍ଗେ ଦୋଷୀ ସାବ୍ୟସ୍ତ କରିପକାଉ, ସତେଅବା ଅପରାଧୀଟି ଦେଶପ୍ରେମୀ ଥିଲା!
ମାଓବାଦୀମାନେ ଅନେକ ନିରୀହ ଜନତା ତଥା ପୋଲିସ କର୍ମୀ ତଥା ଯବାନଙ୍କୁ ହତ୍ୟା କରୁଥିବା ବେଳେ ମାନବାଧିକାର କର୍ମୀ ବୋଲାଉଥିବା ପଞ୍ଝାଏ ବ୍ୟକ୍ତି ଅସମ୍ଭବ ନୀରବତା ଅବଲମ୍ବନ କରୁଥା’ନ୍ତି, କିନ୍ତୁ ମୁହଁାମୁହିଁ ବେଳେ ଜଘନ୍ୟ ହତ୍ୟାକାରୀ ମାଓବାଦୀଟି ଟଳିପଡ଼ିଲେ ଉଇ ପିମ୍ପୁଡ଼ି ପରି ବହୁ ସଂଖ୍ୟାରେ ଗାତରୁ ବାହାରି ଏମାନେ ଆନ୍ଦୋଳନ, ଗଣଧାରଣାମାନ ସଂଘଟିତ କରାଇ ପ୍ରତିବାଦର ସ୍ବରକୁ ଶାଣିତ କରନ୍ତି ଏବଂ ତଦନ୍ତ କମିଶନର ଦାବି ରଖନ୍ତି । ସେଥିପାଇଁ ଯଥାର୍ଥରେ ଉଚ୍ଚତମ ନ୍ୟାୟାଳୟ ଏ ପ୍ରକାର ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ ମାନବାଧିକାର ଆତଙ୍କବାଦୀର ଆଖ୍ୟା ଦେଇଛନ୍ତି। ଖାଲି ସେତିକି ନୁହେଁ, ଯେଉଁ ରାଜନେତାମାନେ ଶାସକ ଦଳରେ ଥିବାବେଳେ ଅପରାଧ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ଖୋଲାଖୋଲି ପୃଷ୍ଠପୋଷକତା ଯୋଗାଇ ଆସୁଥିଲେ, ଆଉ ପୀଡ଼ିତଙ୍କର ଗୁହାରିକୁ ଅଣଦେଖା କରୁଥିଲେ, ବିରୋଧୀ ଦଳକୁ ଗଲା ପରେ ସେମାନେ ନିଜର ଭାବମୂର୍ତ୍ତିକୁ ମାଜିମୁଜି ଚିକ୍କଣ କରି ଅପରାଧ ଉପରେ ପ୍ରବଚନ ଦେବାର ଦୃଷ୍ଟାନ୍ତ ବିରଳ ନୁହେଁ । ସେଇ ସମାନ ଘଟଣା ପାଇଁ ସଦନରେ ତୁମ୍ବୀତୋଫାନ କରି ନିରପେକ୍ଷ ତଦନ୍ତ ଦାବି କରିବା ଦ୍ୱନ୍ଦ୍ୱାତ୍ମକ ସହାନୁଭୂତି ନୁହେଁ କି? ଲୋକ ଚରିତ୍ରରେ ଏ ପ୍ରକାର ବୈଚିତ୍ର୍ୟ ଅଧିକ ପ୍ରତିଫ୍ରଳିତ ହୁଏ ଯେତେବେଳେ ଘଟଣାଟିରେ ନିଜର ଦୋଷ ଦୁର୍ବଳତା ପଦାରେ ପଡ଼ିବାର ଭୟଥାଏ। ନିକଟରେ ନୟାଗଡ଼ ଜିଲାରେ ଘଟିଥିବା ଏକ ସଂଘଟିତ ନରହତ୍ୟା ଏହାର ନିଚ୍ଛକ ଉଦାହରଣ। ପରକୀୟା ପ୍ରୀତି ସନ୍ଦେହରେ ମା’ ଓ ପୁଅ ମିଶି ବାପାକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ସହ ତତ୍କାଳ ଶବଦାହ କରି ଚିହ୍ନ ବର୍ଣ୍ଣ ଲିଭେଇ ଦେବାର ବ୍ୟବସ୍ଥା କରିଦେଲେ। କିନ୍ତୁ ଯଦି ଡାକ୍ତରଖାନାରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାନ୍ତା, ତେବେ ସବୁ ଦୋଷ ଆମ୍ବୁଲାନ୍ସ କିମ୍ବା ଡାକ୍ତରଙ୍କ ଉପରେ ଲଦିଦେଇ ଖସିଯିବାକୁ ଚେଷ୍ଟା କରିଥାନ୍ତେ। ଓଲଟା ରାଜପଥରେ ଶବ ରଖି ଚାକିରି ଦାବି କରିଥାନ୍ତେ। ସେହିପରି ବାର୍‌ହା ଫାଶରେ ଯଦି ଭୁଲ୍‌ବଶତଃ ଛନ୍ଦି ହୋଇ ମଣିଷଟିଏ ମରିଯାଏ, ତେବେ ଧରାପଡ଼ିବା ଭୟରେ ଆମେ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ତାକୁ ଫଳେ ପୁଷ୍ପେ କ୍ଷତିପୂରଣ ଦେଇ ମୁହଁ ବନ୍ଦ କରି ଘଟଣାକୁ ଚପାଇ ଦେଇଥାଉ। କିନ୍ତୁ ସେଇ ବାର୍‌ହା ଆକ୍ରମଣରେ ଜୀବନ ଗଲେ ଶବ ରଖି କ୍ଷତିପୂରଣ ତଥା ଚାକିରି ପାଇଁ ଅଡ଼ିବସୁ। ତେଣୁ ଉଭୟ ଘଟଣାରେ ପୀଡ଼ିତଙ୍କୁ ସହାନୁଭୂତି ଦେଖାଇବାରେ ଆମେ ବାଛ ବିଚାରପୂର୍ଣ୍ଣ ମନୋବୃତ୍ତି ଆପଣାଇଥାଉ। ଅତଏବ ନିଜ-ପର ନିର୍ବିଶେଷରେ ଯଦି ସମସ୍ତଙ୍କୁ ସମଦୃଷ୍ଟିରେ ଦେଖାଯାନ୍ତା, ତେବେ ସେହି ହିସାବରେ ସହାନୁଭୂତି ବି ନିରପେକ୍ଷ ରହନ୍ତା। ଅନ୍ୟଥା ଏହା ପକ୍ଷପାତିତାପୂର୍ଣ୍ଣ ତଥା ନିଜକୁ ସୁହାଇଲା ଭଳି ହେବ ଏଥିରେ ଦ୍ୱିରୁକ୍ତି ନାହିଁ।

ଡ. ଚିନ୍ତାମଣି ପଣ୍ଡା
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା
ମୋ: ୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri