ଆଫଗାନ୍‌ ମହିଳା କେତେ ସ୍ବାଧୀନ

କାବୁଲ,୧୭ା୮: ବର୍ଷକ ତଳେ ଆଫଗାନିସ୍ତାନର ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିଲା। ତାଲିବାନୀ ଫାଇଟର୍ସ ପ୍ରେସିଡେନ୍ସିଆଲ ପ୍ୟାଲେସ୍‌କୁ କବ୍‌ଜା କରିବା ପୂର୍ବରୁ ତତ୍କାଳୀନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ଦେଶଛାଡ଼ି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପଳାୟନ କରିଥିଲେ। ପୂର୍ବ ଶାସନର ବର୍ବରତାକୁ ସ୍ମରଣ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ। ସେତେବେଳେ ଅନ୍ତର୍ଜାତୀୟ ସ୍ବୀକୃତି ଆଶାରେ ତାଲିବାନ୍‌ ନିଜ ଛବି ସୁଧାରିବାକୁ ଯାଇ ସରକାର ମହିଳା ବିରୋଧୀ ନୁହନ୍ତି ବୋଲି ସଫେଇ ଦେଇଥିଲା। କିନ୍ତୁ ଆଫ୍‌ଗାନ ମହିଳାମାନେ ଦିନକୁ ଦିନ ନିଜକୁ ଅଧିକ ଅସୁରକ୍ଷିତ ମଣୁଛନ୍ତି। ସେମାନଙ୍କ ସ୍ବାଧୀନତା ବନ୍ଧା ପଡ଼ିଛି ତାଲିବାନ୍‌ ଶାସକଙ୍କ ହାତରେ।

Share