Posted inଖେଳ

କେମିତି ଜିତିଲୁ ହାରିବା ମ୍ୟାଚ, କ’ଣ ଥିଲା ଫର୍ମୂଲା, କହିଲେ ସୂର୍ଯ୍ୟକୁମାର…

ନୂଆଦିଲ୍ଲୀ,୪।୧୨ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ସିରିଜ କବଜା କରିସାରିଥିଲା। କିନ୍ତୁ ପଞ୍ଚମ ମ୍ୟାଚରେ ଅଷ୍ଟ୍ରେଲିଆକୁ ରେମାଞ୍ଚକର ଭାବେ ପରାସ୍ତ କରିଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆଠାରୁ ୪-୧ରେ ସିରିଜ ବିଜୟୀ ହୋଇଛି। ମ୍ୟାଚ ଜିତିବା ପରେ କ୍ୟାପଟେନ ସୂର୍ଯ୍ୟକୁମାର କହିଥିଲେ କେଉଁ ଫର୍ମୁଲା ତାଙ୍କୁ ମ୍ୟାଚ ଜିତିବାରେ ସାହାଯ୍ୟ କରିଛି।

ଭାରତ ବନାମ ଅଷ୍ଟ୍ରେଲିଆର ପଞ୍ଚମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ହରାଇ୧୬୦ ରନ ସଂଗ୍ରହ କରିଥିଲା। ଶ୍ରେୟସ ଆୟର ଭାରତ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଆୟର ୩୭ ବଲରେ ୫୩ ରନର ଇନିଂସ ଖେଳିଥିଲେ, ଯେଉଁ କାରଣରୁ ଦଳର ସ୍କୋର ୧୬୦ରେ ପହଞ୍ଚିପାରିଥିଲା। କିଛି ସମୟ ପାଇଁ ଲାଗୁଥିଲା ଭାରତ ମ୍ୟାଚ ହାରିବ, କିନ୍ତୁ ଭାରତୀୟ ଦଳ ମାପିଚୁପି ବୋଲିଂ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ମ୍ୟାଚ ଜିତିବା ପରେ ସୂର୍ଯ୍ୟ କିପରି ହାରିଯାଇଥିବା ମ୍ୟାଚ ଜିତିଲେ ତାହା କହିଥିଲେ।

ସୂର୍ଯ୍ୟକୁମାର ଯାଦବ କହିଥିଲେ ଆରମ୍ଭରୁ ଆମେ ସମସ୍ତ ଖେଳାଳିଙ୍କୁ କହିଥିଲୁ ସେମାନଙ୍କୁ ନିର୍ଭୟରେ ଖେଳିବାକୁ ପଡ଼ିବ। ମ୍ୟାଚର ଫଳାଫଳ ଯାହା ବି ହେଉ, ଆମକୁ କେବଳ ଖେଳକୁ ଉପଭୋଗ କରିବାକୁ ପଡିବ। ଯେତେବେଳେ ଅଷ୍ଟ୍ରେଲିଆ ୧୦ ଓଭର ପାଇଁ ବ୍ୟାଟିଂ କଲା, ସମସ୍ତେ ଅନୁଭବ କଲେ ଆମେ ମ୍ୟାଚ ହରାଇବୁ, କିନ୍ତୁ ମୁଁ ସମସ୍ତଙ୍କୁ କହିଥିଲି ଆମେ ଖେଳରେ ଅଛୁ, କେବଳ ମ୍ୟାଚ ଉପଭୋଗ କର। ଯଦିଓ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୦୦ ରନର ପିଛା କରିବା ସହଜ, କିନ୍ତୁ ଅଷ୍ଟ୍ରେଲିଆ ପାଇଁ ୧୬୧ ର ଲକ୍ଷ୍ୟ କଷ୍ଟସାଧ୍ୟ ଥିଲା ଏବଂ ଆମେ ମ୍ୟାଚ ଜିତିଥିଲୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri