ଜାଣନ୍ତି ମା’ ଲକ୍ଷ୍ମୀଙ୍କ ଭାଇ କିଏ? ଯାହାଙ୍କ ବିନା ସମସ୍ତ ପୂଜା ରହିଥାଏ ଅଧା…

ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। କୁହାଯାଏ ଦୀପାବଳି ଦିନ ରାତିରେ ସମସ୍ତଙ୍କ ଘରେ ଲକ୍ଷ୍ମୀ ବାସ କରିବା ସହ ଅନ୍ନ-ଧନରେ ଭଣ୍ଡାର ଭରି ଦିଅନ୍ତି। ତେବେ କ’ଣ ଆପଣ ଜାଣନ୍ତି ଲକ୍ଷ୍ମୀଙ୍କ ଭାଇ କିଏ, ଯାହାଙ୍କ ବିନା ମନ୍ଦିର ସହ ଘରର ପୂଜାର୍ଚ୍ଚନା ଅଧା ବୋଲି କୁହାଯାଏ…

ସନାତନ ଧର୍ମରେ ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି କୁହାଯାଏ। ଏହି କାରଣରୁ ଲକ୍ଷ୍ମୀଙ୍କ ସହ ସର୍ବଦା ଶଙ୍ଖ ଦେଖିବାକୁ ମିଳିଥାଏ। ଯେଉଁଭଳି ଲକ୍ଷ୍ମୀଙ୍କ ପୂଜା ବିନା ଧନଧାନ୍ୟ ପ୍ରାପ୍ତ ହୋଇ ନ ଥାଏ ସେହିଭଳି ଶଙ୍ଖର ଧ୍ୱନି ବିନା ଆଧ୍ୟାତ୍ମିକ ଶକ୍ତି ଏବଂ ସକରାତ୍ମକ ଉର୍ଜା ପ୍ରାପ୍ତ କରିବା ଅସମ୍ଭବ। ଶଙ୍ଖକୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଯଶ ଏବଂ କିର୍ତ୍ତୀମାନର ପ୍ରତିକ ବୋଲି କୁହାଯାଏ।

ମାତା ଲକ୍ଷ୍ମୀଙ୍କ ଭଳି ଶଙ୍ଖର ଉତ୍ପତ୍ତି ସାଗରରୁ ହୋଇଛି। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ଶଙ୍ଖର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଥିଲା। ସେଥିରୁ ବାହାରିଥିବା ୧୪ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ। ଏହି କାରଣରୁ ଲକ୍ଷ୍ମୀ ଏବଂ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଭାଇ-ଭଉଣୀ ବୋଲି କୁହାଯାଏ। ଶାସ୍ତ୍ରଗୁଡ଼ିକରେ ଶଙ୍ଖକୁ ଲକ୍ଷ୍ମୀଙ୍କ ସାନ ଭାଇ ବୋଲି କୁହାଯାଇଛି। ଶଙ୍ଖ ମଧ୍ୟରେ ଦେବୀ-ଦେବତା ବାସ କରନ୍ତି ବୋଲି କୁହାଯାଏ। ଏହା ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରମୁଖ ଏବଂ ପ୍ରିୟ ଅସ୍ତ୍ର ମଧ୍ୟ।

ଆପଣ ସର୍ବଦା ଲୋକଙ୍କ ଘରର ମନ୍ଦିରରେ ଶଙ୍ଖ ଥିବା ଦେଖିଥିବେ। ଏହାଦ୍ୱାରା ଅନେକ ଲାଭ ମିଳିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶଙ୍ଖରୁ ବାହାରୁଥିବା ଧ୍ୱନୀ କାନରେ ପଡ଼ିବା ଦ୍ୱାରା ଆରୋଗ୍ୟ ରହିବାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପୂଜା ସମୟରେ ପ୍ରତିଦିନ ଶଙ୍ଖ ବଜାଇଲେ ନିଃଶ୍ୱାସପ୍ରଶ୍ୱାସ ସହ ଜଡ଼ିତ ରୋଗର ବିପଦ ଦୂର ହୋଇଥାଏ। ଏହାଛଡ଼ା ଶଙ୍ଖ ଧ୍ୱନୀ ଯୋଗୁ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।

ଦୀପାବଳୀ ନଚେତ ଧନ୍‌ତେରସ ଦିନ ଘରକୁ କିଛି ଶୁଭ ଜିନିଷ ଆଣିବାର ପରମ୍ପରା ରହିଛି। ଏମିତିରେ ଆପଣ ଚାହିଁଲେ ଶଙ୍ଖକୁ ଘରକୁ ଆଣିପାରିବେ। ଦକ୍ଷିଣାବର୍ତ୍ତୀ ଶଙ୍ଖ ଉତ୍ତମ ଥିଲେ ହେଁ ବାମାବର୍ତ୍ତୀ ଶଙ୍ଖ, ଗଣେଷ ଶଙ୍ଖ, ଗୋମୁଖୀ ଶଙ୍ଖ, କୌରୀ ଶଙ୍ଖ, ମୋତି ଶଙ୍ଖ ଏବଂ ହୀରା ଶଙ୍ଖକୁ ମଧ୍ୟ ଘରକୁ ମଧ୍ୟ ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

ରାସ୍ତା ମରାମତି ନାଁରେ ବଡ଼ ଧରଣର ପ୍ରହସନ: କୁମାରକାନୀ-ବାଗଡ଼ିଆଣି ରାସ୍ତାରୁ ପିଚୁ ଉଭାନ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି ): ସରକାରୀ ଅର୍ଥକୁ କିଭଳି ହରିଲୁଟ କରାଯାଏ, ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ…

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ ପାଇବେ ଚାଷୀ, ବୃଦ୍ଧାବସ୍ଥା ବେଳେ ସୁରକ୍ଷା ଯୋଗାଇବ ଏହି ଯୋଜନା

ନୂଆଦିଲ୍ଲୀ,୧୬।୫: ଚାଷକାର୍ଯ୍ୟରେ ପରିଶ୍ରମ ତ ବହୁତ ରହିଛି, କିନ୍ତୁ ବୟସ ବଢ଼ିବା ସହିତ ଶରୀର ପୂର୍ବ ଭଳି ସାଥ ଦିଏ ନାହିଁ। ଏହି କଥାକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri