ଚାଇନାର ଋଣ ଜାଲରେ ଫଶି ଚାଲିଛି ଶ୍ରୀଲଙ୍କା

କୋଲମ୍ବୋ,୬।୧୦: ଶ୍ରୀଲଙ୍କା ଦୀର୍ଘ ଦିନ ଧରି ଯୁଝୁଥିବା ଋଣ ସଙ୍କଟ ହ୍ରାସ ହେବାର କୌଣସି ସଙ୍କେତ ମିଳୁନାହିଁ। ଚାଇନା ଠାରୁ ବଡ ଆକାରର ଋଣ ନେଇଥିବା ଶ୍ରୀଲଙ୍କା ଋଣ ଦାଉରୁ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛି। କିନ୍ତୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ୩ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଅଧୀନରେ ବହୁ ଆବଶ୍ୟକୀୟ ନଗଦ ପାଇବାର ଆଶା କମ ଅଛି।

ଆଇଏମଏଫର ଅଧିକାରୀମାନେ ବେଲଆଉଟର ପ୍ରଥମ ସମୀକ୍ଷାରେ ଖରାପ ଗ୍ରେଡ ଦେବା ଶ୍ରୀଲଙ୍କାକୁ ୩୩୦ନିୟୁତ ଡଲାରର ଦ୍ୱିତୀୟ କିସ୍ତି ଦେବାକୁ ମନା କରିଦେଇଛନ୍ତି। କାରଣ ଶ୍ରୀଲଙ୍କା ବୈଦେଶିକ ଋଣ ସର୍ତ୍ତାବଳୀରେ ଉନ୍ନତି ଆଣିବାରେ ବିଫଳ ହୋଇଛି। ଏହି ଋଣର ଅଧିକାଂଶ ଅଂଶ ଚାଇନାର।

ଚାଇନାର ଦୁଇଟି ବୃହତ୍ତ ଋଣଦାତା ବ୍ୟାଙ୍କ, ଏକ୍ସିମ ବ୍ୟାଙ୍କ ଓ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ମିଳିତ ଭାବେ ଶ୍ରୀଲଙ୍କାକୁ ୭.୩ ବିଲିୟନ ଡଲାରରୁ ଅଧିକ ଋଣ ଦେଇଛନ୍ତି। ଶ୍ରୀଲଙ୍କା ଗତ କିଛି ବର୍ଷ ଧରି ଏକ ଗୁରୁତର ଅର୍ଥନୈତିକ ସଙ୍କଟରେ ଜତି କରି ଆସୁଛି। ଯାହାକୁ ନେଇ ୨୦୨୨ମସିହାରେ ଦେଶରେ ଜନ ଅସନ୍ତୋଷ ଦେଖାଦେଇଥିଲା।

Share