Categories: ଖେଳ

ଏତେ ସୁନ୍ଦରୀ ସ୍ତ୍ରୀ ଥାଇ ଜଣେ ଡିପ୍ରେସନ୍‌କୁ କେମିତି ଯାଇପାରିବ: କୋହଲିଙ୍କୁ ଏହି କ୍ରିକେଟର୍‌ଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧।୩: ପୂର୍ବତନ ଭାରତୀୟ ଉଇକେଟ କିପର ଫାରୁଖ ଇଞ୍ଜିନିୟର ବିରାଟ କୋହଲିଙ୍କ ଡିପ୍ରେସନକୁ ନେଇ ମଜା ଉଡାଇଛନ୍ତି। ଯଦି ତୁମର ସ୍ତ୍ରୀ ଏତେ ସୁନ୍ଦର ତେବେ ତୁମେ କିପରି ଡିପ୍ରେସନ୍‌କୁ ଯାଇପାରିବ ବୋଲି ଏକ ସାକ୍ଷାତକାରରେ ଫାରୁକ ଏହି କଥା କହିଛନ୍ତି। ନିକଟରେ ବିରାଟ କହିଥିଲେ ଯେ, ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ସେ ଖରାପ ଫର୍ମ କାରଣରୁ ଡିପ୍ରେସନରେ ଯାଇଥିଲେ। ଫାରୁକ ଆହୁରି କହିଛନ୍ତି ଯେ ବିରାଟ ପିତା ହୋଇ ସାଇଛନ୍ତି। ଭଗବାନଙ୍କୁ ଧନ୍ୟବାଦ ଦେବାର ଆପଣଙ୍କୁ ଅନେକ କାରଣ ଅଛି। ଉଦାସୀନତା ହେଉଛି ପାଶ୍ଚାତ୍ୟ ଦେଶର ଚିନ୍ତାଧାରା। ସେଠାକାର ଲୋକମାନେ ଏ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତି ।କିନ୍ତୁ ମନ ଏପରି ଏକ ଜିନିଷ ଯେ ଆମେ ଏହା ବିଷୟରେ ଅଧିକ କିଛି କହିପାରିବା ନାହିଁ। ଆମ ସମସ୍ତ ଭାରତୀୟ ଏଭଳି ପରିସ୍ଥିତିରେ ବାସ କରନ୍ତି। ଯେଉଁଠାରେ ଉଦାସୀନତାକୁ ଏଡାଯାଇପାରିବ। ଆମ ଜୀବନରେ ଅନେକ ଉତ୍ଥାନ-ପତନ ଅଛି। କିନ୍ତୁ ଏହାର ମୁକାବିଲା କରିବା ପାଇଁ ଆମର ମାନସିକ ଶକ୍ତି ଅଛି ଏବଂ ଆମେ ଏହାକୁ ମୁକାବିଲା କରି ପଡ଼ିଆରେ ଭଲ ଖେଳ ପ୍ରଦର୍ଶନ କରିପାରିବା। ସୂଚନାଯୋଗ୍ୟ, ଯେ ଭାରତୀୟ ଅଧିନାୟକ କୋହଲି ନିକଟରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ମାର୍କ ନିକୋଲ୍ସଙ୍କ ସହ ଏକ ସାକ୍ଷାତକାରରେ କହିଥିଲେ ଯେ ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ସେ ଖରାପ ପ୍ରଦର୍ଶନ ହେତୁ ସେ ଅବସାଦଗ୍ରସ୍ତ ହୋଇଥିଲେ।

Share