ପାକିସ୍ତାନ ବିଜୟ ପରେ ରୋଚକ ମୋଡ଼ରେ ସେମିଫାଇନାଲ ରେସ୍; ଆଶାରେ ୭ ଟିମ୍, ଜାଣନ୍ତୁ ପାକିସ୍ତାନର ସ୍ଥିତି

ନୂଆଦିଲ୍ଲୀ,୪/୧୧: ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ର ୩୫ ତମ ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲ ଆଶାକୁ ଜୀବିତ ରଖିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ବିଜୟ ପରେ ପାକିସ୍ତାନ ଇଂଲଣ୍ଡ, ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ସହିତ ସେମିଫାଇନାଲ ଦୌଡ଼ରେ ରହିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଏଥିରୁ ଉପକୃତ ହୋଇଛି ଏବଂ ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଥିବା ଦ୍ୱିତୀୟ ଦଳ ହୋଇପାରିଛି।

ଏହାର ଅର୍ଥ କେବଳ ଦୁଇଟି ଦଳ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ବାଂଲାଦେଶ ଟୁର୍ନାମେଣ୍ଟରୁ ବାହାର ହୋଇସାରିଛି। ତେବେ ଏହି ବିଜୟ ସହିତ ପାକିସ୍ତାନର ସେମିଫାଇନାଲ ଆଶା ରୋଚକ ମୋଡ଼ରେ ପହଞ୍ଚିଛି। ଏଭଳି ସ୍ଥିତିରେ ପାକିସ୍ତାନ ଯୋଗ୍ୟତା ହାସଲ କରିପାରିବ କି ନାହିଁ ତାହା ଏକ ବଡ ପ୍ରଶ୍ନ ପାଲଟିଛି।

ପାକିସ୍ତାନ ବର୍ତ୍ତମାନ ୮ ଟି ମ୍ୟାଚରେ ୪ ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି ଏବଂ ଏହାର ନେଟ ରନ୍ ହାର +୦.୦୩୬ ରହିଛି। ପାକିସ୍ତାନ ଯୋଗ୍ୟତା ହାସଲ କରିବା ପାଇଁ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ପରବର୍ତ୍ତୀ ସମସ୍ତ ମ୍ୟାଚ୍ ହାରିଯିବା ଆବଶ୍ୟକ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ବଡ଼ ବିଜୟ ହାସଲ ନ କରିବା ଆବଶ୍ୟକ।

ତେବେ ଏହା ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ୭ ନଭେମ୍ବରରେ ମୁକାବିଲା ଅନୁଷ୍ଠିତ ହେବ। ଉଭୟ ଦଳ ୮ ପଏଣ୍ଟରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରୁ ଗୋଟିଏ ନିଶ୍ଚିତ ଭାବରେ ୧୦ ପଏଣ୍ଟରେ ପହଞ୍ଚିବ। ଏହାର ଅର୍ଥ ଆଉ ଏକ ସେମିଫାଇନାଲ ସ୍ଥାନ ପକ୍କା ହେବ।

ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍ ଖେଳିବ ଏବଂ ଏହି ମ୍ୟାଚ୍କୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ। ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ଜିତିଲେ ମଧ୍ୟ ପାକିସ୍ତାନର ନେଟ୍ ରନ୍ ହାର କିୱି ଦଳ ତୁଳନାରେ ଆଗରେ ଥିବା। ଯଦି ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ସେମାନଙ୍କର ଶେଷ ମ୍ୟାଚ୍ ଜିତନ୍ତି ତେବେ ମାମଲା ନେଟ୍ ରନ୍ ହାରକୁ ଆସିବ।

ଯଦି ପାକିସ୍ତାନ ଶେଷ ମ୍ୟାଚ୍ ହାରିଯାଏ, ତେବେ ଆଶା କରିବାକୁ ପଡିବ ଯେ ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ତାଙ୍କର ପରବର୍ତ୍ତୀ ମ୍ୟାଚ୍‌ ବଡ଼ ବ୍ୟବଧାନରେ ହାରନ୍ତୁ ଏବଂ ନେଟ୍‌ ରନ୍‌ ହାର ପାକିସ୍ତାନ ତୁଳନାରେ କମ୍ ରହୁ। ଅନ୍ୟପକ୍ଷରେ ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଅତି କମରେ ଗୋଟିଏ ମ୍ୟାଚ୍ ହାରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?