କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ ସାହୁଙ୍କୁ ବଲାଙ୍ଗୀରରୁ ଅପହରଣ କରି ଭୁବନେଶ୍ବରର ଏକ ହୋଟେଲରେ ତାଙ୍କୁ କିଭଳି ବନ୍ଦୀ କରାଯାଇଥିଲା। ତାଙ୍କୁ କିଭଳି ନେବା ଆଣିବା କରୁଥିଲେ ତା’ର ସିସିଟିଭି ଭିଡିଓ ଫୁଟେଜ ପୋଲିସ ଜାରି କରିଛି। ବ୍ୟବସାୟୀ ଗୁଣ୍ଡା ସାହୁଙ୍କ ମୁହଁ ବାନ୍ଧି ନେବା ଆଣିବା କରୁଥିଲେ ତାହା ଭିଡିଓରେ ଦେଖାଯାଇଛି। ବଲାଙ୍ଗୀର ସଦର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ବୁଧବାର ଟାଉନ ଥାନାରେ କ୍ରାଇମ ଭିଡିଓ ଗଣମାଧ୍ୟମକୁ ଜାରି କରିଥିଲେ। ଏହି ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁ, ତାଙ୍କ ଭଉଣୀ ସବଇନ୍ସପେକ୍ଟର ସ୍ନେହାମଞ୍ଜରୀ ସାହୁ, ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ଜେନା ଓ ବଲାଙ୍ଗୀର ତୁଳସୀନଗରର ସଞ୍ଜିତ ବେହେରାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୭/୮ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

Dharitri – Odisha’s No.1 Odia Daily

Share