Posted inଜାତୀୟ

ବିଶ୍ୱରେ କେତେବଡ଼ ଯୁଦ୍ଧାସ୍ତ୍ର ବେପାର? ଜାଣିଲେ ତାଜୁବ ହେବେ

ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ଦେଶ ବିଶେଷକରି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସୀମା ସଂଘର୍ଷ ଘଟି ଭୂରାଜନୈତିକ ତଥା ସାମରିକ ଉତ୍ତେଜନା ବଢ଼ିବାରେ ଲାଗିଛି। ୨୦୨୨ ଫେବୃଆରୀରୁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ୨୦୨୩ ଅକ୍ଟୋବରରୁ ଇସ୍ରାଏଲ-ଗାଜା ସଂଘର୍ଷ ସ୍ଥିତିକୁ ସଙ୍ଗିନ କରିଦେଇଛି। ଏଭଳି ସମୟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇ ପରସ୍ପର ବିରୋଧରେ ଡ୍ରୋନ୍‌ଠାରୁ ନେଇ ମିଶାଇଲ ପର୍ଯ୍ୟନ୍ତ ବ୍ୟବହାର କରିଛନ୍ତି। ଦେଖିବାକୁ ଗଲେ ଯୁଦ୍ଧରେ କେହି ବିଜୟୀ ହୋଇ ନ ଥାଆନ୍ତି। ଉଭୟ ପକ୍ଷର କ୍ଷତି ସାଧିତ ହୋଇଥାଏ। କିନ୍ତୁ ଲାଭାନ୍ବିତ ହୋଇଥାନ୍ତି ଅସ୍ତ୍ର ବ୍ୟବସାୟ କରୁଥିବା କମ୍ପାନୀ ଓ ରାଷ୍ଟ୍ରଗୁଡ଼ିକ। ତେଣୁ ଅସ୍ତ୍ର ଉତ୍ପାଦନକାରୀ ରାଷ୍ଟ୍ର ସମୂହ ଅନେକ ସମୟରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଥାନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଭାରତ-ପାକିସ୍ତାନ ମଧ୍ୟରେ ୧୮ ଦିନ ଧରି ସାମରିକ ଉତ୍ତେଜନା ଲାଗିରହିଥିବାବେଳେ ଶନିବାର ଅପରାହ୍ନ ୫ଟାରୁ ଦୁଇଦେଶ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି। ଆଗକୁ ସ୍ଥିତି କେଉଁ ଆଡ଼କୁ ମୁହାଁଇବ ତାହା ସମୟ କହିବ। କିନ୍ତୁ ଇତିମଧ୍ୟରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢ଼ିଥିବା ସାମରିକ ଉତ୍ତେଜନା ଯୁଦ୍ଧାସ୍ତ୍ର ଶିଳ୍ପ ଓ କାରବାର ସମ୍ପର୍କିତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ବିଶ୍ୱର ସମସ୍ତ ସାର୍ବଭୌମ ରାଷ୍ଟର ନିଜସ୍ବ ପ୍ରତିରକ୍ଷା ଅଧିକାର ରହିଛି। ଶତ୍ରୁଦେଶ ଆକ୍ରମଣ କଲେ ଏକ ରାଷ୍ଟ୍ର ଆମତ୍ରକ୍ଷା କରିବା ସହ ପ୍ରତିପକ୍ଷକୁ ଜବାବ ଦେବା ପାଇଁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ଆଧୁନିକ ଯୁଗରେ ଆର୍ମ ଇଣ୍ଡଷ୍ଟ୍ରି ବା ପ୍ରତିରକ୍ଷା ଶିଳ୍ପ ବା ସାମରିକ ଶିଳ୍ପ ଫୁଲିବାରେ ଲାଗିଛି। ଅସ୍ତ୍ରଶସ୍ତ୍ରଠାରୁ ନେଇ ଡ୍ରୋନ୍‌, ଯୁଦ୍ଧ ଉପକରଣ, ମିଶାଇଲ୍‌ ସିଷ୍ଟମ୍‌, ଯୋଗାଯୋଗ ବ୍ୟବସ୍ଥା, ଏୟାର ଡିଫେନ୍ସ ସିଷ୍ଟମ୍‌, ମିଶାଇଲ, ଲଜିଷ୍ଟିକାଲ ସପୋର୍ଟ ଆଦି ଏଥିରେ ଅନ୍ତର୍ଭୁକ୍ତ। ଅନେକ ଶିଳ୍ପ ଉନ୍ନତ ରାଷ୍ଟ୍ରର ସରକାର ଅସ୍ତ୍ର ନିର୍ମାଣ କ୍ଷେତ୍ରରେ ନିଜସ୍ବ ନୀତି ପ୍ରଣୟନ କରିଥାନ୍ତି। ଏହି ନୀତି ବଳରେ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ସାମରିକ ଉପକରଣ କ୍ରୟଠାରୁ ନେଇ ଅସ୍ତ୍ର ପ୍ରୟୋଗ ପର୍ଯ୍ୟନ୍ତ ସବୁକିଛି ଧାର୍ଯ୍ୟ କରନ୍ତି। ୨୦୨୪ରେ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆର୍‌ଆଇ) ପକ୍ଷରୁ କରାଯାଇଥିବା ଏକ ଆକଳନ ଅନୁସାରେ ବିଶ୍ୱ ପ୍ରତିରକ୍ଷା ଶିଳ୍ପର ଆକାର ହେଉଛି ୨.୪୪୩ ଟ୍ରିଲିୟନ୍‌ ଆମେରିକୀୟ ଡଲାର। ୨୦୨୩ରେ ବିଶ୍ୱର ସବୁଠୁ ବଡ଼ ୧୦୦ ଅସ୍ତ୍ର ନିର୍ମାଣକାରୀ କମ୍ପାନୀ ୬୩୨ ବିଲିୟନ୍‌ ଡଲାର ରାଜସ୍ବ ଆୟ କରିଥିଲେ।

ବୈଶ୍ୱିକ ଅସ୍ତ୍ର ବଜାର ଉପରେ ଆମେରିକାର ଆଧିପତ୍ୟ: ବିଶ୍ୱର ପ୍ରାୟ ଅଧା ଯୁଦ୍ଧାସ୍ତ୍ର ଆମେରିକୀୟ କମ୍ପାନୀଗୁଡ଼ିକ ନିର୍ମାଣ କରି ବିଭିନ୍ନ ଦେଶକୁ ରପ୍ତାନି କରିଥାନ୍ତି।
୨ୟରେ ଚାଇନା, ୩ୟରେ ରୁଷିଆ: ଯୁଦ୍ଧାସ୍ତ୍ର କାରବାର କ୍ଷେତ୍ରରେ ଚାଇନା ଦ୍ୱିତୀୟ ସ୍ଥାନରେ ଥିବାବେଳେ ରୁଷିଆ ୩ୟ ସ୍ଥାନରେ ରହିଛି। ଏପରି କି ଘରୋଇ ଅସ୍ତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ୨ ଦେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମେରିକା ବିରୋଧୀ ଏହି ରାଷ୍ଟ୍ରଦ୍ୱୟ ଅସ୍ତ୍ର ରପ୍ତାନି କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ଅଭିଯୋଗ ହୋଇଥାଏ।
ୟୁରୋପ: ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଅସ୍ତ୍ରନିର୍ମାତାଙ୍କ ଏକ ବୃହତ୍‌ ବଜାର ରହିଛି। ବିଶେଷକରି ଏରୋସ୍ପେସ୍‌ ଓ ନାଭାଲ ସିଷ୍ଟମ୍‌ ନିର୍ମାଣରେ ୟୁରୋପୀୟ କମ୍ପାନୀଗୁଡ଼ିକର ବିଶେଷତ୍ୱ ରହିଛି।

ବୈଶ୍ୱିକ ଅସ୍ତ୍ର ବଜାର ଉପରେ ଆମେରିକାର ଆଧିପତ୍ୟ: ବିଶ୍ୱର ପ୍ରାୟ ଅଧା ଯୁଦ୍ଧାସ୍ତ୍ର ଆମେରିକୀୟ କମ୍ପାନୀଗୁଡ଼ିକ ନିର୍ମାଣ କରି ବିଭିନ୍ନ ଦେଶକୁ ରପ୍ତାନି କରିଥାନ୍ତି।
୨ୟରେ ଚାଇନା, ୩ୟରେ ରୁଷିଆ: ଯୁଦ୍ଧାସ୍ତ୍ର କାରବାର କ୍ଷେତ୍ରରେ ଚାଇନା ଦ୍ୱିତୀୟ ସ୍ଥାନରେ ଥିବାବେଳେ ରୁଷିଆ ୩ୟ ସ୍ଥାନରେ ରହିଛି। ଏପରି କି ଘରୋଇ ଅସ୍ତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟ ୨ ଦେଶର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମେରିକା ବିରୋଧୀ ଏହି ରାଷ୍ଟ୍ରଦ୍ୱୟ ଅସ୍ତ୍ର ରପ୍ତାନି କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ଅଭିଯୋଗ ହୋଇଥାଏ।
ୟୁରୋପ: ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଅସ୍ତ୍ରନିର୍ମାତାଙ୍କ ଏକ ବୃହତ୍‌ ବଜାର ରହିଛି। ବିଶେଷକରି ଏରୋସ୍ପେସ୍‌ ଓ ନାଭାଲ ସିଷ୍ଟମ୍‌ ନିର୍ମାଣରେ ୟୁରୋପୀୟ କମ୍ପାନୀଗୁଡ଼ିକର ବିଶେଷତ୍ୱ ରହିଛି।

ଭାରତ, ପାକିସ୍ତାନ ସାମରିକ କ୍ଷମତା

ଏପ୍ରିଲ ୨୨ ତାରିଖରେ ପହଲଗାମ୍‌ରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା ପରେ ଭାରତ ପକ୍ଷରୁ ଗତ ୬ ତାରିଖ ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀଙ୍କ ୯ ସ୍ଥାନରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏହାପରଠାରୁ ୨ ଦେଶ ମଧ୍ୟରେ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପାକିସ୍ତାନ ପକ୍ଷରୁ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ କରାଯାଇ ମିଶାଇଲ ଏବଂ ଡ୍ରୋନ୍‌ ଛଡ଼ାଯାଇଥିଲା, ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍‌ ନଷ୍ଟ କରିଥିଲା। ସେହିପରି ଭାରତ ମଧ୍ୟ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ୍‌କୁ ଧ୍ୱଂସ କରିବା ସହ ୫ଟି ଏୟାର ବେସ୍‌ ଏବଂ ୩ଟି ଅନ୍ୟ ସାମରିକ ଠିକଣା ଉପରେ ଆକ୍ରମଣ କରିଥିଲା।

ଗ୍ଲୋବାର ଫାୟାର ପାଓ୍ବରର ସାମରିକ ଶକ୍ତି ର଼୍ୟାଙ୍କି ଅନୁଯାୟୀ, ଭାରତ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସାମରିକ ଶକ୍ତି ହୋଇଥିବାବେଳେ ପାକିସ୍ତାନ ହେଉଛି ଦ୍ୱାଦଶ ଶକ୍ତିଶାଳୀ ସାମରିକ ଶକ୍ତି। ଭାରତ ସାମରିକ କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରୁଥିବା ବିଶ୍ୱର ପଞ୍ଚମ ଦେଶ। ୨୦୨୪ରେ ଭାରତ ନିଜର ସାମରିକ ଶକ୍ତି ପାଇଁ ୮୬.୧ ବିଲିୟନ ଡଲାର ଖର୍ଚ୍ଚ କରିଥିଲା, ଯାହା ଏହାର ଜିଡିପିର ମୋଟ ୨.୩%। ସେହିପରି ପାକିସ୍ତାନ ନିଜର ସାମରିକ ଶକ୍ତି ପାଇଁ ଗତବର୍ଷ ୧୦.୨ ବିଲିୟନ ଡଲାର ଖର୍ଚ୍ଚ କରିଥିଲା, ଯାହା ଏହାର ଜିଡିପିର ମୋଟ ୨.୭%। ମିଲିଟାରୀ ଓ୍ବାଚ୍‌ ମାଗାଜିନ ଅନୁଯାୟୀ, ଭାରତ ଟାୟାର-୨ ମିଲିଟାରୀ ପାଓ୍ବାର ହୋଇଥିବାବେଳେ ପାକିସ୍ତାନ ହେଉଛି ଟାୟାର-୩ ମିଲିଟାରୀ ପାଓ୍ବାର। ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍‌ (ଏସ୍‌ଆଇପିଆର୍‌ଆଇ)ର ରିପୋର୍ଟ ଅନୁଯାୟୀ, ୨୦୨୦ରୁ ୨୦୨୪ ମଧ୍ୟରେ ୟୁକ୍ରେନ ପରେ ଭାରତ ହେଉଛି ଦ୍ୱିତୀୟ ସର୍ବବୃହତ ଅସ୍ତ୍ରଶସ୍ତ୍ର ଆମଦାନକାରୀ ଦେଶ। ସେହିପରି ୨୦୧୫-୧୯ରୁ ୨୦୨୦-୨୪ ମଧ୍ୟରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଆମଦାନୀ ୬୧% ବୃଦ୍ଧି ପାଇଛି। ୧୯୯୦ ପରଠାରୁ ଚାଇନା ପାକିସ୍ତାନକୁ ସର୍ବାଧିକ ଅସ୍ତ୍ରଶସ୍ତ୍ର ଯୋଗାଇଛି। ୨୦୨୦-୨୪ ମଧ୍ୟରେ ପାକିସ୍ତାନର ୮୧% ଅସ୍ତ୍ରଶସ୍ତ୍ର ଆମଦାନୀ ଚାଇନାଠାରୁ ହୋଇଛି। ପାକିସ୍ତାନର ୧୦% ଅସ୍ତ୍ରଶସ୍ତ୍ର ଆମଦାନୀ ନେଦରଲାଣ୍ଡଠାରୁ ଏବଂ ୬% ତୁର୍କୀଠାରୁ ହୋଇଛି। ସେହିପରି ଏହା ମଧ୍ୟରେ ରୁଷିଆ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଭାରତକୁ ଯୋଗାଇଛି। ଭାରତର ୮୧% ଅସ୍ତ୍ରଶସ୍ତ୍ର ଆମଦାନୀ ରୁଷିଆଠାରୁ ହୋଇଛି। ସେହିପରି ଏହି ଅବଧିରେ ଭାରତର ୩୩% ଅସ୍ତ୍ରଶସ୍ତ୍ର ଆମଦାନୀ ଫ୍ରାନ୍ସଠାରୁ, ୧୮% ଇସ୍ରାଏଲଠାରୁ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri