Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ…

କୋପେନହେଗେନ,୪।୧ : ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ। ଆମେରିକା ଏବଂ ୧୨ ସହଯୋଗୀ ଚେତାବନୀ ଦେଇଛନ୍ତି ଏହି ଆକ୍ରମଣ ବନ୍ଦ ନ ହେଲେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ।
ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ପ୍ରତିଶୋଧ ପରାୟଣ ହେବା ପରଠାରୁ ହୋଉଥି ବିଦ୍ରୋହୀମାନେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଗୁଳି ଚଳାଇଥିଲେ। ଡିସେମ୍ବର ୧୯ ଠାରୁ ଅତିକମରେ ୨୩ ଥର ଆକ୍ରମଣ କରାଯାଇଛି।

ଯଦି ଆକ୍ରମଣ ଜାରି ରୁହେ ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନର ବିବରଣୀ ସମ୍ପର୍କରେ ସୂଚନା ମିଳିପାରି ନାହିଁ॥ ତେବେ ଏହା ଜୋର ଦିଆଯାଇଛି ଇରାନ ସମର୍ଥିତ ହୋଉଥି ବିଦ୍ରୋହୀମାନଙ୍କୁ ଆମେରିକା ଏବଂ ଏହାର ସହଯୋଗୀମାନଙ୍କଠାରୁ ଆଉ ଏକ ଚେତାବନୀ ଦିଆ ନ ଯାଇ ପଦକ୍ଷେପ ଗ୍ରହଣ କରାଯିବ।

ଆମେରିକା ଏବଂ ୧୨ ସହଯୋଗୀ ମିଳିତ ବିବୃତ୍ତି ଜାରି କରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ବିବୃତ୍ତିର ଦସ୍ତଖତକାରୀମାନଙ୍କ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, ବହାରେନ, ବେଲଜିୟମ, କାନାଡା, ଡେନମାର୍କ, ଜର୍ମାନୀ, ଇଟାଲୀ, ଜାପାନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏବଂ ବ୍ରିଟେନ ରହିଛନ୍ତି।

ଦେଶଗୁଡିକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ଆମର ବାର୍ତ୍ତା ସ୍ପଷ୍ଟ ହୋଇଛି। ଏହି ଆକ୍ରମଣ ତୁରନ୍ତ କରିବା ସହ ସମସ୍ତ ବନ୍ଧକ ଜାହାଜ ଏବଂ କର୍ମଚାରୀଙ୍କୁ ମୁକ୍ତ କରିବାକୁ ଆମେ ଆହ୍ବାନ କରୁଛୁ। ଯଦି ଏହା କରା ନ ଯାଏ ତେବେ ବିପଜ୍ଜନକ ପରିଣାମ ପାଇଁ ହୋଉଥିମାନେ ଦାୟୀ ରହିବେ ।

ଅନେକ ସପ୍ତାହ ଧରି ୟେମେନର ବୃହତ ଅଂଶକୁ ନିୟନ୍ତ୍ରଣ କରୁଥିବା ହୋଉଥି ବିଦ୍ରୋହୀମାନେ ଇସ୍ରାଏଲ ଅଭିମୁଖେ ଲୋହିତ ସାଗର ଦେଇ ଯାଉଥିବା ସମସ୍ତ ଜାହାଜକୁ ଟାର୍ଗେଟ କରିଛନ୍ତି। ହୋଉଥିମାନେ କହିଛନ୍ତି ସେମାନଙ୍କ ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଗାଜା ଷ୍ଟ୍ରିପରେ ଇସ୍ରାଏଲର ବାୟୁ ଏବଂ ସ୍ଥଳଭାଗ ଆକ୍ରମଣକୁ ବନ୍ଦ କରିବା।

୨୦୨୩ ଡିସେମ୍ବର ୩ ତାରିଖରୁ, ହୋଉଥି ବିଦ୍ରୋହୀମାନେ ଲୋହିତ ସାଗରରେ ଅନେକ ବାଣିଜି୍ୟକ ଜାହାଜକୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସେମାନେ ୟେମେନ ଉପକୂଳରେ ନିଜ ଅଧୀନରେ ଥିବା ଡ୍ରୋନ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ବ୍ୟବହାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri