ଆବାସ ଯୋଜନାରେ ମିଳୁନି ଘର

ନୟାଗଡ଼ ଅଫିସ,୧୨ା୧୦: ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇ ଦେଉଛନ୍ତି। ହେଲେ ଅନେକ ଯୋଗ୍ୟ ପରିବାର ଏହି ତାଲିକାରେ ସାମିଲ ହୋଇପାରୁ ନାହାନ୍ତି। ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଜଗନ୍ନାଥପ୍ରସାଦର ବିକାଶ ସିଂ ଓ ଗଗନ ସିଂଙ୍କ ପରିବାର ଏଥିରୁ ବଞ୍ଚିତ ହୋଇ ପାଲଟଣା ଝାଟିମାଟି ଘରେ ଜୀବନ ବିତାଉଛନ୍ତି। ସେମାନଙ୍କ କହିବା କଥା ଘରଟିଏ ପାଇଁ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡିଓ, ଉପଜିଲାପାଳଙ୍କୁ ଭେଟିଥିଲେ। ପ୍ରତିଶ୍ରୁତି ମିଳିଥିଲେ ବି ଯୋଜନାର ସୁଫଳ ପାଇନାହାନ୍ତି।
ବିକାଶ ଓ ଗଗନ ଦୁଇ ଭାଇ। ଉଭୟ ରହୁଥିବା ଘରେ କାନ୍ଥ ନାହିଁ। କାଠ, ବାଉଁଶ ଉପରେ ମାଟି ଛଟାଯାଇଛି। ପୁଣି ଚାଳ ଛପର କରିବାକୁ ପାଖରେ ଅର୍ଥ ନ ଥିବାରୁ ପାଲଟାଣି ରହୁଛନ୍ତି। ବିକାଶଙ୍କ ପରିବାରରେ ୪ଜଣ ସଦସ୍ୟ। ଏକ କେସ୍‌ରେ ବିକାଶ ଜେଲ ଯାଇଥିବାବେଳେ ପରର କାମଧନ୍ଦା କରି ସ୍ତ୍ରୀ ଘର ଚଳାଉଥିଲେ ମଧ୍ୟ ତାହା କାଠିକର ପାଠ। ଦିନେ ଖାଇଲେ ଆଉ ଦିନେ ଉପବାସ। ରାଶନ କାର୍ଡ ଥିବାରୁ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ସେହିପରି ଗଗନଙ୍କ ପରିବାରର ସଦସ୍ୟ ସଂଖ୍ୟା ୫। ମୂଲ ଲାଗି ଗଗନ ଘର ଚଳାଇ ଆସୁଛନ୍ତି। ଗଗନ କୁହନ୍ତି, ଯେଉଁମାନଙ୍କର କୋଠା ଓ ଆଜବେଷ୍ଟସ୍‌ ଘର ଅଛି ସେମାନେ ସରକାରୀ ମାନଦଣ୍ଡ ପୂରଣ କରି ପାରୁଛନ୍ତି। କାରଣ ସେମାନେ ଲାଞ୍ଚ ଦେଇ ଘର କରିପାରୁଛନ୍ତି। ହେଲେ ଆମର ଭଙ୍ଗା ଘର ହୋଇଥିଲେ ହେଁ ମାନଦଣ୍ଡ ପୂରଣ କରୁ ନ ଥିବା ଆଶ୍ଚର୍ଯ୍ୟ କରୁଛି। କେତେଜଣ କୁଜିନେତା ବିଭିନ୍ନ ସମୟରେ ଆସି ଲାଞ୍ଚ ମାଗୁଛନ୍ତି। ଲାଞ୍ଚ ଦେଲେ ଘର ମିଳିଯିବ ନ ହେଲେ ମାନଦଣ୍ଡ ପୂରଣ ହେବନି ବୋଲି କହୁଛନ୍ତି। ହେଲେ ଆମପରି ଗରିବ ଲୋକ ଲାଞ୍ଚ ଦେଇ ଘର କରିବା ସମ୍ଭବ ନୁହେଁ। ଆମ ପାଖରେ ଟଙ୍କା ଥିଲେ ଆମେ ଚାଳଛପର କରି ରହିଥାନ୍ତୁ। ସମିତି ସଭ୍ୟଙ୍କ ଦୟାରୁ ଜରିପାଲଟିଏ ପାଇବା ପରେ ଚାଳରେ ପକାଇ ରହିଛୁ। ପ୍ରାୟ ୧୦ବର୍ଷ ହେଲା ସେ ଘର ପାଇଁ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଆସୁଥିଲେ ବି ସୁଫଳ ପାଇ ନ ଥିବା କହିଛନ୍ତି। ଏ ସମ୍ପର୍କରେ ଗଣିଆ ବିଡିଓ ସିରିୟଲ ଶୁଭ୍ର ପଟେଲ କୁହନ୍ତି, ଏ ନେଇ ଅବଗତ ନ ଥିଲୁ। କେଉଁ କାରଣରୁ ଗ୍ରାମୀଣ ଆବାସ ଯୋଜନାରେ ଘର ହୋଇପାରୁନି ସେ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri