Categories: ଜାତୀୟ

ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ମିଳିବ ଘର

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ଏନେଇ ୨୦୨୧-୨୨ ବଜେଟ୍‌ରେ ୫୩୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଇତିମଧ୍ୟରେ ସୁଲତାନପୁରୀ ନିକଟରେ ୧୦୬୦ ଘର ନିର୍ମାଣ ଶେଷ ହୋଇ ଆବଣ୍ଟନ କରାଯିବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଦେବ ନଗର କରୋଲ ଭାଗ ଆଦିଠାରେ ୭୮୪ ବହୁମହଲା କୋଠାର ନିର୍ମାଣ ଆରମ୍ଭ ହୋଇଛି। ୬୧୯ ଝୁମ୍ପୁଡ଼ି ବସ୍ତିରେ ବିକାଶ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏସବୁ ବସ୍ତିରେ ୬୭୪ ଜନ ସୁବିଧା କେନ୍ଦ୍ର ସ୍ଥାପନ କରାଯିବା ସହିତ ୨୧ ହଜାର ୫୮୬ େଓ୍ପଷ୍ଟର୍ନ ସିଟ୍‌ ଲଗାଯାଇଛି। ବସ୍ତିରେ ୧୦ ଲକ୍ଷ ୧୬ ହଜାର ୫୩୧ ମିଟର କକ୍ରିଂଟ୍‌-ସିମେଣ୍ଟ୍‌ ଫୁଟପାଥ୍‌ ନିର୍ମାଣ କରାଯାଇଛି। ସେହିପରି ଏସବୁ ବସ୍ତିରେ ୨୫୦ କିଲୋମିଟର ନାଳ ନିର୍ମାଣ କରାଯିବା ସହିତ ୨୦ ନୂଆ ବସ୍ତି ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି।

Share