କମୁନି ପିଲାଙ୍କ ବସ୍ତାନି ବୋଝ

ଭୁବନେଶ୍ୱର,୧୨ା୯(ଅସମାପିକା ସାହୁ):ଛୋଟ ଛୋଟ ପିଲାମାନେ ଓଜନିଆ ବ୍ୟାଗ୍‌ ନେଇ ବିଦ୍ୟାଳୟକୁ ଯାଉଛନ୍ତି। ତାହା ପୁଣି ନିଜ ଓଜନର ପାଖାପାଖି ୩୦ପ୍ରତିଶତ। ସ୍କୁଲ ବ୍ୟାଗ୍‌ ଓଜନ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଥିଲେ ମଧ୍ୟ ତାହାକୁ ପାଳନ କରାଯାଉ ନାହିଁ। ଅଧିକାଂଶ ଘରୋଇ ସ୍କୁଲ ଛାତ୍ରୀଛାତ୍ର ଏହି ବସ୍ତାନି ବୋଝର ଶିକାର ହେଉଛନ୍ତି। କେନ୍ଦ୍ର ସରକାରଙ୍କ ନିୟମାନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ର ଦେଢ଼ କେଜି, ତୃତୀୟରୁ ପଞ୍ଚମ ପର୍ଯ୍ୟନ୍ତ ୨-୩କେଜି, ଷଷ୍ଠ ଓ ସପ୍ତମ ପାଇଁ ୪କେଜି, ଅଷ୍ଟମ ଓ ନବମ ପାଇଁ ୪.୫କେଜି ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ବହିଖାତା ସହିତ ବ୍ୟାଗ୍‌ର ଓଜନ ୫କେଜି ରହିବା ଉଚିତ୍‌। କିନ୍ତୁ ଏହାକୁ ଅଧିକାଂଶ ବିଦ୍ୟାଳୟ ପାଳନ କରୁ ନ ଥିବା ଦେଖାଯାଉଛି। ଓଡ଼ିଶାରେ ଏହାକୁ ପାଳନ କରାଯାଉ ନ ଥିବାରୁ ଏ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ୨୦୧୯ରେ ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଥିଲା। ନିୟମ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଜିଲାସ୍ତରରେ କମିଟି କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲା। ଇତିମଧ୍ୟରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ସମାନ ସ୍ଥିତି ଦେଖାଯାଉଛି। ପ୍ରଥମେ ପ୍ରଥମେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ତାଗିଦ୍‌ କରାଯାଇଥିଲା। ଅଧିକାରୀମାନେ ଅଚାନକ ପରିଦର୍ଶନ କରି ଯାଞ୍ଚ କରୁଥିଲେ। କିନ୍ତୁ ଏବେ ତାହା କରାଯାଉନାହିଁ। ଫଳରେ ପିଲାଙ୍କ ବ୍ୟାଗ୍‌ ପୁଣି ସେହିଭଳି ଅଧିକ ଓଜନର ରହୁଥିବା ଦେଖିବାକୁ ମିଳୁଛି। ଏପରି କି ଏହି ଅଧିକ ଓଜନର ବସ୍ତାନିକୁ ନେଇ ପିଲାମାନେ ଅଧିକାଂଶ ସମୟରେ ଚିଡ଼ି ଚିଡ଼ି ହେଉଥିବା ମଧ୍ୟ ଅଭିଭାବକମାନେ ପ୍ରକାଶ କରୁଛନ୍ତି।
ପିଲାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଜନିଆ ବ୍ୟାଗ୍‌ର କ’ଣ କୁପ୍ରଭାବ ରହିଛି ତାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ତଥ୍ୟ ରଖିଛନ୍ତି। ୧୯୭୭ରେ ଜର୍ମାନୀର ବୈଜ୍ଞାନିକ ଏଚ୍‌. ଭଲ୍‌ ଏବଂ ଏଫ୍‌. କ୍ଲିଣ୍ଟ ଏହା ଉପରେ ଗବେଷଣା କରି କହିଥିଲେ, ଜଣେ ପିଲା ତା’ ନିଜ ଓଜନର ୧୦ ପ୍ରତିଶତ ଓଜନର ବ୍ୟାଗ୍‌ ନେବା ଉଚିତ। ତା’ଠାରୁ ଅଧିକ ଓଜନର ବ୍ୟାଗ୍‌ ନେଲେ ଶରୀରରେ ବିିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ଓଜନିଆ ବ୍ୟାଗ୍‌ ବୋହିବା ଦ୍ୱାରା କାନ୍ଧ ଫୁଲିଯିବା ସାଙ୍ଗକୁ ପିଠି ବଙ୍କା ହୋଇଯାଉଛି। କାନ୍ଧ, ବେକ ଓ ପିଠିରେ ଯନ୍ତ୍ରଣା ହେଉଛି। ମେରୁଦଣ୍ଡରେ ଥିବା ଲୁମ୍ବାର ପାର୍ଟ(ପିଠିର ମଝି ଭାଗ)ରେ ଅସୁବିଧା ହେଉଛି। ମେରୁଦଣ୍ଡଜନିତ ରୋଗ ବାହାରୁଛି। କିନ୍ତୁ ଭାରତରେ ୮୭ ପ୍ରତିଶତ ଛାତ୍ରୀଛାତ୍ର ତାଙ୍କ ଶରୀରର ୧୦ ପ୍ରତିଶତରୁ ଅଧିକ ଓଜନର ବ୍ୟାଗ୍‌ ନେଉଛନ୍ତି। ତେବେ କେତେକ ବିଦ୍ୟାଳୟରେ ପିଲାମାନଙ୍କୁ ସ୍କୁଲ ବ୍ୟାଗ ଓଜନରୁ ମୁକ୍ତି ଦେବା ପାଇଁ ଲକର୍‌ ବ୍ୟବସ୍ଥା କରାଯାଇଛି। ଫଳରେ ସେମାନେ ପ୍ରତିଦିନ ସବୁ ବହିଖାତାକୁ ଘରକୁ ନେବା ଆଣିବା ନ କରି ସ୍କୁଲ ଲକରରେ ରଖିପାରିବେ। ଯେଉଁ ପୁସ୍ତକର ହୋମ୍‌ ଓ୍ବାର୍କ ଦିଆଯାଇଥିବ ସେହି ବହି ଏବଂ ଖାତା କେବଳ ଘରକୁ ନେବେ। ଏହାଦ୍ୱାରା ସେମାନଙ୍କ ଉପରେ ପଡ଼ୁଥିବା ଓଜନ ବୋଝ ଲାଘବ ହୋଇପାରୁଛି।
ଏ ନେଇ ଢେଙ୍କାନାଳର ଜଣେ ଅଭିଭାବକ ତୃପ୍ତି ପଣ୍ଡା କହିଛନ୍ତି, ମୋର ଦୁଇଟି ସନ୍ତାନ। ପିଲାଙ୍କ ବ୍ୟାଗ୍‌ ଏତେ ଓଜନ ହେଉଥିବାରୁ ତାଙ୍କୁ ପାଣି ବୋତଲ ଦେଇପାରୁନି। ଦୀର୍ଘ ମାସ ହେଲାଣି ଏହାକୁ ନେଇ ଆମେ ପ୍ରତିବାଦ କଲେ ମଧ୍ୟ ସୁଫଳ ମିଳୁ ନାହିଁ। କରୋନା ପୂର୍ବରୁ ସରକାରଙ୍କ ପକ୍ଷରୁ ସ୍କୁଲରେ ପିଲାଙ୍କ ବ୍ୟାଗ୍‌ ଯାଞ୍ଚ ହେଉଥିଲା। ଏବେ କିନ୍ତୁ ତାହା ହେଉନାହିଁ। ଫଳରେ ପିଲା ପୁଣି ସେହିଭଳି କଷ୍ଟ ପାଉଛନ୍ତି। ଏନ୍‌ସିଇଆର୍‌ଟି ବହି ଛଡ଼ା ଅନ୍ୟ ପ୍ରକାଶକଙ୍କ ପୁସ୍ତକ ବ୍ୟବହାର କରାଯାଉଥିବାରୁ ପିଲାଙ୍କ ବ୍ୟାଗ୍‌ ଓଜନ ବଢ଼ିଯାଉଛି। ତେଣୁ ଏହାକୁ ରୋକାଯାଇପାରିଲେ ବହୁ ପିଲା ଉପକୃତ ହୁଅନ୍ତେ। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସ୍କୁଲ ବ୍ୟାଗ୍‌ ଓଜନ ପିଲାମାନଙ୍କ ପାଇଁ ମରଣଯନ୍ତା ପାଲଟିଛି। କିଛିବର୍ଷ ହେବ ଓଡ଼ିଶାରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ମୁନାଫାଖୋର ମନୋଭାବ ଯୋଗୁ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ ଅହେତୁକ ବୃଦ୍ଧି ପାଇଛି। ଅଭିଭାବକମାନେ ଏନ୍‌ସିଇଆର୍‌ଟି ବହି ଲାଗୁ କରିବା ପାଇଁ ଦୃଢ଼ ଦାବି କଲେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ। ସରକାରଙ୍କ ମଧ୍ୟ ଏଥିପ୍ରତି ଦୃଢ଼ ମନୋଭାବ ରହିବା ଆବଶ୍ୟକ। ମହାସଂଘ ସରକାରୀ ନିୟମ ଲାଗୁ ପାଇଁ ଲଢ଼େଇ କରି ଆସୁଛି, ମାତ୍ର ସରକାରୀ ଅବହେଳା ଯୋଗୁ ଏହା ଲାଗୁ ହୋଇପାରୁ ନ ଥିବା ସେ କହିଛନ୍ତି। କଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ କହିଛନ୍ତି, ସ୍କୁଲ ବ୍ୟାଗ୍‌ ଓଜନକୁ ନେଇ କରିଥିବା ନିୟମର ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିବା ପାଇଁ ଆମେ ପ୍ରାଥମିକ ନିର୍ଦ୍ଦେଶାଳୟ ଏବଂ ଓସେପାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲୁ। ଏନେଇ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ କହିଛନ୍ତି, ପୂର୍ବରୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିଲା, ଆମେ ସେଥିପାଇଁ ଯାଞ୍ଚ କରୁଥିଲୁ। ଏବେ ସେପରି କିଛି ଯାଞ୍ଚ ନିର୍ଦ୍ଦେଶ ନାହିଁ, ଆଗକୁ ଆସିଲେ କରିବୁ ବୋଲି ଶାହ କହିଛନ୍ତି।

ବ୍ୟାଗ ଓଜନ: କ’ଣ କହୁଛି ଏନ୍‌ଇପି

ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ୨୦୨୦ ଅନୁସାରେ ପିଲାଙ୍କ ବ୍ୟାଗର ଓଜନକୁ ସ୍କୁଲରେ ନିୟମିତ ଭାବେ ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍କୁଲ ବ୍ୟାଗ ଏଭଳି ଭାବେ ତିଆରି ହୋଇଥିବା ଆବଶ୍ୟକ, ଯାହାକୁ ପିଲାମାନେ ଧରିଥିବାବେଳେ ଆଡଜଷ୍ଟ କରି ନେଇପାରୁଥିବେ। ବ୍ୟାଗ ଛାତ୍ରୀଛାତ୍ରଙ୍କ ଶରୀର ଓଜନ ତୁଳନାରେ ୧୦%ରୁ ଅଧିକ ହୋଇ ନ ଥିବ। ଉଦାହରଣ ସ୍ବରୂପ ଜଣେ ପିଲାର ଓଜନ ୧୫ରୁ ୨୨ କେ.ଜି. ହୋଇଥିଲେ ବସ୍ତାନି ଓଜନ ୧.୫ରୁ ୨.୨ କେ.ଜି. ମଧ୍ୟରେ ସୀମିତ ରହିବା ଉଚିତ।
ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ ଓଜନ ୧.୬ କେ.ଜି.ରୁ ୨.୨ କେ.ଜି. ଭିତରେ ରହିବା ଉଚିତ। ସେହିପରି ତୃତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୧.୭ କେ.ଜି.ରୁ ୨.୫ କେ.ଜି, ଚତୁର୍ଥ ଶ୍ରେଣୀ ପିଲାଙ୍କ ବସ୍ତାନି ଓଜନ ୨ରୁ ୩ କେ.ଜି., ପଞ୍ଚମ ଶ୍ରେଣୀ ପିଲାଙ୍କ ବସ୍ତାନି ଓଜନ ୨.୫ରୁ ୪ କେ.ଜି., ଷଷ୍ଠ ଶ୍ରେଣୀ ପିଲାଙ୍କ ବସ୍ତାନି ଓଜନ ୨.୫ରୁ ୪.୫ କେ.ଜି., ୭ମରୁ ୧୦ଶ୍ରେଣୀ ପିଲାଙ୍କ ବସ୍ତାନି ୩.୫ରୁ ୫ କେ.ଜି. ରହିବା ଆବଶ୍ୟକ। ଏପରି କି ପାଠ୍ୟ ପୁସ୍ତକର ଓଜନ ମଧ୍ୟ ପ୍ରକାଶକମାନେ ସେଥିରେ ଛପାଇବା ଆବଶ୍ୟକ ବୋଲି ନିୟମ ରହିଛି। ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ନୋଟିସ ବୋର୍ଡରେ ବସ୍ତାନି ଓଜନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ଏନ୍‌ସିଇଆର୍‌ଟି ଦ୍ୱାରା କରାଯାଇଥିବା ଅନେକ ସର୍ବେକ୍ଷଣ ଓ ଅଧ୍ୟୟନ ପରେ ଏହି ସୁପାରିସ କରାଯାଇଥିଲା। ଏଥିପାଇଁ ୩୫୨ ସ୍କୁଲର ୩,୬୨୬ ଛାତ୍ରୀଛାତ୍ର ଓ ୨,୯୯୨ ମାତା ପିତାଙ୍କ ମତାମତ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri