ଘରକରଣା

ପାଣିରେ ଲେମ୍ବୁ ରସ ମିଶାଇ ମାଇକ୍ରୋୱେବ୍‌ ଭିତରେ ରଖି ଅନ୍‌ କରି ଦିଅନ୍ତୁ। ଏହାପରେ ଏକ କପଡ଼ାରେ ମାଇକ୍ରୋୱେବ୍‌ ଭିତରକୁ ସଫା କରନ୍ତୁ, ଭଲଭାବେ ସଫା ହୋଇଯିବ।
ଚିମିନି, ବଲ୍‌ବ, ଏଗ୍‌ଜଷ୍ଟ ଫ୍ୟାନ୍‌କୁ ସଫା କରିବା ପାଇଁ ଗରମ ପାଣିରେ ଭିନେଗାର ଓ ବ୍ଲିଚିଂ ପାଉଡର ମିଶାଇ କପଡ଼ାରେ ସଫା କରନ୍ତୁ।
ପାଣିରେ ଭିନେଗାର ମିଶାଇ କପଡ଼ାରେ ଆଣି ଫ୍ରିଜ୍‌ ହ୍ୟାଣ୍ଡେଲ ତଥା ଝରକା, କବାଟର ହ୍ୟାଣ୍ଡେଲ ଆଦିକୁ ସଫା କରନ୍ତୁ। ବେଶ୍‌ ସୁନ୍ଦର ଦେଖାଯିବ। ରୋଷେଇ ଘରେ ଥିବା ଡବା ସବୁ ଚିକ୍କଣ ହୋଇ ଯାଇଥିଲେ ତାକୁ ଗରମପାଣି ବାଲ୍‌ଟିରେ ଡିଟରଜେଣ୍ଟ ଓ ବେକିଂ ସୋଡ଼ା ମିଶାଇ ପକାଇ ଦିଅନ୍ତୁ। ୩୦ ମିନିଟ୍‌ ପରେ ଡବା ସବୁକୁ କାଢ଼ି ସଫା କରି ଦିଅନ୍ତୁ। ଡବାରେ ଲାଗିଥିବା ଚିକ୍କଣ ଦୂର ହୋଇଯିବ। ରୋଷେଇ ଘରେ ବ୍ୟବହୃତ ହେଉଥିବା କପଡ଼ା ଯେପରି କି ଆପ୍ରନ, ରୁଟି ରଖିବା ନାପକିନ୍‌, କିଚେନ୍‌ ଟାୱେଲ ସବୁକୁ ସପ୍ତାହକୁ ତିନି ଥର ସଫା କରନ୍ତୁ। ଏକ ବଡ଼ ପାତ୍ରରେ ଉଷୁମ ପାଣି ଆଣି ସେଥିରେ ଏକ ଚାମଚ ବେକିଂ ସୋଡ଼ା ମିଶାଇ ସବୁ କପଡ଼ାକୁ ୧୫ ମିନିଟ୍‌ ଭିଜାଇ ରଖି ଦିଅନ୍ତୁ। ଏହାପରେ ସବୁ କପଡ଼ାକୁ ଡିଟରଜେଣ୍ଟ ପାଣିରେ ଲେମ୍ବୁ ରସ ମିଶାଇ ସଫା କରନ୍ତୁ। ସଫା କରିବା ପରେ ସବୁ କପଡ଼ାକୁ ଖରାରେ ଶୁଖାନ୍ତୁ।