ଘରକରଣା

ତରକାରି ଅଧିକ ରାଗ ହୋଇଥିଲେ ସେଥିରେ ତୁରନ୍ତ କିଛି ଘିଅ କିମ୍ବା ବଟର ମିଶାଇ ଦିଅନ୍ତୁ।
ତରକାରିରେ କ୍ରିମ୍‌ କିମ୍ବା ଦହି ମିଶାଇ ଦେଲେ ତା’ର ରାଗ କମି ଯାଇଥାଏ।
ତରକାରିରେ ରାଗ କମ୍‌ କରିବା ପାଇଁ ଟମାଟୋ ପ୍ୟୁରି ମଧ୍ୟ ପକାଇ ପାରିବେ। କିନ୍ତୁ ଟମାଟୋ ପ୍ୟୁରିକୁ ପ୍ରଥମେ ଅନ୍ୟ ଏକ କଡେଇରେ ଅଳ୍ପ ତେଲ ପକାଇ ଗରମ କରି ଦିଅନ୍ତୁ।
ତରକାରିର ସ୍ବାଦ ଅଧିକ କରିବା ପାଇଁ ସିଝା ଆଳୁକୁ ଚକଟି ସେଥିରେ ମିଶାଇ ଦିଅନ୍ତୁ। ତରକାରି ଅଧିକ ରାଗ ହୋଇଥିଲେ କମ୍‌ ହୋଇଯିବ।
ଶୁଖିଲା ତରକାରିରେ ଅଳ୍ପ ବେସନ ଭାଜି ମିଶାଇ ଦେଲେ ତାହା ସ୍ବାଦିଷ୍ଟ ହେବା ସହିତ ରାଗ କମି ଯାଇଥାଏ।
ପନୀର କିମ୍ବା କୋଫତା ଆଦି କରୁଥିଲେ ସେଥିରେ ଅଳ୍ପ କିଛି ଚିନି ପକାଇ ଦିଅନ୍ତୁ ତାହା ଅଧିକ ସ୍ବାଦିଷ୍ଟ ହେବା ସହିତ ରାଗ କମ୍‌ ହୋଇ ଯିବ।
ଯଦି ଆଳୁ ସହିତ କିଛି ମସଲା ତରକାରି ହୋଇଥାଏ ଏବଂ ଘୋଳ ଗାଢା ହୋଇଥାଏ ତେବେ ଅଳ୍ପ ପାଣି ଗରମ କରି ଦେଇ ଦିଅନ୍ତୁ।
ଯଦି ଆଳୁ ଥିବା ତରକାରିରେ ଘୋଳ ପତଳା ହୋଇଥାଏ ତେବେ ସେଥିରେ ଦୁଇ ଚାରୋଟି ଅଟା ଗୁଳା ପକାଇ ଦିଅନ୍ତୁ। ତରକାରି ଅଧିକ ରାଗ ହୋଇଥିଲେ ଏହା କମାଇ ଦେଇଥାଏ।
ଆବଶ୍ୟକ ଅନୁସାରେ ତରକାରିରେ ଲେମ୍ବୁ ରସ ପକାଇଲେ ବି ତାହା କିଛି ପରିମାଣରେ ରାଗ କମାଇ ଦେଇଥାଏ।
ରୋଷେଇ କରିବା ସମୟରେ ସବୁବେଳେ କମ୍‌ ଲୁଣ ଓ କମ୍‌ ରାଗ ପକାଇବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ହେଲେ ପରେ ଲୁଣ ଓ ରାଗ ମିଶାଇ ପାରିବେ।