Posted inଜାତୀୟ

ପରିବାରର ସଞ୍ଚୟ ୫ ଦଶନ୍ଧିରେ ସବୁଠୁ କମ୍‌

ନୂଆଦିଲ୍ଲୀ, ୨୦।୯: ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ପରିବାରର ସଞ୍ଚୟ (ହାଉସ୍‌ହୋଲ୍ଡ ସେଭିଂସ) ୫ ଦଶନ୍ଧିର ସବୁଠାରୁ କମ୍‌ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ୨୦୨୧-୨୨ରେ ଏହା ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର ୭.୨ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ କମି ୫.୧ ପ୍ରତିଶତ ହୋଇଛି। ଏହି ସମୟରେ ଲୋକଙ୍କ ଆୟ ବହୁଳ ମାତ୍ରାରେ ହ୍ରାସ ପାଇଥିବା ବେଳେ ମହାମାରୀ ପରବର୍ତ୍ତୀ ସମୟରେ ଖର୍ଚ୍ଚ ପରିମାଣ ବଢ଼ିଯାଇଛି।
ଦୁଶ୍ଚିନ୍ତାର ବିଷୟ ଯେ, ପରିବାରଗୁଡ଼ିକର ବାର୍ଷିକ ଆର୍ଥିକ ଋଣ ପରିମାଣ ୨୦୨୨-୨୩ରେ ଜିଡିପିର ୫.୮ ପ୍ରତିଶତ ରହିଛି। ୨୦୨୧-୨୨ରେ ଏହା ୩.୮ ପ୍ରତିଶତ ଥିଲା। ଅର୍ଥାତ୍‌ ୨୦୨୨-୨୩ରେ ରିୟଲ ଇଷ୍ଟେଟ କିଣିବା ଓ ଖାଉଟି ସାମଗ୍ରୀରେ ବ୍ୟୟ କରିବା ଲାଗି ଅତିମାତ୍ରାରେ ଋଣ କରାଯାଇଛି। ଗତ ଆର୍ଥିକ ବର୍ଷରେ ଋଣ ପରିମାଣ ବୃଦ୍ଧି ସ୍ବାଧୀନତା ପରଠାରୁ ଦ୍ୱିତୀୟ ସର୍ବବୃହତ୍‌ ଥିଲା। କେବଳ ୨୦୦୬-୦୭ ଆର୍ଥିକ ବର୍ଷରେ ଏହା ୬.୭ % ଥିଲା ବୋଲି ରିପୋର୍ଟରୁ ସୂଚନା ମିଳିଛି।
ଆର୍ଥିକ ବର୍ଷ ୨୦୨୦-୨୧ରେ ନେଟ୍‌ ଘରୋଇ ସମ୍ପତ୍ତି ପରିମାଣ ୨୨.୮ ଟ୍ରିଲିୟନ ଟଙ୍କାକୁ ହ୍ରାସ ପାଇଥିବା ବେଳେ ୨୦୨୧-୨୨ରେ ୧୬.୯୬% ଏବଂ ୨୦୨୨-୨୩ରେ ଏହା ୧୩.୭୬ ଟ୍ରିଲିୟନ ଟଙ୍କାକୁ କମିଛି। ମୁଦ୍ରାସ୍ଫୀତି ଯୋଗୁ ଲୋକଙ୍କ ସଞ୍ଚୟ କମିଯାଇଥିବା ବେଳେ ଆବଶ୍ୟକତା ମେଣ୍ଟାଇବା ସକାଶେ କରାଯାଇଥିବା ଋଣ ପରିବାର ପାଇଁ ବୋଝ ହୋଇଯାଇଛି।
ମୋତିଲାଲ ଓସ୍‌ଓ୍ବାଲ୍‌ର ଅର୍ଥନୀତିଜ୍ଞ ନିଖିଲ ଗୁପ୍ତା କହିଛନ୍ତି, ଦୁର୍ବଳ ଆୟ ଅଭିବୃଦ୍ଧି ଓ ଆର୍ଥିକ ସଞ୍ଚୟ ହ୍ରାସର ସଂଯୋଗ ସହିତ ଋଣ ବଢ଼ିଯାଉଥିବାରୁ ଅର୍ଥନୀତିରେ ଅସ୍ବାଭାବିକତା ଦେଖାଦେଇଛି। ସମ୍ଭବତଃ ସେଥିଲାଗି ସ୍ବାଧୀନତା ପରବର୍ତ୍ତୀ ସମୟରେ ପରିବାରର ଋଣ ପରିମାଣ ଦ୍ୱିତୀୟ ସର୍ବାଧିକ ହୋଇଛି।
ଆର୍‌ବିଆଇ ତଥ୍ୟ କହୁଛି, ପରିବାରର ସଞ୍ଚୟ ଆର୍ଥିକ ବର୍ଷ ୨୦୨୨-୨୩ରେ ତା’ ପୂର୍ବ ବର୍ଷ ତୁଳନାରେ କମ୍‌ ରହିଥିଲା। ଯଦି ଅର୍ଥନୀତିରେ ଅଭିବୃଦ୍ଧି ଓ ଲୋକଙ୍କ ଆୟ ବଢ଼େ, ତାହା ହେଲେ ପରିବାରର ସଞ୍ଚୟ ଊର୍ଦ୍ଧ୍ୱମୁଖୀ ହୋଇପାରିବ। ଚଳିତ ବର୍ଷରେ ଯଦି ସଞ୍ଚୟ ପରିମାଣ ନ ବଢ଼େ, ତେବେ ଉଭୟ ଖର୍ଚ୍ଚ ଓ ପୁଞ୍ଜିଲଗାଣକୁ ପ୍ରଭାବିତ କରିବ। ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୈମାସିକର ଜିଡିପି ତଥ୍ୟ କହୁଛି, ବ୍ୟୟଠାରୁ ପୁଞ୍ଜିଲଗାଣ ସାମାନ୍ୟ ବଢ଼ିଥିବା ବେଳେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ଚାହିଦା ଅଧିକ ଥିଲା। ଏଚ୍‌ଏସ୍‌ବିସିର ଭାରତୀୟ ଅର୍ଥନୀତିଜ୍ଞ ପ୍ରଞ୍ଜୁଲ ଭଣ୍ଡାରୀ କହିଛନ୍ତି, ଗ୍ରାମାଞ୍ଚଳରେ ଲୋକଙ୍କ ମଜୁରି ହ୍ରାସ ପାଇଥିବା ବେଳେ ଅସ୍ଥାୟୀ ସାମଗ୍ରୀ ସକାଶେ ହେଉଥିବା ଖର୍ଚ୍ଚ ମଧ୍ୟ କମିଯାଇଛି।
ଅଶୋଧିତ ତୈଳର ମୂଲ୍ୟ ବଢ଼ି ବ୍ୟାରେଲ ପିଛା ୯୫ ଡଲାର ହୋଇଯାଇଥିବାରୁ ତାହା ଖାଉଟି ପଦାର୍ଥକୁ ପ୍ରଭାବିତ କରିଚାଲିଛି। ଏଥିସହିତ କୃଷିଜାତ ସାମଗ୍ରୀ ପରିମାଣ ହ୍ରାସ ଗ୍ରାମାଞ୍ଚଳ ଚାହିଦା ଉପରେ ପ୍ରଭାବ ପକାଇବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri