ରାଜପଥରେ ଛାଇ ହୋଇଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୩।୧(ରଞ୍ଜିତ ରାଉତ): ଜାତୀୟ ରାଜପଥରେ ଛାଇହୋଇଛି ଘରୋଇ ପ୍ରଚାରପତ୍ର। ନିଜର ପ୍ରଚାର ପାଇଁ ବ୍ୟବହାର ହେଉଛି ରାଜପଥ। ରସୁଲପୁର ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୨ ଜାତୀୟ ରାଜପଥ ପ୍ରଚାର ହୋଡିଂର ପ୍ରମୁଖ ସ୍ଥାନ ପାଲଟିଛି। ନେତା ଓ ବ୍ୟବସାୟିକ ପ୍ରତିଷ୍ଠାନର ବଡ଼ ହୋଡିଂ, କଟଆଉଟ୍‌ରେ ରାଜପଥ ପାର୍ଶ୍ୱସ୍ଥ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଛାଇହୋଇଯାଇଛି। ଏଭଳି ସ୍ଥିତି ଗାଡି ଚାଳାଚଳରେ ବାଧକ ସାଜୁଛି। ରାସ୍ତାପାର୍ଶ୍ୱରେ ଲାଗିଥିବା ବଡ଼ ବ୍ୟାନର ଓ ହୋଡିଂଗୁଡ଼ିକ ଚାଳକମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ତୈଳଯୁକ୍ତ ବ୍ୟାନର ଉପରେ ଗାଡିର ଆଲୋକର ପ୍ରତିଫଳନ ଯୋଗୁ ଗାଡ଼ିଗୁଡ଼ିକ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ରାଜପଥ ଉପରେ ବେଆଇନଭାବେ ଲାଗିଥିବା ହୋଡିଂଗୁଡ଼ିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ସୂଚନା ମୁତାବକ, ରସୁଲପୁର ବ୍ଲକର ବାରବାଟୀଠାରୁ ଖଣ୍ଡିତର ମଧ୍ୟରେ ୧୬ନଂ. ଜାତୀୟ ରାଜପଥ ଓ କୁଆଖିଆଠାରୁ ହରିପୁର ଅଞ୍ଚଳ ଦେଇ ଅତିକ୍ରମ କରିଥିବା ୨୦ନଂ. ଜାତୀୟ ରାଜପଥ ଏବଂ ଆପ୍ରୋଚ୍‌ ରାସ୍ତାର ଉଭୟ ପାର୍ଶ୍ୱ ବଜାର ଅଞ୍ଚଳର ଆଲୋକୀକରଣ ପାଇଁ ଖୁଣ୍ଟ ପୋତାଯାଇଛି। ନବବର୍ଷ ଉପଲକ୍ଷେ ବିଭିନ୍ନ ରାଜନେତା, ସଂଗଠକ, ବ୍ୟବସାୟୀ ଆଦି ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇବା ପାଇଁ ଖୁଣ୍ଟରେ ବ୍ୟାନର, ହୋଡିଂ ଆଦି ଲଗାଇଛନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇନାହିଁ। ଜାତୀୟ ସମ୍ପତ୍ତି ଉପରେ ବ୍ୟକ୍ତିଗତ ଓ ଘରୋଇ ପ୍ରଚାରପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ହେଲେ ଏଭଳି କାର୍ଯ୍ୟ ସମସ୍ତଙ୍କ ପ୍ରୋତ୍ସାହନରେ ଚାଲିଛି। ରାଜପଥ କର୍ତ୍ତୃପକ୍ଷ ନିଜମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ବେଆଇନ ହୋଡିଂ ହଟାଇବାରେ ସ୍ଥାନୀୟ ପୋଲିସର ସହାୟତା ମିଳୁନାହିଁ ବୋଲି କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୋଲିସକୁ ବ୍ୟାନର ହଟାଇବା ନେଇ କୌଣସି ସୂଚନା ମିଳି ନ ଥିବା କୁହାଯାଉଛି। ଏଭଳିସ୍ଥିତିରେ ବେଆଇନ କାର୍ଯ୍ୟକୁ କିଏ ବିରୋଧ କରିବ ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତା’କୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି। ଏ ସମ୍ପର୍କରେ ରାଜପଥ ପ୍ରକଳ୍ପ ଅଧିକାରୀ ଜେ.ପି ବର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥ ଉପରେ ପ୍ରଚାରପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ଏ ଦିଗରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଜିଲାପାଳ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଇ ଆସୁଛନ୍ତି। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପରି କି ସ୍ଥାନୀୟ ପୋଲିସର ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଏନେଇ କୁଆଖିଆ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ରାଜପଥର ସମ୍ପତ୍ତିକୁ କିଏ ଜବରଦଖଲ କଲେ ତାକୁ ହଟାଇବା ଦାୟିତ୍ୱ ତାଙ୍କ ଅଧିକାରୀମାନଙ୍କର। ଯଦି ସେମାନେ ସହାୟତା ଚାହିଁଲେ ପୋଲିସ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ବ୍ୟାନର ହଟାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri