ରାଜପଥରେ ଛାଇ ହୋଇଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୩।୧(ରଞ୍ଜିତ ରାଉତ): ଜାତୀୟ ରାଜପଥରେ ଛାଇହୋଇଛି ଘରୋଇ ପ୍ରଚାରପତ୍ର। ନିଜର ପ୍ରଚାର ପାଇଁ ବ୍ୟବହାର ହେଉଛି ରାଜପଥ। ରସୁଲପୁର ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୨ ଜାତୀୟ ରାଜପଥ ପ୍ରଚାର ହୋଡିଂର ପ୍ରମୁଖ ସ୍ଥାନ ପାଲଟିଛି। ନେତା ଓ ବ୍ୟବସାୟିକ ପ୍ରତିଷ୍ଠାନର ବଡ଼ ହୋଡିଂ, କଟଆଉଟ୍‌ରେ ରାଜପଥ ପାର୍ଶ୍ୱସ୍ଥ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଛାଇହୋଇଯାଇଛି। ଏଭଳି ସ୍ଥିତି ଗାଡି ଚାଳାଚଳରେ ବାଧକ ସାଜୁଛି। ରାସ୍ତାପାର୍ଶ୍ୱରେ ଲାଗିଥିବା ବଡ଼ ବ୍ୟାନର ଓ ହୋଡିଂଗୁଡ଼ିକ ଚାଳକମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ତୈଳଯୁକ୍ତ ବ୍ୟାନର ଉପରେ ଗାଡିର ଆଲୋକର ପ୍ରତିଫଳନ ଯୋଗୁ ଗାଡ଼ିଗୁଡ଼ିକ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ରାଜପଥ ଉପରେ ବେଆଇନଭାବେ ଲାଗିଥିବା ହୋଡିଂଗୁଡ଼ିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ସୂଚନା ମୁତାବକ, ରସୁଲପୁର ବ୍ଲକର ବାରବାଟୀଠାରୁ ଖଣ୍ଡିତର ମଧ୍ୟରେ ୧୬ନଂ. ଜାତୀୟ ରାଜପଥ ଓ କୁଆଖିଆଠାରୁ ହରିପୁର ଅଞ୍ଚଳ ଦେଇ ଅତିକ୍ରମ କରିଥିବା ୨୦ନଂ. ଜାତୀୟ ରାଜପଥ ଏବଂ ଆପ୍ରୋଚ୍‌ ରାସ୍ତାର ଉଭୟ ପାର୍ଶ୍ୱ ବଜାର ଅଞ୍ଚଳର ଆଲୋକୀକରଣ ପାଇଁ ଖୁଣ୍ଟ ପୋତାଯାଇଛି। ନବବର୍ଷ ଉପଲକ୍ଷେ ବିଭିନ୍ନ ରାଜନେତା, ସଂଗଠକ, ବ୍ୟବସାୟୀ ଆଦି ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇବା ପାଇଁ ଖୁଣ୍ଟରେ ବ୍ୟାନର, ହୋଡିଂ ଆଦି ଲଗାଇଛନ୍ତି। ଏନେଇ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇନାହିଁ। ଜାତୀୟ ସମ୍ପତ୍ତି ଉପରେ ବ୍ୟକ୍ତିଗତ ଓ ଘରୋଇ ପ୍ରଚାରପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ହେଲେ ଏଭଳି କାର୍ଯ୍ୟ ସମସ୍ତଙ୍କ ପ୍ରୋତ୍ସାହନରେ ଚାଲିଛି। ରାଜପଥ କର୍ତ୍ତୃପକ୍ଷ ନିଜମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ବେଆଇନ ହୋଡିଂ ହଟାଇବାରେ ସ୍ଥାନୀୟ ପୋଲିସର ସହାୟତା ମିଳୁନାହିଁ ବୋଲି କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୋଲିସକୁ ବ୍ୟାନର ହଟାଇବା ନେଇ କୌଣସି ସୂଚନା ମିଳି ନ ଥିବା କୁହାଯାଉଛି। ଏଭଳିସ୍ଥିତିରେ ବେଆଇନ କାର୍ଯ୍ୟକୁ କିଏ ବିରୋଧ କରିବ ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତା’କୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି। ଏ ସମ୍ପର୍କରେ ରାଜପଥ ପ୍ରକଳ୍ପ ଅଧିକାରୀ ଜେ.ପି ବର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥ ଉପରେ ପ୍ରଚାରପତ୍ର ଲାଗିବା ଏକ ବେଆଇନ କାର୍ଯ୍ୟ। ଏ ଦିଗରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ତାଙ୍କ କାର୍ଯ୍ୟାଳୟ ଜିଲାପାଳ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଇ ଆସୁଛନ୍ତି। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପରି କି ସ୍ଥାନୀୟ ପୋଲିସର ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଏନେଇ କୁଆଖିଆ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ରାଜପଥର ସମ୍ପତ୍ତିକୁ କିଏ ଜବରଦଖଲ କଲେ ତାକୁ ହଟାଇବା ଦାୟିତ୍ୱ ତାଙ୍କ ଅଧିକାରୀମାନଙ୍କର। ଯଦି ସେମାନେ ସହାୟତା ଚାହିଁଲେ ପୋଲିସ ପକ୍ଷରୁ ତାହା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ବ୍ୟାନର ହଟାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri