ଏସ୍‌ଏସ୍‌ସି ମାନ୍ୟତା ପାଇଲେ ମିଳିବ ଘରବାରି ପଟ୍ଟା

ଚିତ୍ରକୋଣ୍ଡା,୨୨ା୬ (କ୍ଷୀରୋଦ ବେହେରା)ମାଲକାନଗିରି ଜିଲା ପ୍ରଶାସନ ଦ୍ୱାରା ୨୦୧୧ରେ ହୋଇଥିବା ଜନଗଣନାରେ ଚିତ୍ରକୋଣ୍ଡା ପଞ୍ଚାୟତର ୭୫୦୦ ଶହରୁ ଊର୍ଦ୍ଧ୍ୱ ଲୋକ ଥିବା ବେଳେ ୧୦ ବର୍ଷ ପରେ ଜନଗଣନାରେ ୧୦ ରୁ ୨୦ ଭାଗ ଲୋକ ସଂଖ୍ୟା ବଢ଼ିବା ସହ ୨୦୨୧ରେ ଜନଗଣନା ହେବା କଥା। ମାତ୍ର କରୋନା କଟକଣା ପାଇଁ ଜନଗଣନା ଆଜି ଯାଏ ହୋଇ ପାରିଲା ନାହିଁ। ଜନସଂଖ୍ୟା କମ୍‌ ଥିବାରୁ ଏନ୍‌ଏସି ଘୋଷଣା ହୋଇପାରୁନି। ଫଳରେ ନିରୀହ ଓ ଗରିବ ଜନସାଧାରଣ ଘରବାରି ପଟ୍ଟା ପାଇପାରୁ ନାହାନ୍ତି। ଚିତ୍ରକୋଣ୍ଡାଠାରେ ବାଲିମେଳା ମାଟିବନ୍ଧ ଯୋଜନା କାମ ୧୯୬୨ରେ ଆରମ୍ଭ ହେଲା। ବହୁ ସ୍ଥାନ ବୁଡିଅଞ୍ଚଳ ଭାବେ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେହିଦିନଠାରୁ ବହୁ ଲୋକ ଚିତ୍ରକୋଣ୍ଡାରେ ବସବାସ କରି ରହିଲେ। କିନ୍ତୁ ସେମାନେ ଜମି ପଟ୍ଟା ପାଇଲେ ନାହିଁ କିମ୍ବା ପିଲାଙ୍କ ପାଠ ପଢିବା ପାଇଁ ସାର୍ଟିଫିକେଟ ପାଇଲେ ନାହିଁ। ସରକାରୀ ଜାଗାରେ ଜବରଦଖଲ କରି ବନ୍ଦୋବସ୍ତରେ ସରକାରଙ୍କୁ ଜରିମାନା ବାନ୍ଧି ଆବଶ୍ୟକ ଘର ବାନ୍ଧି ଆଜିଯାଏ ଚଳି ଆସିଲେ। ୧୮ପଞ୍ଚାୟତ କେନ୍ଦ୍ରସ୍ଥଳୀ ଚିତ୍ରକୋଣ୍ଡା ବ୍ଲକ ପାଲଟିଗଲା। ଗୋଟିଏ ପଞ୍ଚାୟତ ଚିତ୍ରକୋଣ୍ଡାକୁ ଛାଡ଼ିଦେଲେ ଆଉ ୧୭ ପଞ୍ଚାୟତର ଜନସାଧାରଣଙ୍କୁ ବହୁ କ୍ଷେତ୍ରରେ ଚାଷ ଜମି ଓ ଜଙ୍ଗଲ ଜମି ମିଳିଛି। ମାତ୍ର ଚିତ୍ରକୋଣ୍ଡା ଗ୍ରାମବାସୀ ସେଥିରୁ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ରାଜନେତା ଓ ବୁଦ୍ଧିଜୀବୀଙ୍କ ମତରେ ଏନ୍‌ଏସି ହେଲେ ଏଠାରେ ବସବାସ କରୁଥିବା ଜନସାଧାରଣଙ୍କୁ ୪ସେଣ୍ଟ ଘର ବାରି ପଟ୍ଟା ମିଳିବ। କିନ୍ତୁ ଚିତ୍ରକୋଣ୍ଡା ଜନସାଧାରଣଙ୍କ ଆଶା ମଉଳି ଯାଉଛି।
ପଞ୍ଚାୟତ ସମିତିର ୧୬ୱାର୍ଡରୁ ୨ଟି ୱାର୍ଡ ରାଜଲକୋଣ୍ଡା ଓ ଆର୍‌ଏସ୍‌ସି-୧୬ ନମ୍ବରକୁ ଛାଡି ଦେଲେ, ଅବଶିଷ୍ଟ ୧୪ ୱାର୍ଡର ୮୦୦୦ରୁ ଊର୍ଦ୍ଧ୍ୱ ପରିବାର ବିଶିଷ୍ଟ ଏହି ପଞ୍ଚାୟତ ଅଧୀନରେ ୨୦ରୁ ଊର୍ଦ୍ଧ୍ୱ ଗାଁ ତଥା ବସ୍ତି ରହଛି। ଏଠାକାର ଲୋକେ ମଜୁରି କରି କେତେକ ବେପାର ବଣିଜ, ମାଛ ଧରି ଜୀବନ ଜୀବିବା କରି ସ୍ଥାୟୀ ବାସିନ୍ଦା ଭାବେ ଜୀବନ ବିତାଉଛନ୍ତି। ମାତ୍ର ସମସ୍ତ ଜନସାଧାରଣ ଦୀର୍ଘ ବର୍ଷ ହେଲା ବସତି ସ୍ଥାପନ କରିଥିଲେ ମଧ୍ୟ ସ୍ବାଧୀନତାର ୭୦ ବର୍ଷ ପରେ ବି ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳକୁ ଜିଲା ପ୍ରଶାସନ ତଥା ସରକାର ବୁଡି ଅଞ୍ଚଳ ଦର୍ଶାଇ ଜମି ଯୋଗାଇଦେବା ଦୂରର କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ମିଳିଲାନାହିଁ। ଫଳରେ ଏମାନଙ୍କ ପାଇଁ ଘରବାରି ପଟ୍ଟା ପାଇବା ସାତସପନ ହୋଇଛି। ଚିତ୍ରକୋଣ୍ଡା ସହର ତଥା ବସ୍ତି ବାସିନ୍ଦାଙ୍କର ଘରବାରି ପଟ୍ଟା ନ ଥିବାରୁ ୫ ବର୍ଷ ହେଲା ଇନ୍ଦିରା ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି। ପିଲାଙ୍କ ଉଚ୍ଚ ଶିକ୍ଷା ଏବଂ ଚାକିର ପାଇଁ ଘରବାରି ପଟ୍ଟା ନ ଥିବାରୁ ଜାତିଗତ ପ୍ରମାଣ ପତ୍ର ପାଇଁ ହନ୍ତସନ୍ତ ହେବାକୁ ପଡୁଛି।
ସମ୍ପର୍କରେ ଜିଲା ପ୍ରଶାସନ ତଥା ସରକାର ଅଧିକାରୀ ଏବଂ ନେତା ମନ୍ତ୍ରୀଙ୍କୁ ଏ ସମସ୍ୟା ସମ୍ପର୍କରେ ଜଣାଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା କିଛି ସୁଫଳ ମିଳିନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା
ପ୍ରକାଶଯେ, ୨୦୧୦ ନଭେମ୍ବରରେ ଚିତ୍ରକୋଣ୍ଡାକୁ ଏନ୍‌ଏସି ଦାବିରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ, କିନ୍ତୁ ଆଜି ସୁଦ୍ଧା କିଛି ହୋଇନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri