ଅଳିଆରେ ନିଆଁ ଲଗାଉଥିଲେ ଜଳିଗଲା ଘର

ଧାମନଗର,୨୭।୩(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଖାରିଜକୋରୁଆ ଗ୍ରାମର ସୂର୍ଯ୍ୟମଣି ମିଶ୍ରଙ୍କ ଘରେ ରବିବାର ନିଆଁ ଲାଗି ଯାଇଥିଲା। ଏଥିରେ ୫ ବଖରା ଘର ଜଳିଯାଇଛି। ଗ୍ରାମବାସୀ ଓ ଧାମନଗର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବାଡ଼ିରେ ଲାଗିଥିବା ଅଳିଆ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।