Categories: ଜାତୀୟ

କଂଗ୍ରେସରେ ଘର କଳି ବଢ଼ିଲା: ଅସନ୍ତୁଷ୍ଟଙ୍କୁ ଦଳରୁ ବାହାରି ଯିବାକୁ ପରାମର୍ଶ !

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସରେ ଘର କଳି ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଅସନ୍ତୁଷ୍ଟମାନେ ବାହାରି ଯାଇ ଅନ୍ୟ ରାଜନୈତିକ ଦଳରେ ଯୋଗ ଦିଅନ୍ତୁ ଅଥିବା ନିଜର ପାର୍ଟି ଗଠନ କରନ୍ତୁ। ଏଭଳି ନେତାର କିଛି ନ କରି କେବଳ ଦଳ ବିରୋଧରେ ମନ୍ତବ୍ୟ ଦେଉଥିବା ଅଧୀର ରଞ୍ଜନ କହିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ସଦସ୍ୟମାନେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନିକଟତମ ସହଯୋଗୀ। ସେମାନଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିହାର ନିର୍ବାଚନ ଫଳାଫଳ ପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ୍‌ ଦଳର ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ଏହାକୁ ନେଇ ଦଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି।

Share