Categories: ଫୁରସତ

ମା’ ବାପାଙ୍କୁ ଦେଢ଼ଶହ କୋଟିର ଘର ଉପହାର

ମୁମ୍ବାଇ: ତାମିଲ ଅଭିନେତା ଧନୁଷ୍‌ ନିକଟରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଚେନ୍ନାଇର ପୋଇସ୍‌ ଗାର୍ଡେନ ସ୍ଥିତ ଏହି ବିଳାସପୂର୍ଣ୍ଣ ଘରଟିକୁ ଧନୁଷ୍‌ ତାଙ୍କ ମା’ବାପାଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ଧନୁଷ୍‌ଙ୍କ ପୂରା ପରିବାର ସେହି ଘରେ ରହିବେ ବୋଲି ଜଣାପଡ଼ିଛି। ଏହି ଘରଟିର ଦାମ୍‌ ୧୫୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶକ ସୁବ୍ରମଣ୍ୟମ ଶିବା ଏନେଇ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନିର୍ଦ୍ଦେଶକ ଲେଖିଛନ୍ତି, ମୋର ସାନଭାଇ ଧନୁଷ୍‌ଙ୍କ ନୂଆ ଘର ମୋତେ ଏକ ମନ୍ଦିର ପରି ଲାଗୁଛି। ସେ ନିଜ ମାତାପିତାଙ୍କୁ ଏହି ସ୍ବର୍ଗ ପରି ଘର ଉପହାରରେ ଦେଇଛନ୍ତି। ଏଥିସହ ନିର୍ଦ୍ଦେଶକ ଧନୁଷ୍‌ଙ୍କୁ ଅନେକ ପ୍ରଶଂସା କରିଛନ୍ତି। ତେବେ ଗତ ଶୁକ୍ରବାର ଧନୁଷ୍‌ଙ୍କ ଫିଲ୍ମ ‘ବାତୀ’ ରିଲିଜ୍‌ ହୋଇଛି। ଫିଲ୍ମଟି ୫୦ କୋଟି ଟଙ୍କାର ବଜେଟର ପ୍ରସ୍ତୁତ ହୋଇଥିବାବେଳେ ୩ ଦିନରେ ଏହା ୩୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଚଳଚ୍ଚିତ୍ରଟି ପାରିବାରିକ ଡ୍ରାମା ଉପରେ ଆଧାରିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଭେଙ୍କି ଅତଲୁରୀ। ଏହା ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ୍‌ ହୋଇଛି।

Share