ବଜ୍ରପାତରେ ଘର ଜଳିଗଲା

କୁଆମରା,୨୩ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଦିଘି ନୂଆସାହି ଗ୍ରାମରେ ସୋମବାର ବଜ୍ରପାତ ଘଟି ହାଡିବନ୍ଧୁ ସିଂଙ୍କ ଏକ ବଖରା ଚାଳ ଘର ଜଳି ଯାଇଛି। ହେଲେ ଘର ଭିତରେ ଥିବା ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ଖବର ପାଇ ଉଦଳା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।