ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର ମାଲିକ ଗଜେନ୍ଦ୍ର ପଣ୍ଡା (୫୮)ଙ୍କୁ ଏହି ହୋଟେଲ ପରିସରରେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଶିବରାତ୍ରି ପାଇଁ ହୋଟେଲ ବନ୍ଦ ରହିଥିବାବେଳେ ଏହି କାଣ୍ଡ ଘଟିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ସାଇଣ୍ଟିଫିକ ଟିମ ଆସିବା ପର୍ଯ୍ୟନ୍ତ ହୋଟେଲର ଫାଟକରେ ତାଲା ପକାଇ ବନ୍ଦ ରଖିବା ସହିତ ତଦନ୍ତ ଚଳାଇଛି । ହତ୍ୟାର ଶିକାର ହୋଇଥିବା ହୋଟେଲ ମାଲିକଙ୍କ ମୋଟର ସାଇକେଲଟି ମଧ୍ୟ ଗାଏବ ହୋଇଛି ।
Dharitri – Odisha’s No.1 Odia Daily

