ହୋଟେଲ ଶିଳ୍ପ ସ୍ଥାଣୁ

ଢେଙ୍କାନାଳ ଅଫିସ, ( ରତନ ନାୟାର ) ୨୪।୮: ପର୍ଯ୍ୟଟନରେ ପୁଞ୍ଜି ପ୍ରବାହର ଆଶା ବଢ଼ାଏ ହୋଟେଲ ଶିଳ୍ପ। ହୋଟେଲ ଶିଳ୍ପର ବିକାଶ ଟୁରିଜମ୍‌ ଭବିଷ୍ୟତକୁ ଦେଇଥାଏ ନୂଆ ଦିଶା। ଉନ୍ନତମାନର ରହଣି ସୁବିଧା, ଆତିଥ୍ୟରେ ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ ଆଞ୍ଚଳିକ ଅର୍ଥନୀତିକୁ ଯୋଗାଇଥାନ୍ତି ବଳ। ହେଲେ କରୋନା ପ୍ରହାରରେ ଦିଗହରା ହୋଇପଡ଼ିଛି ରାଜ୍ୟ ଅର୍ଥନୀତିର ଏହି ଅନ୍ୟତମ ଉତ୍ସ। ପାଖାପାଖି ୬ମାସ ହେଲା ବ୍ୟବସାୟ ବନ୍ଦ। ସବୁକିଛି ସ୍ଥାଣୁ ପାଲଟିଯାଇଛି। ଗ୍ରାହକ ଆସୁଛନ୍ତି ନା ପର୍ଯ୍ୟଟକ। ସୀମା ଟପିଲାଣି କ୍ଷତି। ଏହାର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ଶତାଧିକ ହୋଟେଲ ମାଲିକ, କର୍ମଚାରୀ ଏବଂ ଏହା ସହିତ ଜଡ଼ିତ ଅନ୍ୟମାନେ। ଦୀର୍ଘଦିନ ହେଲା ବିପୁଳ କ୍ଷତି ସହୁଥିବା ହୋଟେଲ ମାଲିକ ପାର୍ବଣରେ ବ୍ୟବସାୟ ସୁଧାର ହେବ ବୋଲି ଆଶା ବାନ୍ଧିଥିଲେ। ତେବେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ପାର୍ବଣ ଋତୁ ବି ହାତରୁ ଖସିଯିବା ଆଶଙ୍କା ସୃଷ୍ଟି ହୋଇଛି।
ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଏଠାରେ ରହିଛି ପ୍ରାଚୀନ ଶୈବପୀଠ କପିଳାସ, ପ୍ରକୃତିର ବରଦାନ ସପ୍ତଶଯ୍ୟା, ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ପୀଠ ଯୋରନ୍ଦା, ଐତିହାସିକ କୀର୍ତ୍ତିରାଜି ସରାଙ୍ଗ ବିଷ୍ଣୁଶୟନ ଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏଥିରୁ ବିପୁଳ ଅର୍ଥ ରୋଜଗାର କରିଥାନ୍ତି ହୋଟେଲ ମାଲିକ। ହେଲେ ଚଳିତବର୍ଷ ସବୁକିଛି ବିଗାଡ଼ି ଦେଇଛି କରୋନା। ଜିଲାରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବାବେଳେ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି। ଜିଲାକୁ ପର୍ଯ୍ୟଟକ ଆସୁନାହାନ୍ତି। ଏଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ହୋଟେଲ ଶିଳ୍ପ। ଗଣେଶ ପୂଜା ସହ ପାର୍ବଣ ଆରମ୍ଭ ହୋଇସାରିଥିବାବେଳେ କଟକଣା କେବେ ହଟିବ ଏବଂ ପରିସ୍ଥିତି ସ୍ବାଭାବିକ ହେବ ତାହାକୁ ନେଇ ଆଶାଆଶଙ୍କାରେ ଅଛନ୍ତି ହୋଟେଲ ମାଲିକ।
ସହରରେ ସୂର୍ଯ୍ୟ, ଦେବକନ୍ୟା, ଆର୍‌.କେ. ରିଜେନ୍ସି, ନିରୁପମା, ଶକୁନ୍ତଳା ଭଳି ବଡ଼ ହୋଟେଲ ସାଙ୍ଗକୁ ବହୁ ଲଜ୍‌ ଏବଂ ଗେଷ୍ଟହାଉସ୍‌ ଅଛି। କପିଳାସରେ ଥିବା ନିରୁପମା ହୋଟେଲ ଏବଂ ରୟାଲ ପ୍ୟାଲେସ୍‌ରେ ବିଦେଶୀ ପର୍ଯ୍ୟଟକଙ୍କ ରହଣି ଲାଗି ସୁବନ୍ଦୋବସ୍ତ ରହିଛି। ତେବେ କରୋନା ପାଇଁ ବନ୍ଦ ହୋଇଯାଇଛି ରୋଜଗାର। ଅପରପକ୍ଷେ କର୍ମଚାରୀଙ୍କ ଦରମା, ବିଦ୍ୟୁତ୍‌ ବିଲ୍‌ରେ ପ୍ରତିମାସରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା ବୋଝ ଉପରେ ନଳିତା ବିଡ଼ା ହୋଇଛି। ଋଣକରି ବ୍ୟବସାୟ କରୁଥିବା ମାଲିକମାନେ କିସ୍ତି ଶୁଝିପାରୁନାହାନ୍ତି, ଯାହା ସେମାନଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲିଦେଇଛି। ଏସବୁ ମଧ୍ୟରେ କଟକଣା ହଟିବା ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି ହୋଟେଲ ମାଲିକ।

ଅବସ୍ଥା ସାଂଘାତିକ
ହୋଟେଲ ଶିଳ୍ପ ଅବସ୍ଥା ସାଂଘାତିକ ହେଲାଣି। ୫ମାସ ହେଲା ବ୍ୟବସାୟ ନାହିଁ। କର୍ମଚାରୀଙ୍କୁ ଛାଡ଼ି ହେଉନି। ବ୍ୟବସାୟ ନ ଥିବା ବେଳେ କର୍ମଚାରୀଙ୍କୁ ଦରମା ଦେବା ଏବଂ ବିଦ୍ୟୁତ୍‌ ବିଲ୍‌ ବୋଝ ହୋଇଛି। ବସ୍‌, ଟ୍ରେନ୍‌, ବିମାନ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ କେହି ଆସୁନାହାନ୍ତି। ଅଫିସ ବନ୍ଦ ଥିବାରୁ କର୍ମଚାରୀଙ୍କ ଦେଖାମିଳୁନି। ବ୍ୟାଙ୍କ ଋଣ କରି ବ୍ୟବସାୟ କରିଥିବା ମାଲିକଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଆଗକୁ ପର୍ଯ୍ୟଟନ ଏବଂ ପାର୍ବଣ ଋତୁ ଥିବାରୁ ସ୍ଥିତି ସୁଧୁରିବ ବୋଲି ଆଶାରେ ରହିଛୁ।
– ଜ୍ଞାନେନ୍ଦ୍ର ବେହେରା, ହୋଟେଲ ମାଲିକ

ପ୍ରୋତ୍ସାହନ ଜରୁରୀ
କରୋନା ସମୟରେ ହୋଟେଲ ଶିଳ୍ପ ସଙ୍କଟଜନକ ସ୍ଥିତି ଦେଇ ଗତିକରୁଛି। କଟକଣା ଯୋଗୁ ପର୍ଯ୍ୟଟନର ସବୁ ବାଟ ବନ୍ଦ ହୋଇଯାଇଛି। କୋଭିଡ୍‌ ନିୟମକୁ ମାନି କେବଳ ରେଷ୍ଟୁରାଣ୍ଟରୁ କୋଭିଡ୍‌ ଖାଦ୍ୟ ପାର୍ସଲ ଆକାରରେ ଦିଆଯାଉଛି। କମ୍ପାନୀର କର୍ମଚାରୀମାନେ ଆୟର ପ୍ରମୁଖ ଉତ୍ସ ଥିଲେ। ସେମାନେ ‘ଓ୍ବାର୍କ ଫ୍ରର୍ମ ହୋମ୍‌’ରେ ଅଛନ୍ତି। କେହି ଆସୁ ନ ଥିବାରୁ ରୁମ୍‌ ବୁକିଂ ହୋଇପାରୁନି। ସରକାର ଏ ବିଷୟରେ ଚିନ୍ତା କରିବା ଉଚିତ। ହୋଟେଲ ଶିଳ୍ପକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଜରୁରୀ।
– ରାଜେନ୍ଦ୍ର ଦାସ, ହୋଟେଲ ମାଲିକ

ଚଳାଇବା କଷ୍ଟକର
କରୋନା ମାଡ଼ରେ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ ଦୋହଲିଯାଇଛି। ଏହା ସହିତ ସଂଶ୍ଳିଷ୍ଟ ହୋଟେଲ ବ୍ୟବସାୟ ମଧ୍ୟ ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟନ ଏବଂ ପାର୍ବଣ ସମୟରେ ସବୁବର୍ଷ ଅଗଷ୍ଟରୁ ଆଡ୍‌ଭାନ୍ସ ରୁମ୍‌ ବୁକିଂ ହୋଇଯାଉଥିଲା। ଚଳିତବର୍ଷ ଗୋଟିଏ ରୁମ୍‌ ବୁକିଂ ହୋଇନାହିଁ। କେବଳ ଖାଦ୍ୟ ପାର୍ସଲ ଦେଇ ରେଷ୍ଟୁରାଣ୍ଟ ଚଳାଇବା କଷ୍ଟକର ହୋଇଗଲାଣି। କରୋନା ସ୍ଥିତି ବଦଳିବା ପରେ ହିଁ ସବୁକିଛି ଆଉଥରେ ସ୍ବାଭାବିକ ହେବ।
– ରଞ୍ଜନ ମିଶ୍ର, ଇନଚାର୍ଜ, ଗ୍ରୁପ୍‌ ଅଫ୍‌ ନିରୁପମା


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri