ହୋଟେଲରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୮।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡା ଛକରେ ଥିବା ଏକ ସାଉଥ୍‌ ଇଣ୍ଡିଆନ ହୋଟେଲରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ହୋଟେଲରେ ଲାଗିଥିବା ଏସି, କୁଲର ଆଦି ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା, ତାହା ଜଣାପଡି ନାହିଁ। ଖବର ପାଇ ବରଗଡ଼ ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ହୋଟେଲରେ ଥିବା ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।