ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି ଏବଂ ହଠାତ ଏଥିରେ ନିଆଁ ଲାଗି ଯାଉଛି। ଏହି ସମୟରେ କିଛି ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅକାଶରେ ଉଡୁଥିବା ବେଲୁନରୁ ଡେଇଁପଡୁଥିବାର ନଜର ଆସିଛନ୍ତି। ଆଞ୍ଚଳିକ ସରକାର କହିଛନ୍ତି ଯେ ଏହି ଘଟଣା ଏପ୍ରିଲ୧ ଶନିବାର ଦିନ ମେକ୍ସିକୋ ସିଟି ନିକଟ ପ୍ରସିଦ୍ଧ ଟିଓଟିହୁକାନ ପ୍ରତ୍ନତାତ୍ତ୍ୱିକ ଅଞ୍ଚଳ ନିକଟରେ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ମେକ୍ସିକୋ ରାଜ୍ୟ ସରକାର କହିଛନ୍ତି ଯେ କିଛି ଯାତ୍ରୀ ବେଲୁନରୁ ଡେଇଁପଡିଥିଲେ। ଏହି ଦୁର୍ଘଟଣାରେ ଜଣେ ଶିଶୁ ମଧ୍ୟ ଜଳି ଯାଇଛନ୍ତି। ମୃତକଙ୍କୁ ଜଣେ ୩୯ ବର୍ଷ ବୟସ୍କା ମହିଳା ଏବଂ ୫୦ ବର୍ଷ ବୟସ୍କ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାରେ ନିଆଁ ଦ୍ୱାରା ପିଲାଟିର ମୁହଁ ସମ୍ପୂର୍ଣ୍ଣ ଜଳି ଯାଇଛି। ଏହା ସହିତ ତାଙ୍କ ଡାହାଣ ଗୋଡ ମଧ୍ୟ ଭାଙ୍ଗି ଯାଇଛି। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share