ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହେଲା ହଟ୍ ଏୟାର ବେଲୁନ୍‌: ୧୧ ଆହତ

ୱେଲିଂଟନ,୯ ।୭: ନ୍ୟୁଜିଲାଣ୍ଡରେ ଶୁକ୍ରବାର ଏକ ହଟ୍ ଏୟାର୍ ବେଲୁନ ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଥିବା ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମ୍ପାନୀ ‘ସନରାଇଜ୍ ବେଲୁନ୍ସ’ କହିଛି ହଟ୍ ବେଲୁନଟି କ୍ୟୁନ୍ସଟାଉନ ନିକଟରେ ଏକ ଘଣ୍ଟା ପର୍ଯ୍ୟନ୍ତ ଉଡୁଥିଲା । ସକାଳ ଠିକ୍ ୧୦ଟା ପୂର୍ବରୁ ପାଇଲଟ ଏହାକୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ପବନର ବେଗ ଠିକ୍ ଥିଲା । ହେଲେ ଠିକ୍ ପହଞ୍ଚିବା ବେଳକୁ ପଗନର ବେଗ ବଢି ଯାଇଥିଲା ଓ ବେଲୁନଟି ମାଟିରେ ମାଡ ହୋଇଯାଇଥିଲା । ଫଳରେ ଏଥିରେ ଥିବା ୧୧ ଜଣ ଯାତ୍ର ଆହତ ହୋଇଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ହେଲିକପ୍ଟର ଯୋଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

Share