ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନମୋଡ: ସମ୍ପର୍କୀୟ ଭାଇ ବିଷ ଦେଇ ମାରିଥିବା ଅଭିଯୋଗ

ଗଞ୍ଜାମ,୨୭।୮(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ସାଇ ସରସ୍ବତୀ ଶିଶୁ ମନ୍ଦିର ହଷ୍ଟେଲରେ ଗତ ଶନିବାର ପଞ୍ଚମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ମୃତ କିରଣଙ୍କ ଘର ଛତ୍ରପୁର ବ୍ଲକ ଭିକାରି ପଲ୍ଲୀ ପଞ୍ଚାୟତ କମାପଲ୍ଲୀ l ଉକ୍ତ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି l ସେହି ହଷ୍ଟେଲରେ ରହୁଥିବା ମୃତ କିରଣଙ୍କ ସମ୍ପର୍କୀୟ ନାବାଳକ ଭାଇ ବିସ୍କୁଟରେ ବିଷ ଦେଇ ମାରିଥିବା ଉକ୍ତ ହଷ୍ଟେଲ ମୁଖ୍ୟ ପରିଚାଳକ ସୁରେଶ କୁମାର ଗୌଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ମୃତ କିରଣ ଛତ୍ରପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସମ୍ପର୍କୀୟ ଭାଇ ବିସ୍କୁଟରେ କଳାକଳା କଣ ମିଶେଇ ଦେଇଥିବା ଜଣାପଡିଛି। ଏହା ବିସ୍କୁଟ ଖାଇ ମରିଯା ବୋଲି କହିଥିଲେ। ମୃତ ପୂର୍ବରୁ ବାପା ମା’ଙ୍କ ଉପସ୍ଥିତରେ ସେ ଏହା କହିଥିବା ହଷ୍ଟେଲ ପରିଚାଳକ ସୁରେଶ କହିଛନ୍ତି। ଅନ୍ୟ ପଟେ ଉକ୍ତ ଘଟଣାକୁ ଗମ୍ଭୀର ଭାବେ ତଦନ୍ତ ଚାଲିଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର ଦିନ କିରଣ ବିସ୍କୁଟ ଖାଇବା ପରେ ପ୍ରବଳ ବାନ୍ତି ହୋଇଥିଲା। ଯାହା ଫଳରେ ସେ ରାତ୍ର ଭୋଜନ ଖାଇ ନ ଥିଲେ l ଅଧିକ ବାନ୍ତି ହେବା ସ୍କୁଲ କର୍ତ୍ତୃପକ୍ଷ ଜାଣିବା ପରେ ଜଣେ କର୍ମଚାରୀ କିରଣକୁ ଛତ୍ରପୁର ମେଡିକାଲ ନେବା ସହ ବାପା ମା’ଙ୍କୁ ଖବର ଦେଇଥିଲେ l ଅଧିକ ଚିକିତ୍ସା ନିମନ୍ତେ ଛତ୍ରପୁର ମେଡିକାଲରୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର କିରଣକୁ ମୃତ ଘୋଷଣା କରିଥିଲେ l ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ପୁଅର ଅକାଳ ବିୟୋଗରେ ବାପା ମା’ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri