ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ହସ୍ପିଟାଲ ସଂକ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ବିଶେଷକରି ହସ୍ପିଟାଲରେ ସଂକ୍ରମଣ ବ୍ୟାପିବା ପରେ ଏଭଳି ସଂକଟ ସୃଷ୍ଟି ହୋଇଥିଲା। କଡ଼ା କଟକଣା ଓ ସଂକ୍ରମଣ ଭୟ ଯୋଗୁ ବହୁ ଅଣ କରୋନା ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଆଖି ବୁଜିଥିଲେ। ଏବେ ରାଜ୍ୟରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ରହିଥିଲେ ମଧ୍ୟ ସେପରି ସ୍ଥିତି ଉପୁଜି ନାହିଁ। କିନ୍ତୁ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ଯେଭଳି ଭାବେ ସଂକ୍ରମଣ ବ୍ୟାପୁଛି, ତାହାକୁ ଦେଖିଲେ ଆଗାମୀ ଦିନରେ ପୁଣି ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ସୂଚନାନୁସାରେ, କଟକ ଏସ୍‌ସିବି ମେଡିକାଲର ୪୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ନର୍ସ, ବୁର୍ଲା ଭିମ୍‌ସାରରେ ୩୦ ଡାକ୍ତରୀ ଛାତ୍ରୀଛାତ୍ର୍ର, ୨୫ ଡାକ୍ତର ଓ ନର୍ସ, ଏମ୍ସ ଭୁବନେଶ୍ୱରର ୧୫୬ ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୩୦ଜଣ ଡାକ୍ତର ଓ ନର୍ସ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ସଂସ୍ପର୍ଶରେ ଆସି ବହୁ ରୋଗୀ ମଧ୍ୟ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ହସ୍ପିଟାଲ ସଂକ୍ରମଣର ହଟ୍‌ସ୍ପଟ ପାଲଟିବା ପୂର୍ବରୁ ରାଜ୍ୟ ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଆଡୁ ଚିକିତ୍ସା ସେବାରେ କଟକଣା ଲଗାଇଛନ୍ତି। ଏମ୍ସ ତା’ର ଆଉଟ୍‌ଡୋର୍‌ ପଞ୍ଜୀକରଣ ହ୍ରାସ କରିବା ସହ ଆଉ କେତେକ ଗାଇଡ୍‌ଲାଇନ୍‌ ଜାରି କରିଛି। ସେହିଭଳି ଅନ୍ୟ ସମସ୍ତ ହସ୍ପିଟାଲ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇ ପୁଣି ଟେଲିମେଡିସିନ ସେବା ଆରମ୍ଭ କରାଯାଇଛି। ହସ୍ପିଟାଲ ନ ଆସି ଅନ୍‌ଲାଇନ୍‌ରେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ହସ୍ପିଟାଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଓ କଟକଣା ପର୍ଯ୍ୟାପ୍ତ ହୋଇପାରୁନାହିଁ। ଏସବୁ ସତ୍ତ୍ୱେ ରାଜଧାନୀରେ ପ୍ରାଥମିକ ଚିକିତ୍ସାଳୟଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି କରୋନା ବ୍ୟାପିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ ଥିବା ୨୩ଟି ସରକାରୀ ଚିକିତ୍ସାଳୟରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଥିବାବେଳେ ଖୋଦ୍‌ ହସ୍ପିଟାଲ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି। ଡାକ୍ତର, ନର୍ସ ଓ କର୍ମଚାରୀମାନେ ଯେତେବେଳେ ସଂକ୍ରମିତ ହେଉଛନ୍ତି ସେତେବେଳେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି।
ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଓମିକ୍ରନ୍‌ର ପ୍ରଭାବ ଦିନକୁ ଦିନ ବଢ଼ୁଛି। ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସମୟ ସମୟ ବ୍ୟବଧାନରେ ସାନିଟାଇଜେଶନ ମଧ୍ୟ କରାଯାଉଛି। ସେହିଭଳି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ସାହୁ କହିଛନ୍ତି, ଗୁରୁତର ଚିକିତ୍ସା ତଥା ଅତି ଆବଶ୍ୟକୀୟ ସ୍ଥଳେ ହିଁ ହସ୍ପିଟାଲ ଆସନ୍ତୁ। ସେ ପର୍ଯ୍ୟନ୍ତ ଯଥା ସମ୍ଭବ ଘରେ ରହି ଉପଚାର କରନ୍ତୁ। ଅତି ଆବଶ୍ୟକ ହେଲେ କରୋନା ନିୟମ ମାନି ଆସିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri