Categories: ଜାତୀୟ

ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ମୃତ…

ଥାଣେ,୨୮।୪: ମହାରାଷ୍ଟ୍ରର ଥାଣେର ମୁମ୍ବ୍ରାସ୍ଥିତ ପ୍ରାଇମ୍‌ କ୍ରିଟିକେୟାର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଭୋର୍‌ ୩ଟା ୪୦ରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାରୁ କର୍ମଚାରୀମାନେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଧାଁ ଦୌଡ଼ ଆରମ୍ଭ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଜାରି ରହିଥିବା ବରିଷ୍ଠ ଇନପ୍ସେକ୍ଟର ମଧୁକର ଶିବାଜୀ କାଡ ସୂଚନା ଦେଇଛନ୍ତି।

Share