Posted inRasifala

ରାଶିଫଳ: ବୁଧବାର, ଜୁନ୍‌ ୯ ତାରିଖ – Daily Horoscope

ମେଷ
ଆଜିର ଏକାଦଶସ୍ଥ ବୃହସ୍ପତିଙ୍କ ଯୋଗୁ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁ ଗହଣରେ ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅନର୍ଥ ସୃଷ୍ଟି ସମ୍ଭାବନା ରହିଛି। କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ବୃଷ
ବୃଷ
ରାଶିରେ ଚତୁଃଗ୍ରହ ସନ୍ନିବେଶିତ ହେତୁ ରାଜଯୋଗ ପ୍ରଭାବରେ ମନ ଚାହୁଁଥିବା ପ୍ରକାରେ କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସମ୍ମୁଖରେ ପାରିବାରିକ କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ସଭାସମିତି, ବାଣିଜ୍ୟ, ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ଇଚ୍ଛା ନ ଥାଇ ମଧ୍ୟ ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ମୁଖଭାବସ୍ଥ ମଙ୍ଗଳ ପ୍ରଭାବରେ ଆପଣଙ୍କ କଠୋରକଥା ବନ୍ଧୁଙ୍କ ମନରେ କଷ୍ଟ ଦେଇପାରେ। ଘରୋଇ କଥା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ। ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
କର୍କଟ
କର୍କଟ
ଶନି ଓ ମଙ୍ଗଳଙ୍କ ପରସ୍ପର ଦୃଷ୍ଟି ହେତୁ ପ୍ରତିବନ୍ଧକ ନ ରହିଲେ ମଧ୍ୟ କାର୍ଯ୍ୟ ପ୍ରୀତିପ୍ରଦ ରହିବ ନାହିଁ। ନିକଟରେ ରହୁଥିବା ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ସାମୟିକ ଦୁଃଖକୁ ଭୁଲିବାରେ ସାହାଯ୍ୟ କରିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
କର୍ମଭାବରେ ଏକାଧିକ ଗ୍ରହ ଯୋଗୁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ରେ ସମର୍ଥ ହେବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହେବ। ସାଙ୍ଗଠନିକ କାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ନିଜ ରାଶିରୁ ଶୁକ୍ର ଦୁଃସ୍ଥାନସ୍ଥ ଯୋଗୁ ଆଜି ଯାହା ପାଇବା କଥା ତାହା ସହଜ ଓ ସୁବିଧାରେ ପାଇବେ ନାହିଁ। ପ୍ଲଟିଂ କାରବାର, ଯାନ୍ତ୍ରିକ କିମ୍ବା ବିଦ୍ୟୁତ୍‌ ବ୍ୟବସାୟୀମାନେ ଉପକୃତ ହେବେ। ପିଲାଙ୍କ ଉଚ୍ଚ ଶିକ୍ଷା ସକାଶେ ପାରିବାରିକ ଆଲୋଚନାକୁ ପ୍ରାଧାନ୍ୟ ଦେଇ ପାରନ୍ତି। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ନୀଚସ୍ଥ ମଙ୍ଗଳଙ୍କ ଯୋଗୁ ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରେ ରହି ଚିନ୍ତିତ ରହିବେ। ନିକଟ ସମ୍ପର୍କୀୟମାନଙ୍କ ବେଖାତିର ମନୋଭାବ, ଯାହା କି କାହାକୁ କହିପାରିବେ ନାହିଁ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାକୁ ଏକ ପ୍ରକାର ଆମତ୍ସନ୍ତୋଷ ଲାଭ କରିପାରନ୍ତି।
ବିଛା
ବିଛା
ମଙ୍ଗଳ ସହ ଶନିଙ୍କ ଦୃଷ୍ଟି ପ୍ରଭାବରେ ଭାଙ୍ଗିପଡିଥିବା ସମ୍ପର୍କକୁ ପୁଣି ଯୋଡିବାକୁ ଚେଷ୍ଟା କରି ଅସଫଳ ହୋଇ ପାରନ୍ତି। ପାଖ ଲୋକଙ୍କୁ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ କଳୁଷିତ କରିପାରନ୍ତି। ଈର୍ଷାପରାୟଣମାନେ ଉପରେ ଭଲ କଥା କହି ପଛରେ ସମାଲୋଚନା କରିବେ। ଆବଶ୍ୟକତା ପୂରଣ ପାଇଁ ଧାର କରିବାକୁ ପଡିପାରେ।
ଧନୁ
ଧନୁ
ଅନାବଶ୍ୟକ କଥାଗୁଡିକୁ ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଲେ ଭଲ। ସ୍ଥଗିତ କାମକୁ ନେଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଉତ୍ତରାଷାଢା ନକ୍ଷତ୍ର ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ।
ମକର
ମକର
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଆସିଲେ ହେଁ ବିଶେଷ ଅସୁବିଧା ହେବ ନାହିଁ। ପଡୋଶୀଙ୍କ ପ୍ରତିବାଦରୁ କାମ ଭଣ୍ଡୁର ହୋଇପାରେ।
କୁମ୍ଭ
କୁମ୍ଭ
ଉତ୍ତରଭାଦ୍ରବ ନକ୍ଷତ୍ର ସକାଶେ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରିୟ କଥା କହି ସବୁ ସୁଧାରି ନେବେ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା ବିରକ୍ତିର କାରଣ ହେବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ। ପରିବାରରେ ସାଧାରଣ କଥାକୁ ବଡ ଆକାରରେ ଚିନ୍ତା କରି ବ୍ୟସ୍ତ ରହିବେ।
ମୀନମୀନ
କର୍ମସ୍ଥାନକୁ ଗ୍ରହଦୃଷ୍ଟି ପ୍ରଭାବରୁ ଅଫିସିଆଲି ଟେନସନ ବଢିଯିବ କିନ୍ତୁ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟିର ଆଶଙ୍କା ପୂରା ମାତ୍ରାରେ ରହିଛି। ପରିବାରରେ ପିଲାଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତା ପ୍ରକଟ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri