Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୯ ତାରିଖ – Daily Horoscope

ମେଷ
କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ ବନ୍ଧୁମତାନ୍ତର, ଧନହାନୀ ଓ କାମରେ ପ୍ରତିରୋଧର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ। ପ୍ରିୟଜନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେବେ।
ବୃଷ
ବୃଷ
ଆଜି ରାଶ୍ୟାଧିପତି ସ୍ବଗୃହରେ ରହିଥିବାରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଭୋଗବିଳାସ ପ୍ରତି ଆକର୍ଷିତ ହେବେ। ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରଖିବା ପାଇଁ ଚେଷ୍ଟା କଲେ ସଫଳତା ପାଇବେ। ପାରଷ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ। କର୍ମକ୍ଷେତ୍ରରେ କେହି ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇବେ।
ମିଥୁନ
ମିଥୁନ
ମୁଖଭାବରେ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋର କରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରର ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା କଅଁଳି ଉଠିବ। କର୍ମକ୍ଷେତ୍ରର ବିବାଦୀୟ କଥାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
କର୍କଟ
କର୍କଟ
ଆଜିର ଚନ୍ଦ୍ର ଷଷ୍ଠଭାବରେ ରହିଥିବାରୁ କୌଣସି ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଦ୍ୱାରା ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ସି˚ହ
ସି˚ହ
ରାଶ୍ୟାଧିପ ଲାଭଭାବରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଶୀର୍ଷସ୍ଥାନରେ ରହିପାରନ୍ତି। କିନ୍ତୁ ଭୁଲ୍‌ ବୁଝାମଣା ଯୋଗୁଁ ବନ୍ଧୁମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍‌ ଜିନିଷ କ୍ରୟ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ। ଅତ୍ୟାବଶ୍ୟକ କାର୍ଯ୍ୟ ସକାଶେ ଧାର କରଜ କରିବାକୁ ପଡିପାରେ।
କନ୍ୟା
ଏକାଦଶାଧିପ ଚନ୍ଦ୍ର କେନ୍ଦ୍ରସ୍ଥାନରେ ଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହୋଇଯିବ। କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କିନ୍ତୁ ବନ୍ଧୁ ଗହଣରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡା, ପ୍ରତିଯୋଗିତାଦି କ୍ଷେତ୍ରରେ ସଫଳତା ମିଳିପାରେ।
ତୁଳା
ତୁଳା
ଭାଗ୍ୟାଧିପ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବନାହିଁ। କିନ୍ତୁ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁର୍ଣ୍ଣ ହେବାର ଆଶଙ୍କା ରହିଛି। ବନ୍ଧୁ ତଥା ପରିଜନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଆଜିର ଯାତ୍ରା, ପ୍ରଶାସନ, କଳା ,ସାହିତ୍ୟ, ସଂଙ୍ଗୀତ ସାଧନାଦି ମନ୍ଦ ହେବନି।
ବିଛା
ବିଛା
ମୁଖଭାବରେ ଚନ୍ଦ୍ର ରହିଥିବାରୁ ଆପଣଙ୍କ କୋମଳ ବ୍ୟବହାର ଲୋକପ୍ରିୟତା ବୃଦ୍ଧି କରିବ। ଯାତ୍ରା, ବାଣିଜ୍ୟ ଓ କାର୍ଯ୍ୟସାଧନ ଦିଗରେ ପ୍ରତିବନ୍ଧକ ରହିବ ନାହିଁ। ସମସ୍ୟା ଲାଗି ରହିଥିଲେ ମଧ୍ୟ ଆନୁସଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ସଫଳତା ପ୍ରାପ୍ତ ହେବେ। ସତର୍କତା ରକ୍ଷାନକଲେ ବିଜାତୀୟ ବ୍ୟକ୍ତିଙ୍କ ଦ୍ୱରା ଅପମାନିତ ହୋଇପାରନ୍ତି ।
ଧନୁ
ଧନୁ
ଅଷ୍ଟମାଧିପତି ରାଶିରେ ଥିବାରୁ କୌଣସି ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ। ପଡୋଶୀଙ୍କ ସାହାଯ୍ୟ ହେତୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡିପାରେ।
ମକର
ମକର
ଦୁର୍ବଳ ଚତୁର୍ଥାଧିପଙ୍କ ସହିତ କେତୁ ଯୁକ୍ତ ଯୋଗୁ ଉଦ୍ଦେଶ୍ୟ ପୂରଣ କଷ୍ଟସାଧ୍ୟ ହୋଇପାରେ। ଇଛା କଲେ ମଧ୍ୟ କୌଣସି ମନସ୍ଥ ଜିନିଷ କିଣି ନପାରି ପସ୍ତେଇବେ। ଆଜିର ଯାତ୍ରା, ବ୍ୟବସାୟ, ପାରିବାରିକସ୍ଥିତି ଓ ବନ୍ଧୁସମ୍ପର୍କ ଉତମ ରହିବ। ସାମୂହିକ ଆଲୋଚନା, ଧାର୍ମିକ ସଂଗଠନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ଦୂର ହେବ।
କୁମ୍ଭ
କୁମ୍ଭ
ଧନସ୍ଥାନରେ ଶନି ଆପଣଙ୍କୁ ନିରୁତ୍ସାହିତ କରି ରଖିବା ସହ ଆର୍ଥିକ ଦୂରବସ୍ଥା ସୃଷ୍ଟି କରିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ। ପରିବାରରେ ଭୁଲ ବୁଝାମଣା ହେତୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃ ଭ୍ରମଣ ବେଶ୍‌ ଆନନ୍ଦ ଦାୟକ ହେବ।
ମୀନମୀନ

ଶୁଭଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଭ୍ରମଣ ସଙ୍ଗକୁ ଆକର୍ଷଣୀୟ ଜିନିଷ ପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବାରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସନ୍ତାନଙ୍କ କୃତି ଓ କୃତିତ୍ୱଜନିତ ଗୈାରବାନ୍ବିତ ମନେକରିବେ। ସାହିତ୍ୟ, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri