ମେଷ

ଆଜି ଶନିଯୁକ୍ତ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଭୁଲ୍ ବୁଝାମଣାଜନିତ ବିନା କାରଣରେ ଅଶାନ୍ତି, କଳହ ଆଶଙ୍କା ରହିଛି। ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ

ନିଜ ଲୋକଙ୍କ ବିରୋଧ ସାଙ୍ଗକୁ ବିଭିନ୍ନ ଅଭାବ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଅନ୍ୟମାନଙ୍କୁ ଭଲରେ ରଖିବାକୁ ଚେଷ୍ଟାକଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡ଼ିଦେବ। ମୂଲ୍ୟବାନ୍ ଜିନିଷ କ୍ରୟରୁ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। କେତୁଯୁକ୍ତ ଶୁକ୍ର କାରଣରୁ କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଲାଗି ରହିବ।
ମିଥୁନ

ଆପଣଙ୍କ ପରିସ୍ଥିତି ଅବଲୋକନକରି ବୟସ୍କ ବ୍ୟକ୍ତି ସାହାଯ୍ୟ ପୂର୍ବକ ସହାନୁଭୂତି ପ୍ରକାଶ କରିବେ। ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ସମସ୍ୟାର ସମ୍ମୁଖୀନ ହେବେ। ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁଙ୍କ ସହ କଳହର ସୂଚନା ରହିଛି। କୋଣଭାବସ୍ଥ ମଙ୍ଗଳଙ୍କ ସୁପ୍ରଭାବରୁ ଜମିଜମା କାରବାର କରିବା ପାଇଁ ପ୍ରକୃଷ୍ଟ ଦିନ।
କର୍କଟ

ଆଜିର କର୍ମାରମ୍ଭ ଅସୁବିଧା ମନେହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିପାରେ। ଭାଗ୍ୟ ସ୍ଥାନରେ ଶନି ରହିଥିବାରୁ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ଶିକ୍ଷା, ସନ୍ତାନ କ୍ଷେତ୍ରରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସି˚ହ

ଚତୁର୍ଥାଧିପ ମଙ୍ଗଳ ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ସବୁ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଆନୁଷ୍ଠାନିକ କାମରେ ସହଯୋଗକରି ପ୍ରଶଂସିତ ହୋଇପାରନ୍ତି।
କନ୍ୟା

ଶୁକ୍ର ଏକାଦଶ ସ୍ଥାନରେ ରହିଥିବାରୁ ଏକାଧାରରେ ଆର୍ଥିକ ଉନ୍ନତି ସହ ସାମାଜିକ କ୍ଷେତ୍ରରେ ସମ୍ମାନିତ ହେବେ। କିନ୍ତୁ ଶନିଯୁକ୍ତ ଚନ୍ଦ୍ର ପ୍ରଭାବରୁ ହସ୍ତା ନକ୍ଷତ୍ର ମାନସିକ ସ୍ତରରେ ନିରୁତ୍ସାହିତ ରହିବେ। ଅଟକି ରହିଥିବା କାମକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବା ସମ୍ଭାବନା ରହିଛି।
ତୁଳା

ଦୀର୍ଘଦିନର ଅଭିଳାଷ ପୂରଣ ଦିଗରେ ଚେଷ୍ଟାକଲେ ସଫଳତା ପାଇବେ। ବୁଧ କ୍ଷେତ୍ରସ୍ଥ ଗୁରୁଙ୍କ ଯୋଗୁ ବନ୍ଧୁଙ୍କ ଆମନ୍ତ୍ରଣ ଆପଣଙ୍କ ବିଚାରକୁ ବିଗାଡ଼ି ଦେଇପାରେ। ଶାରୀରିକ ସୁସ୍ଥତା ରହିବା ହେତୁ ମନ ସାମୟିକ ହାଲୁକା ରହିବ। ବାରମ୍ବାର ସରକାରୀ କାମରେ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ବୃଦ୍ଧିପାଇବ।
ବିଛା

କୋଣଭାବରେ ଭାଗ୍ୟାଧିପ ଅବସ୍ଥାନ କରୁଥିବାରୁ ସନ୍ତାନହେତୁକ ଦୁଶ୍ଚିନ୍ତା ଦୂରହେବ। ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବେଖାତିର କଥା କଷ୍ଟ ଦେଇପାରେ। ଆତ୍ମୀୟମାନେ ବିରୁଦ୍ଧାଚରଣ କରିବା ସମ୍ଭାବନା ରହିଛି। ତଥାପି ନିକଟ ଅତୀତରେ ଯାହା ଭାବୁଥିଲେ ତାହାର ସତ୍ୟତା ଆଜି ହଁ ଅନୁଭବ କରିପାରନ୍ତି।
ଧନୁ

ଅଷ୍ଟମାଧିପତି ଚତୁର୍ଥସ୍ଥ ଯୋଗୁ ଘରେ ଅଶାନ୍ତିର ବାତାବରଣ ଦେଖାଦେବ। କୌଣସି ବନ୍ଧୁଙ୍କ କଥା ରକ୍ଷା କରିବାକୁ ଯାଇ ନିଜ କାମକୁ ଅବହେଳା କରିପାରନ୍ତି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ। କିନ୍ତୁ ମୂଳା ନକ୍ଷତ୍ରର ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ।
ମକର

ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ମତାନ୍ତରର ଆଶଙ୍କା ରହିଛି। ଆପଣ ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି, ତାହା ଶୀଘ୍ର ଆରମ୍ଭ କରିବା ଭଲ ହେବ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟା ସମାଧାନ କରିପାରିବେ। ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଖୁସି ହେବେ।
କୁମ୍ଭ

ପାପଗ୍ରହ ଯୁକ୍ତ ଚନ୍ଦ୍ରଜନିତ ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଘରେ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। ସାମାଜିକ ସ୍ତରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବେ। ସାହିତ୍ୟ ସମସ୍ୟାର ସମାଧାନ କରିବେ ଏବଂ ଦୀର୍ଘଦିନର ଅଭିଳାଷ ପୂର୍ଣ୍ଣହେବାରୁ ଆନନ୍ଦିତ ହେବେ।
ମୀନ
ଶନିଙ୍କ ପ୍ରଭାବରେ ଅଧିକାଂଶ ସମୟ ଡିପ୍ରେସନ ଲାଗି ରହିବାରୁ ମନ ଭଲ ରହିବ ନାହିଁ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଚିନ୍ତା ବଢ଼ିଯିବ। ସଙ୍ଗୀତ, ସାହିତ୍ୟଚର୍ଚ୍ଚା, ଶାସ୍ତ୍ରାଲୋଚନା, ସତ୍ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନର ସୁଯୋଗ ପାଇବେ। ଅଭିଳଷିତ କାମ ହାସଲର ଚେଷ୍ଟା ଅବ୍ୟାହତ ରଖିଲେ ଉପକୃତ ହେବେ।
Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.