Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ
ଆଜି ବିଳାସକାରକ ଶୁକ୍ରଙ୍କ ସହ ଚନ୍ଦ୍ର ଅବସ୍ଥାନ କରି ପାରିବାରିକ ଜୀବନକୁ ରସାଣିତ କରିବେ। ବନ୍ଧୁ ସମ୍ପର୍କରେ ଉନ୍ନତି, ବସ୍ତ୍ରଭୂଷଣ ପ୍ରାପ୍ତିରୁ ଖୁସି ରହିବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ମଧ୍ୟ କିଛି କରିପାରିବେ ନାହିଁ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ
ବୃଷ
ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣାବଶତଃ ମୃଗଶିରା ନକ୍ଷତ୍ରର ସହଧର୍ମିଣୀ ମୁହଁ ଫେରାଇ ପାରନ୍ତି। ଯାତ୍ରା, ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍‌ ହେବେ। ସ୍ବାସ୍ଥ୍ୟ ସମସ୍ୟାର ଉପଚାର କରିବା ସହଜସାଧ୍ୟ ନ ହୋଇପାରେ।
ମିଥୁନ
ମିଥୁନ
ରବିଙ୍କ ବିପରୀତ ରାଜଯୋଗ କାରଣରୁ ଆତ୍ମୀୟଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଖର୍ଚ୍ଚଭାର ବୃଦ୍ଧି କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି। ନିଜ ଗୃହ ସମସ୍ୟାକୁ ସଜାଡ଼ିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଶୁଭ ଚନ୍ଦ୍ର ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସହାୟ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। ଅନ୍ୟମନସ୍କତାରୁ କେତେକ ଭୁଲ୍‌ କରି ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ସି˚ହ
ସି˚ହ
ଶୁକ୍ର ପ୍ରଭାବରେ ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ, ତଥାପି କାମର ଚାପ ବହୁତ ବଢ଼ିଯିବ। କର୍ମକ୍ଷେତ୍ରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ।
କନ୍ୟା
ତୃତୀୟସ୍ଥ ବୁଧ ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ରାସ୍ତା ପରିଷ୍କାର କରିଦେବେ। ଚିତ୍ରା ନକ୍ଷତ୍ର ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ନିଜ ପରିସରର ପିଲାଙ୍କ ସକାଶେ ଅନ୍ୟ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିବ। କୌଣସି ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା
ତୁଳା
ଶୁଭ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାତେଇବେ। ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କହିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ, କିନ୍ତୁ ପରୋକ୍ଷ ଶତ୍ରୁତା ମଧ୍ୟ ସୃଷ୍ଟି ହେବ।
ବିଛା
ବିଛା
ରାଶିରେ ବୁଧ ଅବସ୍ଥାନଜନିତ ମନ ଅସ୍ଥିର ରହିବ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ। ଏଜେନ୍‌ଶିପ୍‌, ସାମ୍ବାଦିକତା, ରାଜନୀତି, ନୂତନ କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
ତୃତୀୟସ୍ଥ ଶନି ପ୍ରଭାବରେ ଗତକାଲିର ପରିସ୍ଥିତି ବଦଳିଯିବା ସାଙ୍ଗକୁ ସଂକଟମୁକ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବେ। ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇପାରନ୍ତି। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ ହେବ।
ମକର
ମକର
ଦ୍ୱିତୀୟ ଭାଗରେ ଶନି ଥିବାରୁ ଆତ୍ମୀୟଙ୍କୁ କାମରେ ସାହାଯ୍ୟ କରିବାକୁ ପ୍ରବର୍ତ୍ତାଇବ। ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି।
କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢ଼ିଯିବାର ସୂଚନା ରହିଛି। ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟାଭାବ ଯୋଗୁ ବିଚଳିତ ବୋଧ କରିବେ।
ମୀନମୀନ

ଚନ୍ଦ୍ର ଓ ଶୁକ୍ର ପ୍ରଭାବରେ କର୍ମୋନ୍ନତି ସହ ସମ୍ମାନଜନକ ସ୍ଥିତିକୁ ନେବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହୋଇପାରନ୍ତି। ବନ୍ଧୁମାନଙ୍କ ସହାୟତାରେ ବାଣିଜ୍ୟ,ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହେବେ। ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri