Posted inRasifala

ରାଶିଫଳ: ଶନିବାର, ମେ ୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସ୍ବଗୃହରେ ଅବସ୍ଥାନ କରୁଥିବାରୁ ପାରିବାରିକ ଓ କର୍ମକ୍ଷେତ୍ର ସମସ୍ୟା ମୁକ୍ତ ରହିବ। ଯାତ୍ରା, ବ୍ୟବସାୟ, ବାଣିଜ୍ୟ, ପରିବହନ, ସଂଗଠନ, ରାଜନୀତି ପାଇଁ ବହୁତ ଭଲ। ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ । କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ।
ବୃଷ
ବୃଷ
ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି ଯୋଗୁ ଯେଉଁଥିରେ ହାତ ଦେବେ ସବୁ କିଛି ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାମୂହିକ କାମରେ ବନ୍ଧୁଙ୍କ ପ୍ରଶଂସା ଆପଣଙ୍କୁ ଭାବବିଭୋର କରାଇବ । ରାହୁ ଓ ବୁଧ ବ୍ୟୟଭାବସ୍ଥ କାରଣରୁ ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଅବୁଝା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଅର୍ଥନୈତିକ ଅଭିବୃଦ୍ଧି ସହ ବୈଷୟିକ ସୁଖସମୃଦ୍ଧି ଜୀବନଯାତ୍ରାକୁ ସାବଲୀଳ କରାଇବ। ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ୟ କରିପାରନ୍ତି। ଦେବଗୁରୁଙ୍କ କୃପାରୁ ସଭା ସମିତିରେ ବୁଦ୍ଧିଜୀବୀଙ୍କ ଦ୍ୱାରା ସମ୍ମାନିତ ହେବେ। ଦୀର୍ଘ ଦିନର ଶତ୍ରୁତା ବିବାଦର କାରଣ ହୋଇପାରେ ।
କର୍କଟ
କର୍କଟ
ସ୍ବରାଶିସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଶାନ୍ତି ପରିସ୍ଥିତି ଅନୁଯାୟୀ ଅନୁଭୂତ ହେବ। କର୍ମକ୍ଷେତ୍ରରେ ସ୍ବଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବାର ସୂଚନା ରହିଛି ।
ସି˚ହ
ସି˚ହ
ରାହୁଙ୍କ ଦ୍ୱାରା କବଳିତ ରବି ଆପଣଙ୍କ ଦୈହିକ ଅସୁସ୍ଥତା ସାଙ୍ଗକୁ ପଦସ୍ଥବ୍ୟକ୍ତିଙ୍କ ସହ ବିବାଦ ସୃଷ୍ଟି କରିବ। ଶୁକ୍ର ଅଷ୍ଟମ ସ୍ଥାନରେ ଅବସ୍ଥାନ କରୁଥିବାରୁ କାମରେ ମଧ୍ୟ ଉତ୍ସାହିତ ହୋଇପାରିବେ ନାହିଁ । ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି।
କନ୍ୟା
ଆଜି ବନ୍ଧୁଙ୍କ ଗହଣରେ ସମୟ କଟାଇବେ କିନ୍ତୁ ଶେଷ ପର୍ଯ୍ୟାୟରେ ସମ୍ପର୍କହାନି ଘଟିବ। କର୍ମକ୍ଷେତ୍ରରେ ଚାଲାକ୍‌ କାମ କରି ନୂତନ ସମସ୍ୟାକୁ ମଧ୍ୟ ସୁଧାରି ନେବେ। ପୁରୁଣା ଗାଡ଼ିଟି ବିକ୍ରି ହୋଇଯିବା ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି । ଅପେକ୍ଷା କରିବାକୁ କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ।
ତୁଳା
ତୁଳା
ଅସୁବିଧାକୁ ପ୍ରକାଶ ନ କରି ମନ ଭିତରେ ବାନ୍ଧି ରଖିଲେ ମାନସିକ କଷ୍ଟ ପାଇବେ। ଘର କାମରେ ମନ ଲାଗିବ ନାହିଁ । ଛୋଟ ଛୋଟ କଥାକୁ ନେଇ କଳହ ଲାଗିବ। ଅବଶ୍ୟ ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ଖୁସି ରହିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଯିବ କିନ୍ତୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ।
ବିଛା
ବିଛା
ଭାବାତ୍ମକ ବାତାବରଣର ଚନ୍ଦ୍ର ଚିନ୍ତାଶୀଳ ମାନସିକତା ସାଙ୍ଗକୁ ପ୍ରଗତିର ପଥରୋଧକ ହେବ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜେହିଁ କ୍ଷତିରେ ପଡ଼ିବେ। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ କରି ଚଳିବା ଠିକ୍‌ ହେବ। ପାରିବାରିକ ଜୀବନ ସୁଖରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀଙ୍କ ପ୍ରଶଂସାଭାଜନ ହେବେ ।
ଧନୁ
ଧନୁ
ମାନସିକ ଅସ୍ଥିରତା କିମ୍ବା ଅସାବଧାନତା କାରଣରୁ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ତଥାପି ବ୍ୟସ୍ତ ନ ହୋଇ ଆକସ୍ମିକ ପରିସ୍ଥିତିର ମୁକାବିଲା କରିପାରିଲେ, ଅବଶ୍ୟ ଉପକୃତ ହେବେ। ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ।
ମକର
ମକର
ସପ୍ତମଭାବର ଶୁଭପ୍ରଭାବରୁ ପ୍ରତିବନ୍ଧକକୁ ସାମ୍‌୍‌ନା କରି ଆଶା ପୂରଣରେ ସଫଳ ହେବେ। ସତ୍‌ସଙ୍ଗ, ସଭାସମିତିରେ ବକ୍ତୃତା, ପ୍ରବଚନ, ଆନୁଷ୍ଠାନିକ କାମରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଆଜିର ଯାତ୍ରାରେ ନିକଟ ସମ୍ପର୍କୀୟ କିମ୍ବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଶତ୍ରୁତା କରୁଥିବା ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରହିବା ଭଲ ହେବ। ପରିସ୍ଥିତିର ତାଡନାରେ ଜନଗହଳିପୂର୍ଣ୍ଣ ପରିବେଶରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ପଡ଼ୋଶୀଙ୍କଠାରୁ ଦୂରାଗତ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଆଲୋଚନା ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇପାରେ। ଘରର ବରାଦ ଅନୁଶାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri