Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ
ଆଜି ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇ କମ୍‌ ସମୟରେ ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ। ଅଂଶୀଦାର ବ୍ୟବସାୟରେ, ସାହିତ୍ୟରେ, ସଭାସମିତିରେ ଆଶା ପୂରଣ ହେବ। ଉଚ୍ଚସ୍ଥ ମଙ୍ଗଳଜନିତ ଧୈର୍ଯ୍ୟ ଓ ସାହସ ଅସମ୍ଭବକୁ ସମ୍ଭବ କରାଇବ।
ବୃଷ
ବୃଷ
ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବେ ନାହିଁ। ଅନ୍ୟମାନେ ଦୋଷ ଖୋଜିବୁଲିବେ ଏବଂ ଅଯଥା ମୂଲ୍ୟହୀନ ଅଭିଯୋଗ ଆଣିପାରନ୍ତି। ଆଜିର କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ମିଥୁନ
ମିଥୁନ
ଭାବପ୍ରବଣତାବଶତଃ ନିଜର ନିୟନ୍ତ୍ରଣ ହରାଇ ବନ୍ଧୁଙ୍କ କଥାରେ ଚାଲିବାକୁ ବାଧ୍ୟ ହେବେ। ଯେକୌଣସି କାମ କଲେ ମଧ୍ୟ କର୍ମାରମ୍ଭରେ କିଛିଟା ସମସ୍ୟାର ସମ୍ମୁଖୀନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କଲେ ଲାଭ କିଛି ହେବନାହିଁ। ବୃହସ୍ପତିଙ୍କ ସ୍ଥିତି ଅଭାବ ଅସୁବିଧାକୁ ଦୂରେଇବା ସହ ଆର୍ଥିକ ଉନ୍ନତି କରାଇବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଖଟଣି ବଢ଼ିଯିବ ମାତ୍ର ତଦନୁରୂପ ପାରିଶ୍ରମିକ ପାଇବା କଷ୍ଟକର ହେବ। ଭାଗ୍ୟାଧିପ ଶୁକ୍ର ଯୁକ୍ତ ଯୋଗୁ ସାମାଜିକ ସମ୍ମାନ, ସନ୍ତାନ ହେତୁକ ଗୌରବ ପ୍ରାପ୍ତି କରାଇବ। ଉଚ୍ଚକର୍ତ୍ତୃପକ୍ଷଙ୍କ ଅନୁକମ୍ପା ମନୋବଳ ବୃଦ୍ଧିରେ ସହାୟକ ହେବ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ସି˚ହ
ସି˚ହ
ଏକାଦଶସ୍ଥ ଗ୍ରହଙ୍କ ପ୍ରଭାବରୁ ଦୃଢ଼ମନା ହେବେ ଓ କାର୍ଯ୍ୟ ହାସଲରେ ସଫଳତା ପାଇବେ। ଆତ୍ମୀୟ କିମ୍ବା ସହକର୍ମୀଙ୍କ ସାହାଯ୍ୟ ପାଇବାରେ ଅସୁବିଧା ହେବନାହିଁ। ଯାତ୍ରା ସମୟରେ ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। କଚେରି ମାମଲା, ସନ୍ତାନଙ୍କ ସମସ୍ୟା, ସହକର୍ମୀଙ୍କ ବିରୁଦ୍ଧାଚରଣରେ ପରିବର୍ତ୍ତନ ଘଟିବ।
କନ୍ୟା
ବାରମ୍ବାର ସମସ୍ୟା କମିବା ବଦଳରେ ବଢ଼ିବା ହେତୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ଆଲୋଚନା ପରିସରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। କୌଣସି କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ।
ତୁଳା
ତୁଳା
ଆର୍ଥିକ ଅଭିବୃଦ୍ଧି ଓ ନୂତନ ବନ୍ଧୁ ସମ୍ପର୍କ ମାନସିକ ଅସ୍ଥିରତା ଦୂରେଇବାରେ ସହାୟକ ହେବ। ବହୁତ ଦିନରୁ ଚିନ୍ତା କରିଥିବା ନୂତନ କାର୍ଯ୍ୟାରମ୍ଭ ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହେବେ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଯାନ କ୍ରୟ ସକାଶେ ମନ ବଳାଇବେ।
ବିଛା
ବିଛା
ଆଜିର ଦ୍ୱିତୀୟସ୍ଥ ଚନ୍ଦ୍ର ଆପଣଙ୍କ ସୁଚିନ୍ତିତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ସହାୟକ ହେବ। ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଶତ୍ରୁଙ୍କୁ ସୁଯୋଗ ମିଳିପାରେ। ସାମାଜିକ ସ୍ତରରେ ଅଥବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ଶାନ୍ତି ସାଙ୍ଗକୁ ପିଲାମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ।
ଧନୁ
ଧନୁ
ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନାଗୁଡିକୁ ଠିକ୍‌ ଭାବରେ ବଦଳାଇବା କଷ୍ଟକର ହେବ । କର୍ମକ୍ଷେତ୍ରରେ ବାଦବିବାଦ ଜଟିଳ ହେବ ସତ କିନ୍ତୁ ସଫଳତା ନିଶ୍ଚିତ। ଭ୍ରମଣବେଳେ ଅନ୍ୟମନସ୍କତା କାରଣରୁ ଜିନିଷ ହଜିଯାଇପାରେ। କୌଣସି ବନ୍ଧୁଙ୍କ ସହ ଭାବ ବିନିମୟ ମନକୁ ସାମୟିକ ଆନନ୍ଦ ପ୍ରଦାନ କରିବ।
ମକର
ମକର
ଦୈହିକ ଦୁର୍ବଳତା ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ସ୍ବାସ୍ଥ୍ୟ ଆଶ୍ୱସ୍ତିର କାରଣ ହେବ। ଉପରିସ୍ଥଙ୍କ ସମ୍ମୁଖରେ ମନ କଥା କହିବାକୁ ପଛେଇ ଯାଇପାରନ୍ତି। ସମ୍ପର୍କୀୟଙ୍କ ବିରୁଦ୍ଧାଚରଣଜନିତ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବ। ଆର୍ଥିକ, ପାରିବାରିକ, ସାମାଜିକ ସ୍ଥିତି ଭଲ ରହିବା ହେତୁ ସମସ୍ୟାକୁ ବିଶେଷ ଗୁରୁତ୍ୱ ଦେଇ ନ ପାରନ୍ତି।
କୁମ୍ଭ
କୁମ୍ଭ
ଆରୋଗ୍ୟଲାଭ ସାଙ୍ଗକୁ ବନ୍ଧୁଙ୍କ ସହାନୁଭୂତି ମନକୁ ପ୍ରସନ୍ନତାରେ ଭରିଦେବ। ଯାତ୍ରା, କର୍ମାରମ୍ଭ, ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବାର ସୂଚନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ିଚାଲନ୍ତୁ କୌଣସି ଅସୁବିଧା ହେବନାହିଁ।
ମୀନମୀନ

ଆଜି ଜମିଜମା କାରବାର, ପ୍ଲଟିଂ ବ୍ୟବସାୟ, ବୀମା, ପ୍ରଭୃତିରେ ସଫଳତା ହାସଲ କରିବେ। ସାମ୍ବାଦିକତା ଓ ଏଜେନ୍ସିପ୍‌ରେ ନୈରାଶ୍ୟ ଦୂରେଇଯିବ। ପରିସ୍ଥିତିବଶତଃ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ପ୍ରତି ବେଖାତିର କରିବା ଠିକ୍‌ ନ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri