Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୬ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ରର ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ପର ଲୋକଙ୍କ ସାହାଯ୍ୟ, ସହଯୋଗ କାମକୁ ଆସିବ। ଆନୁଷ୍ଠାନିକ କାମରେ ଜମା ଭଲସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ସମାଲୋଚନା ଶୁଣିବାକୁ ପଡ଼ିପାରେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ପାଇଁ ପ୍ରତ୍ୟେକ କାମରେ ସମସ୍ୟା ଲାଗି ରହିବ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଶିକ୍ଷା, ପରୀକ୍ଷା, ସନ୍ତାନ ହେତୁକ ପ୍ରଶଂସାରେ ମାନସିକ ପରିତୃପ୍ତି ଲାଭ କରିବେ। ଜମିଜମା କାରବାର, କୃଷି, ବାଣିଜ୍ୟ, ନିର୍ମାଣ ପ୍ରଭୃତି ବାଧାପ୍ରାପ୍ତର ସୂଚନା ରହିଛି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ।
ମିଥୁନ
ମିଥୁନ
ପୁନର୍ବସୁର କର୍ମ ପରିସର ବୃଦ୍ଧି କାରଣରୁ ସାମାନ୍ୟତମ ଅବସର ପାଇବେ ନାହିଁ। ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ, ନିର୍ମାଣ, ବାଣିଜ୍ୟ ଓ ପରିବହନରେ ଅସୁବିଧା ହେବ ନାହିଁ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଦବ୍ର୍ୟ ନଷ୍ଟ ହୋଇପାରେ। ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ରର କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କ ମନ ମୋହି କାମ ହାସଲ କରିବେ। ପ୍ରଶାସନିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଦୂରସ୍ଥାନକୁ ଯାତ୍ରା କରିବେ। ସଭାସମିତି, ପ୍ରକାଶନ, ସାହିତ୍ୟ ଚର୍ଚ୍ଚା,ସାମ୍ବାଦିକତା,କଳା, ବିଜ୍ଞାନ, କାରିଗରି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ମନ ଅନୁଯାୟୀ କାମ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଜି ଯାହାକୁ ଯାହା କହିବେ ସେମାନେ ଅସ୍ବୀକାର କରିବେ ନାହିଁ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ନୂତନ ବନ୍ଧୁତ୍ୱ ସୃଷ୍ଟି ସହ ପ୍ରଶାସନିକ ସଫଳତା ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ ପ୍ରତିଯୋଗିତା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହେବେ।
କନ୍ୟା
ହସ୍ତା ନକ୍ଷତ୍ର ସକାଶେ ପାରିବାରିକ ସହଯୋଗ, ସହକର୍ମୀଙ୍କ ସହାନୁଭୂତି, ମନରେ ନୂତନ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଦୂର ଯାତ୍ରାରୁ ସୁଫଳ ମିଳିବ। ବିବାଦୀୟ କ୍ଷେତ୍ରରୁ ଦୂରେଇ ରହିବା ଭଲ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ପରୋକ୍ଷ ଶତ୍ରୁତା, ସାମୟିକ ସ୍ବାସ୍ଥ୍ୟହାନି ଓ ବନ୍ଧୁଙ୍କ ସହ ମତାନ୍ତର ଚିତ୍ରା ନକ୍ଷତ୍ର ସକାଶେ ଦେଖାଦେଇପାରେ। ଅର୍ଥାଭାବ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ବିଛା
ବିଛା
ଅନୁରାଧା କୌଣସି ଅପ୍ରାପ୍ୟ ଜିନିଷ ପ୍ରତି ଆଶା ବଳାଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। କୃଷି, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ସଫଳ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରୁ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ସମସ୍ୟା, ଧନହାନି, ଜମିଜମା ବିବାଦ, ବକେୟା ପ୍ରାପ୍ତିରେ ବାଧା ଦୁଶ୍ଚିନ୍ତାର କାରଣ ହୋଇପାରେ।
ଧନୁ
ଧନୁ
ଅନ୍ୟମାନଙ୍କ ମାନସିକ ଆବେଗକୁ ନ ବୁଝିବା କାରଣରୁ ସେମାନଙ୍କ ନିକଟରୁ ଦୂରେଇଯିବେ। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହାର ବିଶେଷ କୁପ୍ରଭାବର ସମ୍ଭାବନା ନାହିଁ। କର୍ମକ୍ଷେତ୍ରରେ,ସଭାସମିତିରେ, ବନ୍ଧୁ ମିଳନରେ ନିଜର ପ୍ରାଧାନ୍ୟକୁ ଜାହିର୍‌ କରିପାରିବେ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ଭଲ।
ମକର
ମକର
ସ୍ବାସ୍ଥ୍ୟୋନ୍ନତି, ଆର୍ଥିକ ପ୍ରଗତି, ନୂତନ ବନ୍ଧୁ ସମ୍ପର୍କଜନିତ ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଏକ ଭିନ୍ନ ପରିବେଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଧନିଷ୍ଠା ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମରେ ବିଶୃଙ୍ଖଳା ଲାଗି ରହୁଥିବା ହେତୁ ନିଜ ଲୋକଙ୍କୁ ଏଥିପାଇଁ ଦାୟୀ କରିପାରନ୍ତି। ଶତଭିଷା କୌଣସି ମୂଲ୍ୟବାନ୍‌ ଜିନିଷ କ୍ରୟ ସକାଶେ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ନିଜର ଅନ୍ୟମନସ୍କତାକୁ ନେଇ ଯୁକ୍ତିତର୍କର ସମ୍ମୁଖୀନ ହେବେ। କଚେରି ମାମଲା, ଜମିଜମା କିମ୍ବା ଗୃହସୀମା ବିବାଦ ଅମୀମାଂସିତ ରହିବ।
ମୀନମୀନ
କ୍ରମଶଃ ଜଞ୍ଜାଳର ପରିସର ବୃଦ୍ଧି ପାଇବାଜନିତ ମାନସିକ ଚାପରେ ପୀଡ଼ିତ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ସାମାଜିକ ଜୀବନରେ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବା ହେତୁ ସାମୟିକ ଖୁସି ଅନୁଭବ କରିପାରନ୍ତି। ପାରିବାରିକ ସ୍ଥିରତା ଆଣିବା ଦିଗରେ ନୂତନ ପନ୍ଥା ଅବଲମ୍ବନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri