Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସହ ଶନିଙ୍କ ସଂଯୋଗ ହେତୁ କୌଣସି କାମ କରିବାକୁ ଆଦୌ ଇଚ୍ଛା ହେବ ନାହିଁ । ସଭାସମିତିରେ, ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ । ଆନୁଷ୍ଠାନିକ କିମ୍ବା ନିର୍ମାଣ କାମ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ନେବେ। ଦୀର୍ଘଦିନରୁ ଚେଷ୍ଟା କରୁଥିବା ଅର୍ଥ ଲାଭ କରି ଖୁସି ହେବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ବହୁ ଦିନର ପ୍ରଚେଷ୍ଟା ଆଜି ହଠାତ୍‌ ଫଳବତୀ ହେବାରୁ ଆନନ୍ଦ ଅନୁଭବ କରିବେ। ଆଗାମୀ ଦିନରେ ହେବାକୁ ଥିବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ । କଚେରି ମାମଲା କିମ୍ବା ଜମିଜମା ବିବାଦ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ।
ମିଥୁନ
ମିଥୁନ
ରାଶ୍ୟାଧିପ କେନ୍ଦ୍ରସ୍ଥ ଯୋଗ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ଭାଇ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ। କଳା, ସାହିତ୍ୟ ଓ କ୍ରୀଡ଼ା ପ୍ରୀତିପ୍ରଦ ହେବ। ସମ୍ମାନ ଓ ପ୍ରଶଂସା ପାଇବେ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ଚୁପ୍‌ ରହିବାକୁ ବାଧ୍ୟ ହେବେ। ବ୍ୟବସାୟ ସମ୍ପର୍କିତ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ।
କର୍କଟ
କର୍କଟ
ପାପଗ୍ରହଯୁକ୍ତ ଚନ୍ଦ୍ରଙ୍କ ଯୋଗୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ହେବେ ଓ ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବେ । ବିନା କାରଣରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କଲେ ସୁଫଳ ପାଇବେ।
ସି˚ହ
ସି˚ହ
ସପ୍ତମାଧିପ ଷଷ୍ଠସ୍ଥ କାରଣରୁ ଆରୋପ ଓ ପ୍ରତ୍ୟାରୋପଜନିତ ସ୍ତ୍ରୀଙ୍କ ସହ ମତଭେଦର ସମ୍ଭାବନା ରହିଛି। ବନ୍ଧୁମାନଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସମ୍ଭାବନା ରହିଛି ।
କନ୍ୟା
ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ। ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରେ ଭାବପ୍ରବଣ ବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ଶିକ୍ଷା, ପରୀକ୍ଷା, ରଚନାମତ୍କ କାର୍ଯ୍ୟ,ଗବେଷଣା, କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟକଥା କହି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।
ତୁଳା
ତୁଳା
ବୃହସ୍ପତିଙ୍କ ସହ ଶନିଙ୍କ ସମ୍ବନ୍ଧରୁ ବନ୍ଧୁଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରୁ ଉପକାର ମିଳିବ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ପରିବହନରେ ଝଗଡ଼ା ଲାଗିପାରେ । ପରିସ୍ଥିତି ଓ ପରିବେଶକୁ ଆଖି ଆଗରେ ରଖି ନିଜକୁ ଆଡଜଷ୍ଟ କରିନେବେ।
ବିଛା
ବିଛା
ରାଶିକୁ ରାଶ୍ୟାଧିପତି ଦେଖୁଥିବାରୁ ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରି ପାରିବେ ନାହିଁ। ପରୋକ୍ଷ ଶତ୍ରୁତା କାରଣରୁ ମନରେ କିଛି ଭୟ ଓ ଆଶଙ୍କା ଲାଗି ରହିବ। ସଭାସମତି, ସାହିତ୍ୟ, ସଙ୍ଗୀତ ଚର୍ଚ୍ଚାରେ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି।
ଧନୁ
ଧନୁ
ଅଫିସରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ତୃତୀୟାଧିପ ଧନସ୍ଥ ହେତୁ ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ କ୍ଷେତ୍ର ସନ୍ତୋଷଜନକ ହେବନାହିଁ। ପରସ୍ପର ଦୋଷାରୋପ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ ।
ମକର
ମକର
ସ୍ବଗୃହୀ ଶନି ହେତୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ, ଅବଶ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବା ଆଶା ରହିଛି । ଯାତ୍ରାରେ ଜିନିଷପତ୍ର ହଜିଯିବା ସମ୍ଭାବନା ରହିଛି। ଆନୁଷ୍ଠାନିକ କାମରୁ ଖୁସି ରହିବେ ଓ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ । ଘରକଥା ପରକୁ କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି କଷ୍ଟ ଅନୁଭବ କରିବେ। ସମସ୍ୟା ସୁଧାରିନେବା ସକାଶେ ପରିବାରର ବ୍ୟକ୍ତି ବିଶେଷ ବହୁ ସାହାଯ୍ୟ ଓ ସହଯୋଗ ଆଶା କରିପାରନ୍ତି। ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ସକାଶେ ଅସୁବିଧାରେ ପକାଇପାରନ୍ତି। ଚନ୍ଦ୍ର ଓ ଶନି ବ୍ୟୟସ୍ଥ ହେତୁ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
ମୀନମୀନ
ବିଭିନ୍ନ ଦିଗରୁ ଖର୍ଚ୍ଚ ପରିମାଣ ବଢ଼ି ବଢ଼ି ଯିବ,ଫଳରେ ବ୍ୟସ୍ତତା ଅନୁଭବ କରିବେ। ଅଫିସ୍‌ କାମରେ ବ୍ୟସ୍ତ ରହି ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ତିନୋଟି ଗ୍ରହ ସପ୍ତମସ୍ଥ ଯୋଗୁ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। କଳା ଓ ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri