Posted inRasifala

ରାଶିଫଳ: ରବିବାର, ଜୁଲାଇ ୩ ତାରିଖ – Daily Horoscope

ମେଷ
କର୍ମାଧିପ ଶନିଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ପାଇବେ। ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ ଓ ସଫଳତା ମଧ୍ୟ ପାଇବେ। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ବୃଷ
ବୃଷ
ରାଶ୍ୟାଧିପତି ଶୁକ୍ର ଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହେବାରେ ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କାମରେ ବୁଦ୍ଧିଜିବୀମାନଙ୍କ ସାନ୍ନିଧ୍ୟରୁ ସାମାଜିକ ସ୍ତରରେ ସମ୍ମାନ ପାଇବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ।
ମିଥୁନ
ମିଥୁନ
ଆଜି ବୁଧାଦିତ୍ୟ ଯୋଗ ସୃଷ୍ଟି ହୋଇଥିବାରୁ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାରେ ସମର୍ଥ ହେବେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ ପଦେକ୍ଷପ ନିଅନ୍ତୁ। କୌଣସି ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବ, କିନ୍ତୁ ସମସ୍ୟା ବହୁଳ ରହିବ।
କର୍କଟ
କର୍କଟ
କର୍ମଭାବସ୍ଥ ରାହୁମଙ୍ଗଳ ଯୋଗଜନିତ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ପାଇବେ, ମାତ୍ର ଆଶାନୁରୂପ ନ ହୋଇପାରେ। କାର୍ଯ୍ୟଦକ୍ଷତା ହେତୁ ବନ୍ଧୁମାନଙ୍କ ମଧ୍ୟରେ ପ୍ରଶଂସିତ ହେବେ। ନିର୍ମାଣ ତଥା ଜମିଜମା କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ସି˚ହ
ସି˚ହ
କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଶନିଙ୍କ ପ୍ରଭାବରୁ ଆଜି ଇଚ୍ଛା ନ ଥିଲେ ମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ପ୍ରଶାସନିକ ସ୍ତରରେ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
ସ୍ଥଗିତ କାମ ଯଥାସମୟରେ ସମ୍ପନ୍ନ ହେବାରୁ ଖୁସି ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡ଼ିବ ନାହିଁ। ଜମିଜମା କିଣାବିକା, ବ୍ୟବସାୟ, ପରିବହନରେ ଝଗଡ଼ା ଲାଗିପାରେ। ପିଲାଙ୍କ ସମ୍ପର୍କରେ ସୁଖବର ପ୍ରାପ୍ତ।
ତୁଳା
ତୁଳା
ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ଭଲ ଖବର ପାଇ ମନ ଏକଦମ୍‌ ଖୁସି ହୋଇଯିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ, ଅବଶ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇ ନେଇପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ଆଶ୍ୱସ୍ତି ଲଭିବେ।
ବିଛା
ବିଛା
ଗୁରୁଙ୍କ ପ୍ରଭାବରୁ ଗୌରବାନ୍ବିତ ହେବା ସହ ଶୁଭ ଖବର ପ୍ରାପ୍ତ ହୋଇ ଆନନ୍ଦ ଅନୁଭବ କରିବେ। ସାଙ୍ଗସାଥୀଙ୍କ ସହ ନୂଆ ସ୍ଥାନକୁ ଯାଇପାରନ୍ତି। ଅସାବଧାନତା କାରଣରୁ ଦରକାରୀ କାଗଜପତ୍ର କିମ୍ବା ଟଙ୍କା ପଇସା ହଜି ଯାଇପାରେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ବୃହସ୍ପତିଙ୍କ ଅବସ୍ଥାନଜନିତ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆମତ୍ୀୟଙ୍କ ଜରିଆରେ ବକେୟା ଆଦାୟରେ ସକ୍ଷମ ହେବେ। ଆଇନ ଅଦାଲତ କ୍ଷେତ୍ରରେ ବାରମ୍ବାର ଦୌଡ଼ିବାକୁ ପଡ଼ିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଶତ୍ରୁଠାରୁ ଦୂରେଇ ରହିବା ଭଲ ହେବ।
ମକର
ମକର
ଦୀର୍ଘ ଦିନରୁ ଦେଖି ନ ଥିବା କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ। ଶ୍ରବଣା ନକ୍ଷତ୍ରର ଅସୁସ୍ଥତାଜନିତ କାରଣରୁ ମନ ଭଲ ଲାଗିବ ନାହିଁ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ଆଶା ରହିଛି। କଳା, ସାହିତ୍ୟ, ସାମ୍ବାଦିକତାରେ, ପରିବାର ଭିତରେ, ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଲକ୍ଷ୍ମୀ ଯୋଗ ପ୍ରଭାବରୁ ଆଜି ଏକାଧାରରେ ଅର୍ଥ, ସମ୍ମାନ ଓ ବନ୍ଧୁଙ୍କ ସଦ୍ଦିଛା ଲାଭ କରିପାରିବେ। ପାରିବାରିକ ଶୃଙ୍ଖଳା ରକ୍ଷା ଲାଗି ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇ ପାରନ୍ତି। ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ, ଯାହାକି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବ।
ମୀନମୀନ
ବନ୍ଧୁଙ୍କ କାମରେ ଆପଣଙ୍କୁ ହଠାତ୍‌ ବାହାରକୁ ଯିବାକୁ ପଡ଼ିପାରେ। ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ମାନସିକ ସୁସ୍ଥତା ରହିବ ନାହିଁ। କେନ୍ଦ୍ରସ୍ଥ ରବି ବୁଧଜନିତ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri