Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ
ସପ୍ତମାଧିପତି ବଳହୀନ ଯୋଗୁ କର୍ମକ୍ଷେତ୍ରରେ ବିରୋଧୀ ପକ୍ଷ ଦୁର୍ବଳ ରହିବେ। ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଙ୍ଗଳ ଉଚ୍ଚାଂଶରେ ରହିଥିବାରୁ ଶାରୀରିକ ଅସୁସ୍ଥତା ଦୂରହେବ ଏବଂ ଆରୋଗ୍ୟଲାଭ କରିବେ। ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ନାହିଁ।
ବୃଷ
ବୃଷ
ଶନି ସ୍ବଗୃହ କର୍ମସ୍ଥାନରେ ରହିଥିବାରୁ କାର୍ଯ୍ୟଦକ୍ଷତାଜନିତ ସାମାଜିକସ୍ତରରେ ପ୍ରଶଂସିତ ହେବେ। ରବି ଅଷ୍ଟମସ୍ଥ ଯୋଗୁ ସାମାନ୍ୟ ବଚସା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କିନ୍ତୁ ସମାଧାନ ସକାଶେ ତ୍ୱରିତ୍‌ ପଦକ୍ଷେପ ନେଲେ ହଇରାଣ ହେବେ। ମୃଗଶିରା ନକ୍ଷତ୍ର କୌଣସି ବି ପରିସ୍ଥିତି ଜଟିଳ ହେବନାହିଁ।
ମିଥୁନ
ମିଥୁନ
ଧନାଧିପ କେତୁ ଯୁକ୍ତ ହୋଇ ଚତୁର୍ଥଭାବସ୍ଥ ହେତୁ ଧନହାନିଜନିତ ମନସ୍ତାପ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ଅତୁଟ ରହିବା ସହ କର୍ମ ପ୍ରେରଣା ବୃଦ୍ଧି ପାଇବ। ନିଜର ଫାଇଦା ହାସଲ ପାଇଁ ପଡ଼ୋଶୀ ଫନ୍ଦିଫିକର କରିବା ଲାଗି ମନ ବଳାଇବେ।
କର୍କଟ
କର୍କଟ
ଶୁକ୍ରଯୁକ୍ତ ବୁଧ ପ୍ରଭାବରେ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଯାହା କରୁଛନ୍ତିୁ ଭାବି ଚିନ୍ତି କରନ୍ତୁ, ନତୁବା ଗୋଡାଣିଆମାନେ ଗୋଡ଼ଟାଣି ଅପଦସ୍ଥ କରିବାର ମଉକା ଖୋଜିବେ। ଦୂରଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସମସ୍ୟା ଲାଗିରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟି ଗୁରୁଙ୍କ ଉପରେ ଥିବାରୁ ବିଭିନ୍ନ କାରଣରୁ ନିଜର ପରିବେଶ ଶାନ୍ତିପ୍ରଦ ହୋଇ ନ ପାରେ। ଘରଭଡ଼ାକୁ କେନ୍ଦ୍ରକରି ସମାନ୍ୟ ଝଗଡ଼ା ଆଶଙ୍କା ଦେଖାଦେବ। ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଏବଂ କାର୍ଯ୍ୟଦକ୍ଷତା ହେତୁକ ପ୍ରଶଂସା ପାଇପାରନ୍ତି।
କନ୍ୟା
କେନ୍ଦ୍ରସ୍ଥ ରାହୁ ଯୋଗୁ ସୁବିଧା ସୁଯୋଗ ହାସଲ କରି କାମ କରିବା ପାଇଁ ବ୍ୟସ୍ତ ହୋଇପଡ଼ିବେ। ବ୍ୟବସାୟ କ୍ଷେତ୍ରରେ ଠକାମିର ଶିକାର ହୋଇ ଅନୁଶୋଚନା କରିପାରନ୍ତି। ସାମାଜିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ପରୋକ୍ଷଶତ୍ରୁତା କାରଣରୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ।
ତୁଳା
ତୁଳା
ଦ୍ୱାଦଶରେ ଚନ୍ଦ୍ର ଓ କେତୁ ପ୍ରଭାବରୁ ବେହିସାବୀ ଖର୍ଚ୍ଚରୁ ମନସ୍ତାପ କରିବେ। ରୋଗପୀଡ଼ା ବୃଦ୍ଧି ପାଉଥିବାରୁ କୌଣସି କାମରେ ମନ ଲାଗିବନାହିଁ। ଆଜି ବାକ୍‌ସଂଯମ ନ କରିପାରିଲେ ସାଧାରଣ କଥାରେ ବିବାଦର ସମ୍ମୁଖୀନ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ବାହୁଛାୟାତଳେ ଆଶ୍ରୟନେବା ହେତୁ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ବିଛା
ବିଛା
ବୃହସ୍ପତି ଷଷ୍ଠସ୍ଥାନରେ ରହିଥିବାରୁ ଧନ ସନ୍ତାନଙ୍କ ସକାଶେ ମନସ୍ତାପ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବା ଯୋଗୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ବକେୟା ପାଇବାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳହ କିମ୍ବା ସମସ୍ୟା ଉପୁଜିପାରେ। ତଥାପି ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ରାଶିରେ ରବି ଓ ମଙ୍ଗଳଙ୍କ ସଂଯୋଗ ହେତୁ ଯେଉଁ କାମରେ ହାତ ଦେବେ ସେଥିରେ କୃତକାର୍ଯ୍ୟ ହେବେ। ବିବାଦୀୟ ପରିବେଶର ପରିଣାମ ବିଷୟରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ। ନିଜ ଚତୁଃପାର୍ଶ୍ୱସ୍ଥ ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ପାପଗ୍ରହମଧ୍ୟସ୍ଥ ଗୁରୁଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ।
ମକର
ମକର
ଆଜି ଅଷ୍ଟମଚନ୍ଦ୍ର ହେତୁ ପରିବାରରେ କଳହଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଠାତ୍‌ ପରିବାରରୁ କେହି ଅସୁସ୍ଥ ହେବା କାରଣରୁ ସାମୟିକ ଦୁଶ୍ଚିନ୍ତା ବଢ଼ିପାରେ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ, ଏଣୁ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରୁ ସାମାନ୍ୟ ବିଳମ୍ବରେ କାର୍ଯ୍ୟ ସାଧିତ ହେବ। ଅନ୍ଧକାର ମଧ୍ୟରେ ଆଶାର ଆଲୋକ ଦେଖିପାରିବେ। ପାରିବାରିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ସଭାସମିତି, କଳା, ସାହିତ୍ୟ, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ମାଙ୍ଗଳିକ କାର୍ଯ୍ୟ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମୀନମୀନ

ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ଶିକ୍ଷା, ସନ୍ତାନ, ଲେଖାପଢ଼ା ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସଫଳତା ପାଇବେ। ପରିବାର ଭିତରେ ଘଟିଯାଉଥିବା ଘଟଣାଗୁଡ଼ିକ ଅସାଧାରଣ ମନେହେବ। ଦିନଭରି ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଗୁରୁତ୍ୱପୂର୍ଣ୍ଣ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରି ବିଚଳିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri