Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ
ସପ୍ତମାଧିପତି ବଳହୀନ ଯୋଗୁ କର୍ମକ୍ଷେତ୍ରରେ ବିରୋଧୀ ପକ୍ଷ ଦୁର୍ବଳ ରହିବେ। ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଙ୍ଗଳ ଉଚ୍ଚାଂଶରେ ରହିଥିବାରୁ ଶାରୀରିକ ଅସୁସ୍ଥତା ଦୂରହେବ ଏବଂ ଆରୋଗ୍ୟଲାଭ କରିବେ। ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ନାହିଁ।
ବୃଷ
ବୃଷ
ଶନି ସ୍ବଗୃହ କର୍ମସ୍ଥାନରେ ରହିଥିବାରୁ କାର୍ଯ୍ୟଦକ୍ଷତାଜନିତ ସାମାଜିକସ୍ତରରେ ପ୍ରଶଂସିତ ହେବେ। ରବି ଅଷ୍ଟମସ୍ଥ ଯୋଗୁ ସାମାନ୍ୟ ବଚସା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କିନ୍ତୁ ସମାଧାନ ସକାଶେ ତ୍ୱରିତ୍‌ ପଦକ୍ଷେପ ନେଲେ ହଇରାଣ ହେବେ। ମୃଗଶିରା ନକ୍ଷତ୍ର କୌଣସି ବି ପରିସ୍ଥିତି ଜଟିଳ ହେବନାହିଁ।
ମିଥୁନ
ମିଥୁନ
ଧନାଧିପ କେତୁ ଯୁକ୍ତ ହୋଇ ଚତୁର୍ଥଭାବସ୍ଥ ହେତୁ ଧନହାନିଜନିତ ମନସ୍ତାପ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ଅତୁଟ ରହିବା ସହ କର୍ମ ପ୍ରେରଣା ବୃଦ୍ଧି ପାଇବ। ନିଜର ଫାଇଦା ହାସଲ ପାଇଁ ପଡ଼ୋଶୀ ଫନ୍ଦିଫିକର କରିବା ଲାଗି ମନ ବଳାଇବେ।
କର୍କଟ
କର୍କଟ
ଶୁକ୍ରଯୁକ୍ତ ବୁଧ ପ୍ରଭାବରେ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଯାହା କରୁଛନ୍ତିୁ ଭାବି ଚିନ୍ତି କରନ୍ତୁ, ନତୁବା ଗୋଡାଣିଆମାନେ ଗୋଡ଼ଟାଣି ଅପଦସ୍ଥ କରିବାର ମଉକା ଖୋଜିବେ। ଦୂରଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସମସ୍ୟା ଲାଗିରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟି ଗୁରୁଙ୍କ ଉପରେ ଥିବାରୁ ବିଭିନ୍ନ କାରଣରୁ ନିଜର ପରିବେଶ ଶାନ୍ତିପ୍ରଦ ହୋଇ ନ ପାରେ। ଘରଭଡ଼ାକୁ କେନ୍ଦ୍ରକରି ସମାନ୍ୟ ଝଗଡ଼ା ଆଶଙ୍କା ଦେଖାଦେବ। ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଶାରୀରିକ ଅବସ୍ଥାରେ ଉନ୍ନତି ଏବଂ କାର୍ଯ୍ୟଦକ୍ଷତା ହେତୁକ ପ୍ରଶଂସା ପାଇପାରନ୍ତି।
କନ୍ୟା
କେନ୍ଦ୍ରସ୍ଥ ରାହୁ ଯୋଗୁ ସୁବିଧା ସୁଯୋଗ ହାସଲ କରି କାମ କରିବା ପାଇଁ ବ୍ୟସ୍ତ ହୋଇପଡ଼ିବେ। ବ୍ୟବସାୟ କ୍ଷେତ୍ରରେ ଠକାମିର ଶିକାର ହୋଇ ଅନୁଶୋଚନା କରିପାରନ୍ତି। ସାମାଜିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ପରୋକ୍ଷଶତ୍ରୁତା କାରଣରୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ।
ତୁଳା
ତୁଳା
ଦ୍ୱାଦଶରେ ଚନ୍ଦ୍ର ଓ କେତୁ ପ୍ରଭାବରୁ ବେହିସାବୀ ଖର୍ଚ୍ଚରୁ ମନସ୍ତାପ କରିବେ। ରୋଗପୀଡ଼ା ବୃଦ୍ଧି ପାଉଥିବାରୁ କୌଣସି କାମରେ ମନ ଲାଗିବନାହିଁ। ଆଜି ବାକ୍‌ସଂଯମ ନ କରିପାରିଲେ ସାଧାରଣ କଥାରେ ବିବାଦର ସମ୍ମୁଖୀନ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ବାହୁଛାୟାତଳେ ଆଶ୍ରୟନେବା ହେତୁ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ବିଛା
ବିଛା
ବୃହସ୍ପତି ଷଷ୍ଠସ୍ଥାନରେ ରହିଥିବାରୁ ଧନ ସନ୍ତାନଙ୍କ ସକାଶେ ମନସ୍ତାପ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବା ଯୋଗୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ବକେୟା ପାଇବାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳହ କିମ୍ବା ସମସ୍ୟା ଉପୁଜିପାରେ। ତଥାପି ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ରାଶିରେ ରବି ଓ ମଙ୍ଗଳଙ୍କ ସଂଯୋଗ ହେତୁ ଯେଉଁ କାମରେ ହାତ ଦେବେ ସେଥିରେ କୃତକାର୍ଯ୍ୟ ହେବେ। ବିବାଦୀୟ ପରିବେଶର ପରିଣାମ ବିଷୟରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ। ନିଜ ଚତୁଃପାର୍ଶ୍ୱସ୍ଥ ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ପାପଗ୍ରହମଧ୍ୟସ୍ଥ ଗୁରୁଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ।
ମକର
ମକର
ଆଜି ଅଷ୍ଟମଚନ୍ଦ୍ର ହେତୁ ପରିବାରରେ କଳହଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଠାତ୍‌ ପରିବାରରୁ କେହି ଅସୁସ୍ଥ ହେବା କାରଣରୁ ସାମୟିକ ଦୁଶ୍ଚିନ୍ତା ବଢ଼ିପାରେ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ, ଏଣୁ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରୁ ସାମାନ୍ୟ ବିଳମ୍ବରେ କାର୍ଯ୍ୟ ସାଧିତ ହେବ। ଅନ୍ଧକାର ମଧ୍ୟରେ ଆଶାର ଆଲୋକ ଦେଖିପାରିବେ। ପାରିବାରିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ସଭାସମିତି, କଳା, ସାହିତ୍ୟ, ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ମାଙ୍ଗଳିକ କାର୍ଯ୍ୟ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମୀନମୀନ

ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ଶିକ୍ଷା, ସନ୍ତାନ, ଲେଖାପଢ଼ା ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସଫଳତା ପାଇବେ। ପରିବାର ଭିତରେ ଘଟିଯାଉଥିବା ଘଟଣାଗୁଡ଼ିକ ଅସାଧାରଣ ମନେହେବ। ଦିନଭରି ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଗୁରୁତ୍ୱପୂର୍ଣ୍ଣ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରି ବିଚଳିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri