୧୦୫ବର୍ଷ ପୂର୍ବେ ପାଣି ନୁହେଁ ହୋଇଥିଲା ‘ଗୁଡ’ର ଭୟଙ୍କର ସୁନାମି, ଚାଲିଯାଇଥିଲା ୨୧ଜଣଙ୍କ ଜୀବନ

ବୋଷ୍ଟନ,୨।୧: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ ବରଂ ଏପରି ଘଟଣା ଯାହା ଲୋକଙ୍କୁ ଅସ୍ବାଭାବିକ ଭାବେ ଭାବିବାକୁ ବାଧ୍ୟ କରିଦେଇଛି। ସୁନାମି ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ। ସାରା ବିଶ୍ୱରେ ସୁନାମି ନେଇ ବିଭିନ୍ନ ଘଟଣାବଳୀ ଦେଖାଯାଏ। ଜନଜୀବନ କ୍ଷୟକ୍ଷତି ସହ ସାରା ଅଞ୍ଚଳରେ ସୁନାମି ତାଣ୍ଡବ ରଚିଥାଏ। ନିକଟରେ ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ବିଷୟରେ ଶୁଣିଥିବେ। ଭୂକମ୍ପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠି ସୁନାମିର ରୂପ ନେଇଛି।

ତେବେ ଏହା ତ ଗଲା ପ୍ରାକୃତିକ ବିପର୍ଯ୍ୟୟ କଥା। କେବେ କୃତିମ ସୁନାମି ବା ଗୁଡ ସୁନାମି ବିଷୟରେ ଜାଣିଛନ୍ତି କି? ଶୁଣି ତାଜୁବ ହେଉଥିବେ। କିନ୍ତୁ ଏପରି ସୁନାମି ହୋଇଛି। ହଁ ଆମେ ଆପଣଙ୍କୁ ଖାଦ୍ୟରେ ବ୍ୟବହାର ହେଉଥିବା ଗୁଡ କଥା କହୁଛୁ। ଅତୀତରେ ଗୁଡରେ ସୁନାମି ହୋଇ ୨୧ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।

ଏହି ଅଜବ ଘଟଣା ‘ଗ୍ରେଟ ବୋଷ୍ଟନ ମୋଲାସେସ ବନ୍ୟା’ ବା ‘ମୋଲାସେସ ବନ୍ୟା’ ଭାବରେ ଜଣାଶୁଣା। ଏହି ଘଟଣା ପ୍ରାୟ ୧୦୫ ବର୍ଷ ପୂର୍ବେ, ଅର୍ଥାତ୍‌ ୧୯୧୯ ଜାନୁଆରୀ ୧୫ରେ ଘଟିଥିଲା। ଘଟଣା ଏହା କି, ୧୩ହଜାର ମେଟ୍ରିକ ଟନ୍‌ରୁ ଅଧିକ ଓଜନ ବିଶିଷ୍ଟ ଏକ ଟ୍ୟାଙ୍କ ପ୍ରାୟ ୨.୩ ନିୟୁତ ଗ୍ୟାଲନ ହଠାତ ଫାଟିଯାଇଥିଲା। ଯାହା ପରେ ବୋଷ୍ଟନ ରାସ୍ତାରେ ଏହା ଭୟଙ୍କର ସୁନାମି ରୂପ ଧାରଣ କରିଥିଲା। ସମୁଦ୍ରରେ ଆସୁଥିବା ସୁନାମି ପରି ଏହା ପ୍ରାୟ ୪୦ଫୁଟ ଉଚ୍ଚ ଜୁଆର ବୋଷ୍ଟନ ସଡକରେ ହାହାକାର ରଚିଥିଲା। କେବଳ ଏତିକି ନୁହେଁ, ଘଣ୍ଟା ପ୍ରତି ପ୍ରାୟ ୩୫ ମାଇଲ ବେଗରେ ରାସ୍ତାରେ ଜୁଆର ଖେଳିଥିଲା।

ରିପୋର୍ଟ ଅନୁଯାୟୀ, ଗୁଡର ସୁନାମି ଏତେ ତୀବ୍ର ଥିଲା ଯେ ଏହାର ଆଖପାଖ ଅଟ୍ଟାଳିକାଗୁଡ଼ିକ ସହ ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଏଥିରେ ଶିକାର ହୋଇଥିଲେ। ବୋଷ୍ଟନ ସଡକରେ ପ୍ରାୟ ୮୦୦ ମିଟର ପର୍ଯ୍ୟନ୍ତ ଏହା ବ୍ୟାପି ଯାଇଥିଲା। ଏପରି ଭୟଙ୍କର ଓ ଅକସ୍ମାତ ଘଟଣାରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ।

ସୂଚନା ଅନୁଯାୟୀ, ଆମେରିକାର ଇଣ୍ଡଷ୍ଟ୍ରିଆଲ ଆଲକୋହଲ କମ୍ପାନୀର ମାଲିକାନାରେ ଥିବା କାରିବିଆନ ଅଞ୍ଚଳରୁ ବୋଷ୍ଟନ ବନ୍ଦରକୁ ଏହି ଗୁଡ ଅଣାଯାଇଥିଲା। ଏହାପରେ ଜାହାଜରୁ ଟ୍ୟାଙ୍କକୁ ଗୁଡ ଭର୍ତ୍ତି କରିବାବେଳେ ଟ୍ୟାଙ୍କଟି ପୁରି ଯାଇ ଫାଟି ଯାଇଥିଲା।। ଏହି ଦୁର୍ଘଟଣାରେ ଗୁଡ ତଳେ ପୋତି ହୋଇ ମୃତକଙ୍କୁ ଉଦ୍ଧାର କରିବାକୁ ଅନେକ ସପ୍ତାହ ଲାଗି ଯାଇଥିଲା। ଏହି ଘଟଣାରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ୬,୨୮,୦୦୦ ଡଲାର ଅର୍ଥାତ ପ୍ରାୟ ୫ କୋଟି ୨୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?