Posted inRasifala

ରାଶିଫଳ: ସୋମବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ
ଆଜି ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ମନର ଦୁଃଖକୁ ଲାଘବ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ କେତେକ ଭୁଲ୍‌ରୁ କିମ୍ବା ଭାବପ୍ରବଣତାରୁ କାମ ବିଶୃଙ୍ଖଳିତ ହେବ। ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ଦୁଶ୍ଚିନ୍ତାର କାରଣ ହୋଇପାରେ।
ବୃଷ
ବୃଷ
ବନ୍ଧୁଙ୍କୁ ଦେଇଥିବା ଅର୍ଥପ୍ରାପ୍ତିରେ ବିଳମ୍ବ କଳହର କାରଣ ପାଲଟି ଯାଇପାରେ। ପାରିବାରିକ ଅଶାନ୍ତିରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ସାଂସ୍କୃତିକ କାର୍ଯ୍ୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ରାଜନୈତିକ କ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ତପତ୍ରତା ଲାଗିରହିପାରେ।
ମିଥୁନ
ମିଥୁନ
ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ବିଳମ୍ବରେ ସଫଳତା ପାଇବେ। ପିଲାଙ୍କ ସମସ୍ୟାକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ମକଦ୍ଦମାରେ ସ୍ଥିତି ଅନୁକୂଳ ହେବାରୁ ଆଶ୍ୱସ୍ତି ଲାଭ କରିବେ।
କର୍କଟ
କର୍କଟ
ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବେ। ହିତୈଷୀଙ୍କ ସୁନଜରରେ ଆସି ସ୍ଥଗିତ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି। ନିଜର ବିଚକ୍ଷଣତା ପ୍ରଭାବରେ ଆଲୋଚନା ପରିସରରେ କିମ୍ବା ସଭାସମିତିରେ ସମ୍ମାନିତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଭୁଲ୍‌ ବୁଝାମଣାରୁ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଦୂରେଇ ରହିବେ। ଆତ୍ମୀୟସ୍ବଜନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ଆଇନ ଅଦାଲତରୁ ସୁଫଳ ପାଇବେ।
ତୁଳା
ତୁଳା
ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମଗୁଡିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ଅତୀତ ଘଟଣାକୁ ମନରେ ସ୍ଥାନ ଦେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ଭାବନା ବଢ଼ିବ। ଅଧସ୍ତନ କର୍ମଚାରୀଙ୍କ ମନମୁଖିଆ ଚିନ୍ତାଧାରା ନୂତନ ସମସ୍ୟା ସୃଷ୍ଟି କରିପାରେ। ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ। ରଚନାତ୍ମକ କାର୍ଯ୍ୟ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତିରେ ସଫଳତା ପାଇବେ।
ଧନୁ
ଧନୁ
ପାରିବାରିକ ଜଞ୍ଜାଳ ବୃଦ୍ଧି ମାନସିକ ସନ୍ତୁଳନ ନଷ୍ଟକରିବାରେ ସହାୟକ ହୋଇପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ। ଯାତ୍ରା ସମୟରେ କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ନୂତନ ଧାତୁ, ଅଳଙ୍କାର, ବସ୍ତ୍ରଭୂଷଣାଦି ଲାଭ କରିବାର ସୁଯୋଗ ପାଇବେ।
ମକର
ମକର
ସମସ୍ୟା ମଧ୍ୟରେ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ କିନ୍ତୁ କାମ ଅଟକିବ ନାହିଁ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟିର ସମ୍ଭାବନା ରହିଛି। ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଲକ୍ଷ୍ୟ କରାଯାଇପାରେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବ।
କୁମ୍ଭ
କୁମ୍ଭ
ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ କାମ କରିଚାଲନ୍ତୁ ଅବଶ୍ୟ ସଫଳତା ପାଇବେ। କିନ୍ତୁ ସରକାରୀ କାମରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଜାଣିଶୁଣି ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି ଯାହାକି ଉଦ୍‌ବେଗର କାରଣ ହୋଇପାରେ। ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ରହିବେ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପାରିବାରିକ କ୍ଷେତ୍ର ଭୋଗ ବିଳାସ ଓ ହସ ଖୁସିରେ ଅତିବାହିତ ହେବ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। ଅଯଥା ଗୁଡାଏ କାଳ୍ପନିକ ବିଷୟବସ୍ତୁକୁ ନେଇ ମନକୁ ଭାରାକ୍ରାନ୍ତ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପାରିବାରିକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଅନୁରୋଧବଶତଃ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ଆଜି ବନ୍ଧୁବାନ୍ଧବ,ସହକର୍ମୀ,ଧାରକରଜ,ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କା। ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ…

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଗୁରୁଜନଙ୍କ…

ରାଶିଫଳ: ରବିବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ହେଉ କିମ୍ବା ପାରିବାରିକ କ୍ଷେତ୍ର ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri