ମେଷ

ଆଜି ପାରିବାରିକ ସୌଖ୍ୟ, ଅର୍ଥଲାଭ, କାର୍ଯ୍ୟସିଦ୍ଧି ସାଙ୍ଗକୁ ବନ୍ଧୁଙ୍କ ସହାନୁଭୂତି ଲାଭ କରିବେ। ବହୁ ପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବା ପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି ଖର୍ଚ୍ଚ କରିବାକୁ ପଡ଼ିବ। ବନ୍ଧୁମାନଙ୍କ ସଙ୍ଗଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଇ ସଫଳତା ପାଇବେ।
ବୃଷ

ପାରିବାରିକ ଅସ୍ଥିରତା ସାଙ୍ଗକୁ କର୍ମକ୍ଷେତ୍ର ସମସ୍ୟା ବହୁଳ ରହିବ। ବନ୍ଧୁଙ୍କ ସହାୟତାରେ ନୂତନ ନିଯୁକ୍ତି, ଦୂରଯାତ୍ରା ଓ ଅର୍ଥଲାଭ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ପରିବାରର କେତେକ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରବେ। କର୍ମକ୍ଷେତ୍ରରେ ଛୋଟ କଥାରୁ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ।
ମିଥୁନ

ଆଜିର ଗ୍ରହସ୍ଥିତି କର୍ମକ୍ଷେତ୍ରକୁ ସମସ୍ୟାମୁକ୍ତ କରାଇବ। ବନ୍ଧୁମିଳନରୁ ମନ ଖୁସି ରଖିବ। କିନ୍ତୁ ନିଜର ଆମତ୍ୀୟ ସ୍ବଜନଙ୍କ ସହ ଭୁଲ୍ ବୁଝାମଣାରୁ କଳହ ସୃଷ୍ଟି ହୋଇପାରେ। ସକାଳୁ ଶୁଭଖବର ଶୁଣି ମନକୁ ଉଲ୍ଲସିତ କରିପାରେ। ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି ା
କର୍କଟ

ସମସ୍ତ ସୁବିଧା ଥିଲେ ମଧ୍ୟ ସାଧାରଣ ସମସ୍ୟା ମଧ୍ୟ ଦେଇ ଲକ୍ଷ୍ୟ ସାଧନ କରିବ। ପରିବାର ସକାଶେ ବ୍ୟୟବହୁଳ ଖର୍ଚ୍ଚ ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ। ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିପାରନ୍ତି। ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବା ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ସି˚ହ

ପଡ଼ୋଶୀଙ୍କ ସୌଜନ୍ୟତା ଆପଣଙ୍କୁ କାର୍ଯ୍ୟ ହାସଲରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବା ସହ ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭର ନକରି ନିଜେ କିଛି କରିବା ଭଲ।
କନ୍ୟା

ଦିନଟି ଭଲରେ କଟିବ, ଯେମିତି ଆଶା କରୁଛନ୍ତି ସେଥିରେ ନିରାଶ ହେବେ ନାହିଁ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଶିଳ୍ପ, ଉଦ୍ୟୋଗ, ପ୍ରକଳ୍ପ, ରପତ୍ାନି ବାଣିଜ୍ୟ, ପରିବହନ ଓ ନୂତନ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବନ୍ଧୁଙ୍କ କଥା ଓ କାମକୁ ପ୍ରାଧାନ୍ୟ ଦେଇ ଘର କାମକୁ ଅବହେଳା କରିପାରନ୍ତି।
ତୁଳା

ଦେହ ଭଲ ରହିବା ସାଙ୍ଗକୁ ଆଶା କରୁଥିବା ଜିନିଷ ପାଇ ଖୁସି ହେବେ। ବେଳେବେଳେ ଠିକ୍ କଥା ହେଲେ ମଧ୍ୟ ସ୍ଥାନ, କାଳ, ପାତ୍ରାନୁସାରେ ନ କହିଲେ ସମସ୍ୟା ଆସିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଅକାରଣ ଜିଦ୍ ମନକୁ ବିଭ୍ରାନ୍ତ କରିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି।
ବିଛା

କୌଣସି ନୂତନ ବନ୍ଧୁତ୍ୱ କର୍ମକ୍ଷେତ୍ର ପାଇଁ ଅନୁକୂଳ ବାତାବରଣରେ ସହାୟକ ହେବ। କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନ କଲେ ଠକାମିରେ ପଡ଼ିଯିବା ଆଶଙ୍କାକୁ ଏଡ଼ି ହେବନାହିଁ। ବୃଥା ସନ୍ଦେହଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ଯୋଗୁ ମନରୁ ସରସତା କମିଯିବ।
ଧନୁ

ଅଧିକାଂଶ କ୍ଷେତ୍ରରେ ଏବଂ ସମୟରେ ନକାରାମତ୍କ ଚିନ୍ତାଧାରା କାମକୁ ବିଳମ୍ବିତ କରାଇବ। ଆଗପଛ ବିଚାର ନକରି କୌଣସି କାମରେ ହାତଦେବା ଠିକ୍ ହେବନାହିଁ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭଜନିତ ଆନନ୍ଦ ଅନୁଭବ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ଟେନସନ୍ କିିଛି ମାତ୍ରାରେ କମିଯିବ।
ମକର

ଆଜି କୌଣସି କାମ ନ ଅଟକିଲେ ମଧ୍ୟ କାମ ହାସଲର ଦୀର୍ଘତା ମନକୁ ଭାରାକ୍ରାନ୍ତ କରିବ। ଏହା ସାଙ୍ଗକୁ ସଦା ସର୍ବଦା ରୋଗ, ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ। ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ହେବ ନାହିଁ। ବିବାଦୀୟ ଘଟଣାରେ ବିଜୟୀ ହେବେ ।
କୁମ୍ଭ

ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ ା ସାମ୍ବାଦିକତା, ପ୍ରକାଶନ, ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ ପରିସ୍ଥିତିରେ ମନଭୁଲାଣିଆ କଥା କହି ପରିବେଶକୁ ସ୍ବାଭାବିକ କରିପାରିବେ ା ପ୍ରତ୍ୟେକ କ୍ଷେତ୍ରରେ ମିତ୍ରମାନେ ସହଯୋଗର ହାତ ବଢ଼ାଇପାରନ୍ତି।
ମୀନ
ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ ଏବଂ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ। ପୂର୍ବକଳ୍ପିତ ନୂତନ ଭାବରେ କୌଣସି କାମ, ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ। ପାରିବାରିକ ଜୀବନରେ ଭୁଲ୍ ବୁଝାମଣା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପ୍ରବାସୀ ବନ୍ଧୁଙ୍କ ଆଗମନ ସଫଳ ହେବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.