Posted inRasifala

ରାଶିଫଳ: ସୋମବାର, ଜୁନ୍ ୨ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ବୁଝାମଣା ହେତୁ ପାରିବାରିକ ଜୀବନରେ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ଯୋଗୁ ଅନ୍ତରଙ୍ଗ ବନ୍ଧୁଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି।
ବୃଷ
ବୃଷ
ରାହୁଙ୍କ ପ୍ରଭାବରେ ସମସ୍ୟା ଲାଗିରହିବା ଯୋଗୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା, କ୍ରନିକ୍‌ ରୋଗପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଶନି ଥିବାରୁ ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ କରାଇବ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଭୁଲ୍‌ ବୁଝାମଣାରୁ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତାର ଅଭାବ ଓ ଯାତ୍ରାରେ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ଶୁକ୍ରଙ୍କ ପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସଭାସମିତିରେ କାହା କଥା କାହା ସହ ନମିଶିବା ଫଳରେ ଆଲୋଚନା ଅମୀମାଂସିତ ରହିବ। ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ତୃତୀୟଭାବ ଶୁକ୍ରଙ୍କ ଦୃଷ୍ଟିରେ ଥିବାରୁ ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ଲାଭ କରିବେ। ସଭାସମିତିରେ ଅପ୍ରିୟସତ୍ୟ କହି ବିବାଦ ଘେରରେ ପଡିପାରନ୍ତି। ଧାର୍ମିକ ଅନୁଷ୍ଠାନ କିମ୍ବା ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବାରମ୍ବାର ପ୍ରତିବନ୍ଧକ ହେତୁ ବ୍ୟବସାୟ, ଗମନାଗମନରେ ସମସ୍ୟାଗ୍ରସ୍ତ ହେବେ।
କନ୍ୟା
ରାଶିକୁ ଶନି ଦୃଷ୍ଟିଜନିତ ଲକ୍ଷ୍ୟ ପୂରଣ ଦିଗରେ ସହକର୍ମୀଙ୍କ ଅସହଯୋଗଜନିତ ଦୁଃଖ କରିପାରନ୍ତି। ଅର୍ଥ ଦେବା ନେବାକୁ କେନ୍ଦ୍ରକରି ବନ୍ଧୁଙ୍କ ମଧ୍ୟରେ ଝଗଡା ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହରେ ଆଶାନୁରୂପ ଫଳ ପାଇବେ। ପରିବାର ଖର୍ଚ୍ଚ ବୃଦ୍ଧିପାଇବାରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ତୁଳା
ବୃହସ୍ପତିଙ୍କ ପ୍ରଭାବରେ ନୂତନ ବନ୍ଧୁ ସମ୍ପର୍କ ଓ କର୍ମକ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟଧାରା ଅକ୍ଷୁଣ୍ଣ ରହିବ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପ୍ରଶାସନିକ ସ୍ତରରେ ସହକର୍ମୀଙ୍କ ଅନୁପସ୍ଥିତିରୁ କର୍ମପ୍ରବାହ ବିଳମ୍ବିତ ହେବ। ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତ ହୋଇପାରନ୍ତି।
ବିଛା
ବିଛା
ରାଶିପ୍ରତି ବୁଧାଦିତ୍ୟ ଦୃଷ୍ଟିରୁ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଆଜି ତାହା ପାଇପାରନ୍ତି। ଆଜି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ନିଜେ ରହିବା ପରିସରରେ ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନସନ୍‌ ବଢିପାରେ ା
ଧନୁ
ଧନୁ
ଗୁରୁକୃପାରୁ ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାକୁ ମନ ବଳାଇବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପ୍ରିୟଜନଙ୍କ ଗହଣରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆଲୋଚନାରେ ଅପ୍ରିୟ ସତ୍ୟ କହିବା କାରଣରୁ ଆତ୍ମୀୟମାନେ ପାଖ ମାଡିବେ ନାହିଁ।
ମକର
ମକର
ନୀଚ୍ଚାରୋହୀ ଶନିଙ୍କ ଯୋଗୁ ଦୈହିକ ଅସୁସ୍ଥତା ମାନସିକ ସୁସ୍ଥତାକୁ କ୍ଷୁଣ୍ଣ ହୋଇପାରେ। ଏହା ସାଙ୍ଗକୁ ପ୍ରିୟଜନଙ୍କ ଅନୁପସ୍ଥିତି ମଧ୍ୟ ମନରେ ଗଭୀର ଦୁଃଖ ଦେଇପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମପାଇଁ ଆଗଭର ହେବେ। ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ଋଣ ପରିଶୋଧ କରିବାରେ ପଛେଇଯିବାକୁ ପଡିବ।
କୁମ୍ଭ
କୁମ୍ଭ
ସପ୍ତମସ୍ଥ ଚନ୍ଦ୍ର ଓ କେତୁଜନିତ ଆଜିର ଯାତ୍ରାରେ ଅସୁବିଧାର ସମ୍ମୁଖୀନ ହେବେ। ପରିବାରରେ ଛୋଟ କଥାକୁ ଧରିଲେ ଅଶାନ୍ତି ବଢିଚାଲିବା ବ୍ୟତୀତ ଲାଭ କିଛି ହେବନି। ଯାତ୍ରାରେ ଜିନିଷପତ୍ର ଅଦଳବଦଳ ହୋଇଯିବାର ସୂଚନା ରହିଛି। ଆକସ୍ମିକ ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ମୀନମୀନ

କେନ୍ଦ୍ରସ୍ଥ ବୃହସ୍ପତି ହେତୁ ଘରର ଅଶାନ୍ତ ପରିବେଶ ଶାନ୍ତ ପଡିବାର ଆଶା କରାଯାଇପାରେ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ରହିଥିବା ଅର୍ଥ ଆଦାୟ ସକାଶେ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି। ବାଣିଜ୍ୟ ଏବଂ ବ୍ୟବସାୟରେ ଆଶାଜନକ ସୁଫଳ ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri