Posted inRasifala

ରାଶିଫଳ: ରବିବାର, ଜୁନ୍‌ ୨ ତାରିଖ – Daily Horoscope

ମେଷ
ଆଜି କୃଷ୍ଣପକ୍ଷର ଦ୍ୱାଦଶ ଚନ୍ଦ୍ର, କଲ୍ୟାଣଚନ୍ଦ୍ର ଯୋଗୁ ଅସଜଡ଼ା ପରିସ୍ଥିତିକୁ ସଜାଡ଼ିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ନିକଟସ୍ଥ ବ୍ୟକ୍ତିବିଶେଷଙ୍କ କଟାକ୍ଷ ମନକୁ ବେଶି ବାଧିବ। ପିଲାଙ୍କ ଅସୁସ୍ଥତା ଆପଣଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବ। ଜମିଜମା କାରବାର ସମ୍ପର୍କୀୟ କଥାବାର୍ତ୍ତା ଠପ୍‌ ହୋଇଯିବାର ଆଶଙ୍କା ରହିଛି।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ର ରୋହିଣୀ ନକ୍ଷତ୍ରସ୍ଥ ଯୋଗୁ ସଂଯମତା ହିତୈଷୀଙ୍କ ପ୍ରରୋଚନାରେ ଧର୍ମକାର୍ଯ୍ୟ ପ୍ରତି ମନ ବଳିପାରେ। ନାଚ, ଗୀତ, ସିନେମା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବେ। ଅନ୍ୟମନସ୍କ ରହିବା ଯୋଗୁ କେତେକ ବ୍ୟତିକ୍ରମ ଦେଖାଦେବ।
ମିଥୁନ
ମିଥୁନ
କର୍ମାଧିପଙ୍କ ସହ ରାଶ୍ୟାଧିପ ଥିବାରୁ ପଦସ୍ଥ ବ୍ୟକ୍ତି ଆପଣଙ୍କ କଥାରେ ସହମତି ପ୍ରକାଶ କରିପାରନ୍ତି। ଆରଦ୍ରା ନକ୍ଷତ୍ର ଚେଷ୍ଟା କରୁଥିବା କାମ ଅସମ୍ପୂର୍ଣ୍ଣ ରହିଯିବାରୁ ମନ ବିଷେଇଯିବ। ଆଜିର ଯାତ୍ରାରେ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇବେ। ବାଣିଜ୍ୟ ତଥା ବ୍ୟବସାୟିକ ସ୍ଥିତି ବିଶେଷ ଭଲ ନହେଲେ ମଧ୍ୟ ମନ୍ଦ ହେବନାହିଁ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ରାହୁଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ବିକ୍ଷିପ୍ତ ଚିନ୍ତାଧାରା ସମ୍ପନ୍ନ ହୋଇପାରନ୍ତି। ଆର୍ଥିକ ଦିଗରୁ ପୂର୍ଣ୍ଣ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି, ବାସ୍ତବରେ ଅଶ୍ଳେଷାା ନକ୍ଷତ୍ର ସକାଶେ ସେପରି କିଛି ହେବନି। ଶିଳ୍ପ, ବ୍ୟବସାୟ, ନିର୍ମାଣ, ଯାତ୍ରା ପ୍ରଭୃତିରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଆଜି ରବି ମିତ୍ର ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ହେତୁ ସକଳ ଉଦ୍ୟମକୁ ସାକାର କରିବେ। ବଡ଼ଲୋକଙ୍କ ସହ ମିଶିବେ ଏବଂ ସରକାରୀ ସ୍ତରରେ କାମ ସହଜ ଓ ସୁବିଧାରେ ହୋଇପାରିବ। ଅର୍ଥଲାଭ, ବ୍ୟବସାୟ ତଥା ପରିବହନରେ ଲାଭବାନ ହେବେ। କର୍ମକ୍ଷେତ୍ରରେ କେତେକ ଛୋଟ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
କନ୍ୟା
ଷଷ୍ଠ ଭାବସ୍ଥ ଶନି ଆପଣଙ୍କ ସାଙ୍ଗସାଥୀ, ଭାଇ, ବନ୍ଧୁ ତଥା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହେବେ। ଜମିବାଡ଼ିକୁ ନେଇ କଳହ ଲାଗିପାରେ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଶିଳ୍ପ, ବ୍ୟବସାୟ ତଥା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ତୁଳା
ତୁଳା
ରାଶି ପ୍ରତି ଧନ ସପ୍ତମାଧିପତିଙ୍କ ଦୃଷ୍ଟି ଯାତ୍ରା, ବ୍ୟବସାୟ ପାଇଁ ଶୁଭପ୍ରଦ ହେବ। ପାରିପାର୍ଶ୍ୱିକ ପରିସ୍ଥିତିର ପ୍ରତିକୂଳତା ମଧ୍ୟରେ ଚଳିଲେ ମଧ୍ୟ ପାରିବାରିକ ସମର୍ଥନ କର୍ମକୁ ତ୍ୱରାନ୍ବିତ କରିବ। ଆଜି ବନ୍ଧୁଙ୍କ ଜରିଆରେ ଅର୍ଥ, ଜମିଜମା ଲାଭର ସୂଚନା ମିଳିପାରିବ। ସକାଳୁ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ।
ବିଛା
ବିଛା
ମଙ୍ଗଳ ସ୍ବଗୃହରେ ରହି ରାଶିକୁ ଦେଖୁଥିବାରୁ ସଙ୍କଟ ଦୂର କରିବା ସହ ଅଭିଳାଷ ପୂରଣରେ ସାହାଯ୍ୟ କରିବେ। ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡ଼ିବ ଓ ସେଥିରେ ସଫଳତା ଅବଶ୍ୟ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଦେବଗୁରୁ ରବିଙ୍କ ସହ ଦୁଃସ୍ଥାନରେ ଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବାରେ ଅସମର୍ଥ ହେବେ। ନିଜ ଲୋକ ଦାଉ ସାଧିବାରୁ କିଛି କହି ପାରିବେନି କିମ୍ବା ସହିପାରିବେନି। ପାରିବାରିକ ଜୀବନ ଗତାନୁଗତିକ ରୀତିରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ର୍ର, ପରୀକ୍ଷା, ଲେଖାପଢ଼ା ଦିଗ ପ୍ରାୟତଃ ମନ୍ଦ ହେବନାହିଁ।
ମକର
ମକର
ଭାଗ୍ୟାଧିପ ବୁଧ ଯୋଗକାରକ ହୋଇଥିବାରୁ ଅଭିଳଷିତ କାମ ତ୍ୱରାନ୍ବିତ କରିବା ସକାଶେ ଅନ୍ୟମାନଙ୍କୁ ମନେଇବାରେ ସମର୍ଥ ହେବେ। ନିଜ ଲୋକଙ୍କ ଉପରୁ ବିଶ୍ୱାସ ତୁଟିଯିବ ଓ ସେମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ପ୍ରଭାବରେ ନୂଆ ଯୋଜନାକୁ ଗୁରୁତ୍ୱ ଦେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ପାରିବାରିକ କ୍ଷେତ୍ରରେ କିଛି ଊଣା ହେବନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ ଘରୋଇ କାମକୁ ପାସୋରି ଦେଇପାରନ୍ତି।
ମୀନମୀନ

ରାଶିରେ ଚନ୍ଦ୍ର ହେତୁ ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବ। ପାରିବାରିକ କ୍ଷେତ୍ରରେ ଭିତରେ ଭିତରେ କୁହୁଳୁଥିବା ସମସ୍ୟାର ସରଳ ସମାଧାନ ପାଇଁ ରାସ୍ତା ଖୋଲିଯିବ। ସରକାରୀ ସ୍ତରରୁ ଆଶା କରି ରହିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସଙ୍ଗଠନ, ରାଜନୀତିରେ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri