Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୨ ତାରିଖ – Daily Horoscope

ମେଷ
ଆଜିର ଅଷ୍ଟମ ଚନ୍ଦ୍ର ପାପଯୁକ୍ତ ମଙ୍ଗଳ ସହ ଥିବାରୁ ଦୈହିକ ଓ ମାନସିକ ବ୍ୟସ୍ତତାକୁ ବୃଦ୍ଧି କରିବେ। ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲଭିବେ। ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭ କରିବା ସହ ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଉପଭୋଗ୍ୟ। ରୋହିଣୀ ନକ୍ଷତ୍ର ବନ୍ଧୁଙ୍କ ସହାନୁଭୂତି ସହିତ ବୈଷୟିକ ସୁଖ, ସମୃଦ୍ଧି ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍‌ ହେବେ। ସ୍ଥଗିତ କାମ ତ୍ୱରାନ୍ବିତ କରି ଆନନ୍ଦ ଅନୁଭବ କରିବେ। ପିଲାଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମିଥୁନ
ମିଥୁନ
ରବି ଓ ଶୁକ୍ରଙ୍କ ରାଶି ପ୍ରତି ଦୃଷ୍ଟି ପ୍ରଭାବରୁ ପ୍ରିୟଜନଙ୍କ ସାହଚର୍ଯ୍ୟ ଲାଭ କରି ଅଭିଳଷିତ କାମ ପୂର୍ଣ୍ଣାଙ୍ଗ କରିବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବା ସହ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରିନେବେ। ନିଜେ ରହୁଥିବା ପରିବେଶରେ କୌଣସି ବୟସ୍କଙ୍କ ଅନୁଗ୍ରହ ସମସ୍ୟା ସମାଧାନରେ ସହାୟକ ହେବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଖଟଣି ବଢ଼ିଯିବା ସହ ନିଜ ଲୋକଙ୍କ ବେଖାତିର କଥା ଓ ଅନାଦର ବ୍ୟଥିତ କରିପାରେ। ପୁଷ୍ୟା ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତିର ଭରଣା କରିପାରିବେ। ସଭାସମିତିରେ ସମଧର୍ମୀଙ୍କ ଦ୍ୱାରା ସମ୍ମାନିତ ହେବାର ସୂଚନା ରହିଛି। ପ୍ରଶାସନ, କର୍ମକ୍ଷେତ୍ର ସାଙ୍ଗକୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ଟେନ୍‌ସନ୍‌ କିଛି ମାତ୍ରାରେ ଲାଗିରହିବ।
ସି˚ହ
ସି˚ହ
ମଘା ନକ୍ଷତ୍ରର ସାଧାରଣ କଥାକୁ ନେଇ ଝଗଡ଼ାର ଆଶଙ୍କା ଦେଖାଦେବ। ବିବାଦ, ପ୍ରତିଦ୍ୱନ୍ଦ୍ୱ୍‌ିତା, ଅନାବଶ୍ୟକ ବାର୍ତ୍ତାଳାପରୁ ଦୂରେଇ ରହିବା ଭଲ। ଦୂରଯାତ୍ରା, କର୍ମାରମ୍ଭ, ଲୋକସମ୍ପର୍କ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଅଫିସିଆଲି ଫାଇଲ୍‌ ସମ୍ପର୍କୀୟ କାମକୁ ନେଇ ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ।
କନ୍ୟା
ଆଜି ଧନ ଓ ବ୍ୟୟାଧିପ ଏକତ୍ର ହେତୁ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା ଚେଷ୍ଟା କରୁଥିବା କାମ ଅଟକି ରହିବ ନାହିଁ। ଆତ୍ମୀୟଙ୍କ ବିରୋଧ ବଢ଼ିବା କାରଣରୁ ବିରକ୍ତି ଅନୁଭବ କରିପାରନ୍ତି। ପରିବାରରେ ଉତ୍ତମ ବୁଝାମଣା, ବୟସ୍କଙ୍କ ସହୃଦୟତା ଦିନଟିକୁ ଉପଭୋଗ୍ୟ କରାଇବ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ପରିବହନ ସମ୍ପର୍କରେ ଅସ୍ଥିରତା ଦେଖା ଦେଇପାରେ।
ତୁଳା
ତୁଳା
ଆଜି ରବି ଓ ଶୁକ୍ରଙ୍କ ପ୍ରଭାବରୁ ମଜାମଉଜ, ବନ୍ଧୁମିଳନ, ନୂଆ ସ୍ଥାନ ପରିଦର୍ଶନ ମାଧ୍ୟମରେ ଅତିବାହିତ କରିବେ। ପ୍ରିୟଜନଙ୍କ ଅନୁରକ୍ତି, ବନ୍ଧୁମାନଙ୍କ ସହାନୁଭୂତି, ପାରିବାରିକ ସ୍ଥିତି ହାଲୁକା ରହିବ। ଭଲ ସମ୍ପର୍କ ରହିଥିବା ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ।
ବିଛା
ବିଛା
ଶନି ଓ ମଙ୍ଗଳ ମଧ୍ୟସ୍ଥ କର୍ମାଧିପ ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିଜନିତ ମନ ଅଶାନ୍ତ ରହିବ। ଅନ୍ୟମାନଙ୍କ କାନକୁହାରେ ପ୍ରଭାବିତ ହୋଇ ସହକର୍ମୀ ଭୁଲ୍‌ ବୁଝିପାରନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ସହକର୍ମୀଙ୍କ ଜରିଆରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ବିଭିନ୍ନ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ।
ଧନୁ
ଧନୁ
ଆଜି ଯେମିତି ଓ ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ଅବଶ୍ୟ ସମ୍ପନ୍ନ ହୋଇପାରିବ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ଓ ସହକର୍ମୀଙ୍କ ଦ୍ୱାରା କୌଣସି ସମସ୍ୟା ମନରେ ଭାବାନ୍ତର ସୃଷ୍ଟି କରିପାରେ। ଉତ୍ତରାଷାଢ଼ା ନକ୍ଷତ୍ରର ପ୍ରିୟଜନଙ୍କ ସହ ଦୀର୍ଘଦିନର ମତାନ୍ତରଜନିତ ସମସ୍ୟା ସମାଧାନ ହୋଇଯିବ।
ମକର
ମକର
ଆଜି ସକାଳୁ ଶୁଭଖବର ସହ କୌଣସି ବନ୍ଧୁଙ୍କ ସହ ଆଳାପ ଆଲୋଚନାରୁ ଖୁସି ରହିବେ। ଏହା ସାଙ୍ଗକୁ ଧନଭାବସ୍ଥ ବୃହସ୍ପତି ଆପଣଙ୍କୁ ଅର୍ଥପ୍ରାପ୍ତିର ମାର୍ଗଦର୍ଶନ କରାଇବେ। ସ୍ଥଗିତ କାମକୁ ସମ୍ପନ୍ନ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। ସୁସମ୍ପର୍କ ଅଭାବରୁ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
କର୍ମସ୍ଥ ପାପଗ୍ରହ ଯୋଗୁ ଆଜି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସଙ୍ଗଠନ, ଆନୁଷ୍ଠାନିକ କ୍ଷେତ୍ର, ସଭାସମିତିରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଅର୍ଥ ସଙ୍କଟ ରହିବା ହେତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଅଟକିଯିବାର ଆଶଙ୍କା ଦେଖାଦେବ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁରେ ସଫଳତା ମିଳିବ।
ମୀନମୀନ
ନୂତନ ଯୋଜନାକୁ ସଫଳ କରିବା ପରିପ୍ରେକ୍ଷୀରେ ଆମତ୍ୀୟଙ୍କ ପରାମର୍ଶ ଓ ସାହାଯ୍ୟ ସହାୟକ ହେବ। ଅର୍ଥନୈତିକ ସମସ୍ୟା, ଶତ୍ରୁତାଜନିତ ବିବାଦ, ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ହୋଇପାରେ। ରେବତୀ ନକ୍ଷତ୍ରର ଚେଷ୍ଟା କରୁଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri