Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ
ଅଟକି ରହିଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡ଼ିବ। ଆଜି ଯାହାକୁ ଯାହା କହିବେ ସେ ନିଶ୍ଚିତ କରିବ। ପରିସ୍ଥିତି ପ୍ରତି ଦୃଷ୍ଟି ନ ରଖିଲେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ, ମାତ୍ର ନୂତନ ଯାନ୍ତ୍ରିକ ଜିନିଷ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ଅପୂରଣୀୟ ଆଶା ଓ ଅଭିଳାଷ ପୂରଣ କରିବେ। ସଭାସମିତିରେ କିମ୍ବା ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଦୁର୍ବଳ ରବିଙ୍କ କୁପ୍ରଭାବରୁ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ହୋଇ କାମ କରିବା ଭଲ ହେବ।
ମିଥୁନ
ମିଥୁନ
ସାଧାରଣ ଘଟଣାରେ ଝଗଡ଼ା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ଖଳ ଲୋକଙ୍କ ଅନୁପ୍ରବେଶ କଳହକୁ ବଢ଼ାଇଦେଇପାରେ। ଅଫିସିଆଲି କୌଣସି ନିଷ୍ପତ୍ତି ପାଇଁ ତର୍କ ଓ ବିବାଦ ବଢ଼ିବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଆଜି ଯାହା କରିବେ କରନ୍ତୁ ସଫଳତା ନିଶ୍ଚିତ ପାଇବେ। ଆକସ୍ମିକ ଭାବରେ ଦୂରଯାତ୍ରା ଓ ବନ୍ଧୁ ମିଳନ ଘଟିବାରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବ୍ୟବସାୟ,ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
ବହୁତ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ। ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ କାମରେ ଆଗୁଆ ରହିବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟାରୁ ବିରତ ହେବେ ନାହିଁ। ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
କନ୍ୟା
ଶୁକ୍ରଙ୍କ ପ୍ରଭାବରୁ କଳା, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହମତିିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ସାମାଜିକ ସ୍ତରରେ ଆନୁଷ୍ଠାନିକ କାର୍ଯ୍ୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଏବଂ ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ବିଛା
ବିଛା
ଶାରୀରିକ ସୁସ୍ଥତା ମାନସିକ ସୁସ୍ଥତାକୁ ବୃଦ୍ଧି କରିବ। ଆଜିର କର୍ମକ୍ଷେତ୍ରରେ ଏକ ପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ନିଜ ସକାଶେ ସମସ୍ୟାକୁ ବଢ଼ାଇ ଦେବ। ଯିବା, ଆସିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଅନୁକୂଳ ନ ହେଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ମନୋରଞ୍ଜନ କାର୍ଯ୍ୟରେ ସାମିଲ୍‌ ହୋଇପାରନ୍ତି, କିନ୍ତୁ ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବାରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିବହନରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
ମକର
ମକର
ଯେତେ ସତର୍କରେ ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ। ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବନ୍ଧୁ ମାନଙ୍କ ଗହଣରେ ଆଳାପ ଆଲୋଚନାରେ ସମୟ କଟାଇବେ।
କୁମ୍ଭ
କୁମ୍ଭ
ଅଭାବ ସୁଧାରିବାକୁ ଯାଇ ଧାର ଉଧାର କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ
ସମସ୍ୟା ଆସିଲେ ମଧ୍ୟ ପରକ୍ଷଣରେ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ସୁଧୁରିଯିବ। ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି। ନିଜ ଲୋକମାନଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri