Posted inRasifala

ରାଶିଫଳ: ବୁଧବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ହେତୁ ନିଜ ଲୋକଙ୍କୁ ସନ୍ଦେହ କରିବାର ପରିସ୍ଥିତି ସୃଷ୍ଟିହେବ। ସାମାନ୍ୟ ସମସ୍ୟା ସହ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟ ମନକୁ ଅସମ୍ଭବ ଭାବେ ଅସ୍ଥିର କରିବାର ଆଶଙ୍କା ରହିଛି।
ବୃଷ
ବୃଷ
ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ଠିକ୍‌ ସମୀକ୍ଷା କରିବାରେ ପଛେଇଯିବେ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରୁ ଆଶ୍ୱସ୍ତି ମିଳିବ। ବହୁତ ଦିନରୁ ଘରକୁ ଆଣିପାରି ନ ଥିବା ଜିନିଷଟି ଆଜି ଆଣିବେ। ରୋହିଣୀ ନକ୍ଷତ୍ର ଅନ୍ୟମାନଙ୍କ କଥାରେ ସହକର୍ମୀଟିର ମନୋଭାବ ବଦଳିଯିବ।
ମିଥୁନ
ମିଥୁନ
ଆଜି ଘର କାମ ସାଙ୍ଗକୁ ବନ୍ଧୁଙ୍କ କାମ କରିବାକୁ ଚେଷ୍ଟିତ ହେବେ। ବ୍ୟବସାୟରେ ଲାଭବାନ୍‌ ହେବେ। ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ମୃଗଶିରା ନକ୍ଷତ୍ରର ଆର୍ଥତ୍କ ସ୍ଥିତି, ପାରିବାରିକ ପରିସ୍ଥିତି, କାର୍ଯ୍ୟରେ ସଫଳତା ସକାଶେ ଉଦ୍ୟମ ବିଫଳ ହେବନାହିଁ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ମାନସିକ, ଶାରୀରିକ ଓ ଆର୍ଥିକ ସ୍ଥିତିକୁ ମଜଭୁତ କରିବ। ଅବଶ୍ୟ କର୍ମକ୍ଷେତ୍ରରେ ଫାଇଲ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ଜଞ୍ଜାଳ ବଢ଼ିବା କାରଣରୁ ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ପରିଲକ୍ଷିତ ହୋଇପାରେ। ବାଣିଜ୍ୟ, ପରିବହନର ସ୍ଥିତି ପୂର୍ବପରି ରହିବ।
ସି˚ହ
ସି˚ହ
ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ସମସ୍ୟାର ସମାଧାନ, ନୈରାଶ୍ୟଜନକ ସ୍ଥିତିରେ ଆଶାର ସଞ୍ଚାର ପରିଲକ୍ଷିତ ହେବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ପାଇଁ ଅନ୍ୟମାନେ ପଛରେ ବିଭିନ୍ନ ସମାଲୋଚନାମତ୍କ ମନ୍ତବ୍ୟ ପ୍ରଦାନ କରିପାରନ୍ତି। ସାଙ୍ଗସାଥୀମାନେ ହିଁ ଆପଣଙ୍କ ପାଇଁ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମରୀଚିକା ପଛରେ ଗୋଡ଼ାଇବା ସାର ହେବ। ମିଠାକଥା କହି ବନ୍ଧୁଙ୍କ ଦ୍ୱାରା କାମ ହାସଲରେ ସଫଳ ହେବେ। ହସ୍ତା ନକ୍ଷତ୍ର କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଯେଉଁ ବ୍ୟକ୍ତି ବିଷୟରେ ଭାବିବେ ତାଙ୍କୁ ହଠାତ୍‌ ଅତି ନିକଟରେ ଦେଖିପାରନ୍ତି।
ତୁଳା
ତୁଳା
କୌଣସି ଘଟଣାକୁ ନେଇ ଘର ଲୋକଙ୍କ ବ୍ୟସ୍ତତାକୁ ଲକ୍ଷ୍ୟକରି ମନ ଅଶାନ୍ତ ରହିପାରେ। ସ୍ବାତୀ ନକ୍ଷତ୍ର ସାଧାରଣ କଥାକୁ କେନ୍ଦ୍ରକରି ଅଧସ୍ତନ କର୍ମଚାରୀଙ୍କ ସମସ୍ୟାକୁ ବୃଦ୍ଧି କରିପାରନ୍ତି। କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜଆଡ଼କୁ ଅଙ୍ଗୁଳି ଦେଖାଇବ। ସଭାସମିତି, ଆନୁଷ୍ଠାନିକ କାମରେ ପ୍ରତିଯୋଗିତା ମନୋଭାବ ଉପୁଜିବ।
ବିଛା
ବିଛା
ସାଧାରଣ କଥାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଆଶା ପୂରଣ ହୋଇପାରିବ ନାହିଁ। ଅତୀତ ଘଟଣା ମନକୁ ଆଲୋଡ଼ିତ କରିପାରେ। ଅଭାବ ନ ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁ କେତେକ ସୁଯୋଗ ହରାଇ ଦୁଃଖିତ ହେବେ। ବନ୍ଧୁମାନଙ୍କ ସହାୟତାରେ ସମସ୍ୟାର ସରଳ ସମାଧାନ କରିପାରିବେ।
ଧନୁ
ଧନୁ
ମୂଳା ନକ୍ଷତ୍ର କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜମିଜମା, ବ୍ୟବସାୟ, ପରିବହନ, ଆଲୋଚନା ତଥା ମାଲିମକଦ୍ଦମାରେ ସଫଳତା ପାଇବେ। ଜିଦ୍‌ରେ ଅଟଳ ରହି ଅଶାନ୍ତ ବାତାବରଣକୁ ନିମନ୍ତ୍ରଣ କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଶ୍ରବଣା ନକ୍ଷତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ରହିବ ମାତ୍ର ସନ୍ତୋଷଜନକ ହେବନାହିଁ। ସଭାସମିତି, ବିବାଦୀୟ ପରିସ୍ଥିତି ଓ ମାଲିମକଦ୍ଦମାରେ ସଫଳତା ହାସଲ କରିବେ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ଅଧୈର୍ଯ୍ୟ ନ ହୋଇ ସ୍ଥିରଭାବେ କାମ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁଙ୍କୁ ଖବର ଦେବାରେ ହେଳା ଲାଗି କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନମୀନ

 ଆଜି ବନ୍ଧୁମାନଙ୍କ ସହାୟତା ଲାଭକରି ସମସ୍ୟା ଗୁଡ଼ିକ ଆପଣାଛାଏଁ ସୁଧୁରିଯିବ। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହେବାର ଆଶଙ୍କା ଦେଖାଦେବ। ଉତ୍ତର ଭାଦ୍ରବ ନକ୍ଷତ୍ରର କଠିନ ଶ୍ରମଜନିତ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ପାରିଶ୍ରମିକ ମନଲାଖି ନ ହେବା କାରଣରୁ ବିଷାଦଗ୍ରସ୍ତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri